Browsing category

ଓଡ଼ିଶା

ଛୋଟେଇ ଛୋଟେଇ ବୁଲୁଛି ଦନ୍ତା

ଭୁବନେଶ୍ୱର,୧୫।୯(ଏସଏସନିଉଜ)ସନ୍ଧ୍ୟାରେ ଭରତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିଲା।ତାର ବାମପାର୍ଶ୍ୱର ସାମ୍ନା ଗୋଡ଼ରେ ଆଘାତ ଲାଗିଥିବାରୁ ସେ କଷ୍ଟ ସହକାରେ ଚାଲୁଥିଲା।ବନବିଭାଗ କର୍ମଚାରୀ ମାନଙ୍କ ନଜରକୁ ଆସିଥିଲା।ପରେ ଚନ୍ଦକା ଡମପଡା ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ତାକୁ ‘ଟ୍ରାଙ୍କୁଇଲାଇଜ୍’ (ନିଶ୍ଚେତକ ପ୍ରୟୋଗ) କରି OUAT ଏବଂ ନନ୍ଦନକାନନର ସହଯୋଗରେ ଅସୁସ୍ଥ ଦନ୍ତା ହାତୀକୁ ନିଶ୍ଚେତକ ଦେଇ ନିୟନ୍ତ୍ରଣକୁ ଅଣା ଯାଇ ଚିକିତ୍ସା ହେଲା।ପରେ ପୁନର୍ବାର ପ୍ରାକୃତିକ ପରିବେଶକୁ ଛାଡ଼ି ଦିଆଗଲା

ଦାରୁଠେଙ୍ଗ ସତ୍ୟମହିମା ଆଶ୍ରମ…

ମେଣ୍ଢାଶାଳ ,୧୫।୯(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ଚଳିତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ମଙ୍ଗଳବାର ଅପରାହ୍ନରେ ସିଦ୍ଧସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ ଅବଧୁତ ବ୍ରଜବ୍ରନ୍ଧୁ ବାବାଙ୍କ ତତ୍ୱାବଦ୍ଧାନରେ ବିଭିନ୍ନ ନୀତିକାନ୍ତି ବାବା,ସାଧୁ ଓ ଭକ୍ତ ମାନଙ୍କ ଗହଣରେ ସମ୍ପୂର୍ଣ ହୋଇଥିଲା । ଅପରାହ୍ନରେ ସାଧୁଭିକ୍ଷା, ଝାଡ଼ ଦୀପ ପ୍ରଜ୍ବଳନ, ସାୟଂ ଶରଣ ଦର୍ଶନ, ବିଶ୍ୱ ବ୍ରହ୍ମ୍ମଣ୍ଡର ମଙ୍ଗଳ ବିଧାନ ପାଇଁ ସମବେତ ପ୍ରାର୍ଥନା, […]

ନନ୍ଦନକାନନ: ବେପରୁଆ ବ୍ୟାଟେରୀ ଗାଡି

ବାରଙ୍ଗ୧୩|୯(ଏସଏସନିଉଜ)  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ରବିବାର ଏକ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ବ୍ୟାଟେରୀ ଚାଳିତ ଗାଡିର ବେପରୁଆ ଚାଳନା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପ୍ରାଣୀଉଦ୍ୟାନ ଭିତର ନର୍ଥ ଇଷ୍ଟ୍ ପନୋରମା ଠାରେ ମୁଖ୍ୟ ରାସ୍ତାରେ ପର୍ଯ୍ୟଟକ ଚାଲି ଚାଲି ଜୀବଜନ୍ତୁ ଦେଖୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ୟାଟେରୀ ଗାଡି ଧକ୍କା ଦେଇଥିଲା। ଧକ୍କାରେ ପର୍ଯ୍ୟଟକ ଜଣକ […]

ବାଲିଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ, ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଚେତନାର ପ୍ରତୀକ ଭୁବନେଶ୍ୱର ବାଲିଯାତ୍ରାକୁ ଆହୁରି ଭବ୍ୟ, ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଯୋଗଦେଇଥିଲେ। ବୈଠକରେ ଶ୍ରୀ ମହାପାତ୍ର ବାଲିଯାତ୍ରାର ସଫଳ ଆୟୋଜନ, ସୁଚାରୁ ପରିଚାଳନା ଓ ଜନସାଧାରଣଙ୍କ ସୁବିଧା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆୟୋଜକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବାଲିଯାତ୍ରାର ଐତିହ୍ୟ ଓ […]

ନନ୍ଦନ କାନନ ପାଇଁ ଖୁସି ଖବର।

ବାରଙ୍ଗ,୧୨।୧୦(ଲିଙ୍ଗରାଜ ରାଉତ)ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ଗୁଜୁରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ୧୪ ପ୍ରକାରର ମୋଟ ୫୮ଟି ବିଦେଶୀପ୍ରାଣୀ ନନ୍ଦନକାନନକୁ ଶୁକ୍ରବାର ରାତିରେ ଆସି ପହଁଚିଛି।ଏହି ବିଦେଶୀପ୍ରାଣୀକୁ ଦାନ ସୂତ୍ରରେ ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି ବୋଲି ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।ଆସିଥିବା ନୂଆ ଅତିଥିମାନଙ୍କ ମଧ୍ୟରେ ରହିଛି ଜେବ୍ରା (୨ଟି ଅଣ୍ଡିରା, ୨ଟି ମାଈ), କଙ୍ଗାରୁ (୨ଟି ଅଣ୍ଡିରା, ୨ଟି ମାଈ), ବେନେଟ୍ସ ୱାଲାବି (୩ଟି ଅଣ୍ଡିରା,୩ଟି ମାଈ), […]

ଜାତୀୟ ପୋଷଣ ସପ୍ତାହ ପାଳନ

କଟକ,୯।୯(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ୨୦୨୬ ବର୍ଷରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ସ୍ୱସ୍ଥବୃତ୍ତ ବିଭାଗ ଆନୁକୁଲ୍ୟରେ ଆୟୋଜିତ “ବିନା ଅଗ୍ନିରେ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା ” ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାମାନଙ୍କ ମଙ୍ଗଳବାର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଡିନ୍ ପ୍ରଫେସର କ୍ଷୀରାବ୍ଧୀ ତନୟା ରାଉତରାୟ ପୁରସ୍କୃତ କରିଥିଲେ I ଏହି ଉପଲକ୍ଷେ ଅନ୍ ଲାଇନ୍ ମାଧ୍ୟମରେ ଛତିଶଗଡ଼ ରାଜୀବ ଲୋଚନ ଆୟୁର୍ବେଦ ମେଡିକାଲ କଲେଜ […]

ନନ୍ଦନକାନନକୁ ଆସିବ ଓରାଙ୍ଗଉଟାନ!

ଭୁବନେଶ୍ୱର,୮।୯(ଏସଏସନିଉଜ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନକୁ ଆସିବାକୁ ଯାଉଛି।ଭାରତରେ ଦେଖାଯାଉଥିବା ଏହି ପ୍ରଜାତି ଗ୍ରାମାଞ୍ଚଳ ପରିବେଷିତ ଜଙ୍ଗଲ କୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସ୍ଥାନୀୟ ଲୋକ ଜଙ୍ଗଲରେ ବିଚରଣ କରୁଥିବା ବେଳେ ବଣମଣିଷ ଆକୃତିର ଏହି ପ୍ରଜାତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ଏହାପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ୫ଟି ଓରାଙ୍ଗଉଟାନ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା […]

