Browsing category

ଓଡ଼ିଶା

୨୦ଗ୍ରାମ ବ୍ରାଉନସୁଗାର ଜବତ

ବାରଙ୍ଗ,୨୨ା୪(ଏସଏସନିଉଜ)ବଟାନିକାଲ ଗାର୍ଡେନଛକ ପାଖରେ ସୋମବାର ଚଢ଼ାଉକରି ବେଆଇନ ଭାବେ ବ୍ରାଉନ ସୁଗାର ବିକ୍ରିକରୁଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ଗିରଫବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଦଳେଇପୁଟଗାଁର ପ୍ରଭାତ କୁମାର ସମନ୍ତସିଂହାର। ବିଶ୍ଵସ୍ତସୂତ୍ରରୁ ମିଳିଥିବା ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ଟିମ ବଟାନିକାଲ ଗାର୍ଡେନ ଛକ ନିକଟରେ ଅତର୍କିତ ଚଢଉ କରିଥିଲେ।ଏହିସମୟରେ ବେଆଇନଭାବେ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ପ୍ରଭାତକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲେ […]

ଏପ୍ରିଲ୍ ୨୫ରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର,୨୧ା୪(ଏସଏସନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଏପ୍ରିଲ୍ ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରି ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ଓ ଏହାସହ ବିଜୟ ମନ୍ତ୍ର ଦେବେ।

ଟ୍ରକ୍ ମାଡ଼ିଯିବାରୁ ୨ମହିଳାଙ୍କ ସମେତ ୩ମୃତ

ନବରଙ୍ଗପୁର,୨୧ା୪(ଏସଏସନିଉଜ) ଆଜି ଅପରାହ୍ନରେ ରାଇଘର କୁନ୍ଦେଇ ମୁଖ୍ୟରାସ୍ତାର ଜୋଡ଼ିଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ଟ୍ରକ ସହ ଯାତ୍ରୀବାହୀ ଆଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ଆଟୋ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ଜୋଡ଼ିଙ୍ଗା ମେଡିକାଲ୍ ଓ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଓଡି […]

ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼…

ଆଠଗଡ଼,୨୧ା୪(ଏସଏସନିଉଜ)ଜେମାଦେଇପୁରରେ ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ ହୋଇଥିବାର ଜଣାପଡିଛି । ତିଗିରିଆ ଥାନା ଜେମାଦେଈପୁରରେ ଥିବା ଏକ ଢାବା ପାଖରେ ବୋମାମାଡ଼ ହୋଇଛି । ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡାଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ କରିଛନ୍ତି ୬ରୁ ୮ ଦୁର୍ବୃତ୍ତାସୈାବାଗ୍ୟବଶତ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡା ।ଘଟଣାପରେ ଦୁର୍ବୁତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୋମା ଓ ଗୁଳିମାଡ଼ରେ ଭାବଗ୍ରାହୀଙ୍କ କାର୍ କ୍ଷତିଗ୍ରସ୍ତ […]

ଅପ୍ରେଲ ୨୫ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର,୨୧ା୪(ଏସଏସନିଉଜ) ରାଜ୍ୟ ସରକାର ଅପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କରିଛନ୍ତି । ରାଜ୍ୟରେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଥିପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସବୁ ଆସନ୍ତା ୨୫ରୁ ଖରାଛୁଟି ଘୋଷଣା କରିଥିବାର ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବଜ୍ଞପ୍ତି ପ୍ରକାଶ ପାଇଛି। ୨୨ରୁ ୨୪ ତାରିଖ ଯାଏଁ ସକାଳ ୬ଟା ୩୦ରୁ ୧୦ଟା ୩୦ ପର‌୍ୟ୍ୟନ୍ତ ହେବ ପାଠପଢ଼ା । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ […]