କେନାଲରେ ବୁଡିଗଲେ ଯୁବକ ଖୋଜୁଛି ଦମକଳ ବାହିନୀ

କଟକ,୭।୯(ଏଡଏସନିଉଜ)ବାରଙ୍ଗବ୍ଲକ ୩୩ ନମ୍ବର ଜୋନ ଅନ୍ତର୍ଗତ ଖଲର୍ଦାଠାରେ ଅଘଟଣ ଘଟିଛି। କାକଟପୂର ବ୍ରାଞ୍ଚ କେନାଲ ଖଲର୍ଦ୍ଦା ସ୍ଥିତ ଏକ ଘରୋଇ ମିଠା ଦୋକାନ ସମ୍ମୁଖ କେନାଲରେ ସ୍ଥାନୀୟ ଅଞ୍ଚଳର ଦୁଇଯୁବକ ଗାଧୁଉଥିବା ଅବସ୍ଥାରେ ନାଳର ଗଭୀରତା ନ ଜାଣିପାରି କେନାଲ ପାଣି ସ୍ରୋତକୁ ଖସି ଯାଇଥିଲେ।ସ୍ଥାନୀୟ ମିଠାଦୋକାନୀଙ୍କ ଦ୍ୱାରା ଗୋଟିଏ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟଜଣକ ନିଖୋଜ ଅଛନ୍ତି।ନିଖୋଜ ହୋଇଥିବା ଯୁବକ ହେଉଛନ୍ତି ଖଲର୍ଦ୍ଦା ସ୍ୱାଇଁ ସାହି ବାସିନ୍ଦାରଆଦିତ୍ୟ ସ୍ୱାଇଁ(୧୫) ।ନିଖୋଜ ଯୁବକ ଗୋବିନ୍ଦପୂର ମହାବିଦ୍ୟାଳୟ ପ୍ରଥମ […]

ଯୌତୁକ ପାଇଁ ଚାଲିଗଲା ଜୀବନ ଅଭିଯୋଗ କଲେ ବାପା

ଭୁବନେଶ୍ୱର,୭।୯(ଏସଏସନିଉଜ) )ଜଣେ ନାବାଳିକା ଝିଅକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଫସାଇ ବିବାହ କରିବା ଓ ପରବର୍ତ୍ତୀ ସମୟ ରେ ଯୌତୁକ ପାଇ ନିର୍ଯାତନା ଦେଇଥିଲେ।ଏପରିକି ତାକୁ ମାରିଦେଇଥିଲେ ବୋଲି ମୃତ ନାବାଳିକା ଝିଅର ପିତା ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ନନ୍ଦନକାନନ ଥାନା ପୋଲିସ ସ୍ବାମୀକୁ ଗିରଫ କରିଥିବା ବେଳେ ଶାଶୁ,ଶଶୁର ଓ ଦିଅର ଫେରାର ହୋଇଯାଇଥିବାର ଜଣାପଡିଛି। ପ୍ରକାଶ ଯେ,ନୟାଗଡ଼ର ପ୍ରଭାତ ପ୍ରଧାନ ନାମକ ବ୍ୟକ୍ତି ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଜସ୍ମିନଙ୍କ […]

୪ପର୍ଯ୍ୟାୟରେ ହେବ ବାରଙ୍ଗ ଗଣେଶ ପୂଜା ଭସାଣୀ

କଟକ,୭।୯(ଏସଏସନିଉଜ)ଆଉ ଦିନ କେଇଟା ପରେ ଅଗ୍ରଦେବ ଗଜାନନଙ୍କ ପୂଜାରୁ ଆରମ୍ଭ ହେବ ପାର୍ବଣ ।ଗଣେଶ ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳା ସହ ସମ୍ପ୍ରନ୍ କରିବାପାଇଁ ବାରଙ୍ଗଥାନା ପରିସରରେ ସୋମବାର ରାତିରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି।ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି ଓ ବାରଙ୍ଗଥାନାର ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କମିସିନେରେଟ ପୋଲିସର ସମସ୍ତ ନିୟମମାନି ପୂଜା ମଣ୍ଡପ ଓ ଭସାଣି କାର୍ଯ୍ୟ ସମ୍ପ୍ରନ୍ କରିବାକୁ ଥାନା ଅଧିକାରୀ ବିକାଶ ପଲାଇ ଉପସ୍ଥିତ ପୂଜା କମିଟି […]