ମେଣ୍ଢାଶାଳରେ ଅପରାଜିତାଙ୍କ ରୋଡସୋ

ମେଣ୍ଢାଶାଳ ୨୦।୪(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳଗାଁରେ ବିଜେପି ତରଫରୁ ଏକ ରୋଡ ସୋ କରାଯାଇଥିଲା ।ମେଣ୍ଢାଶାଳ ଡାକ୍ତରଖାନା ଛକରୁ ରୋଡ ସୋରେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକପାର୍ଥୀ ବିଶ୍ୱରଂଜନ ବଡ଼ଜେନାଙ୍କୁ ଜିଲ୍ଲାର ବହୁ ବିଜେପିକର୍ମୀ ଏକ ଶୋଭାଯାତ୍ରାରେ ନେଇଥିଲେ । ଶୋଭାଯାତ୍ରା ମେଣ୍ଢାଶାଳ ଗାଁର ସମସ୍ତୱାର୍ଡ଼ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଦୁଇହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ, ଯୁବକମାନେ ହାତରେ ବିଜେପି ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ […]

ସମୁଦ୍ରରୁ ମୃତଦେହ ଉଦ୍ଧାର!

କୋଣାର୍କ,୧୭।୪(ଏସଏସନିଆଜ) ସମୁଦ୍ରକୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।ହୋଇଛି।ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ଅସ୍ତରଙ୍ଗଥାନା ଆଇଁଷିଣିଆ ଗାଁର ବୋଲି ସୂଚନା ମିଳିଛି।କାଲି ସନ୍ଧ୍ୟାରୁ ନିଖୋଜ ଥିବାବେଳେ ଆଜିସକାଳୁ ମୃତଦେହ ମିଳିବାସହ , ଦେହରେ କ୍ଷତଚିହ୍ନ ରହିଥିବାର ଦେଖିବାକୁ ମିଳିଛି।

୬ବର୍ଷ ପାଇଁ ବହିଷ୍କୃତ ହେଲେ

ଭୁବନେଶ୍ୱର,୧୫।୪(ଏସଏସନିଉଜ)କଂଗ୍ରେସରୁ ବିଧାୟକ ସୁୁରେଶ ରାଉତରାୟ ବହିଷ୍କାର ହୋଇଛନ୍ତି। ସୁରେଶ ରାଉତରାୟଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ଏହି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର କୁହାଯାଇଛି।

ଓଭରବ୍ରିଜ୍‌ରୁ ଖସିଲା ବସ୍‌

ଯାଜପୁର,୧୫।୪(ଏସଏସନିଉଜ) ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍।ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ବସ ଖସି ୪୦ଜଣ ଆହତ ହୋଇଥିବାବେଳେ ୩ଜଣ ମୃତୁ ବରଣ କରିଛନ୍ତି।ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ଲାଗିଥିବାବେଳେ , ବସ୍‌ ଉଠାଇବାକୁ ଆସିଲା କ୍ରେନ୍‌।ସମସ୍ତ ଆହତଙ୍କୁ ଧର୍ମଶାଳା ଓ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ଏସ୍‌ପି , ମେଡିକାଲ ଷ୍ଟାଫ୍‌।ବସ୍‌ଟି ପୁରୀରୁ ହଳଦିଆ ଯାଉଥିଲା ବେଳେ ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମେଣ୍ଢାଶାଳରେ ଅଘୋରତପ

ମେଣ୍ଢାଶାଳ,୧୩ା୪(ଏସଏସନିଉଜ)ପବିତ୍ର ମହାବିଷୁବସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟର ବିଭିର୍ଣପ୍ରାନ୍ତରରେ ଦଣ୍ଡଯାତ୍ରାପାଳନ ହେଉଥବାବେଳେ ରାଜଧାନୀଉପକଣ୍ଠ ମେଣ୍ଢାଶାଳଗ୍ରାମ ରେ ଶହଶହ ବର୍ଷରୁ ପାଳିତହୋଇଆସୁଥିବା ଏହିଯାତ୍ରା ଦୁଇଦିନଧରି ଅନୁଷ୍ଠିତହୋଇଥାଏ ।ପଣାସଂକ୍ରାନ୍ତିରପୁର୍ବଦିନ ମେରୁଉସ୍‌ବରେ ପ୍ରଥମେ ଦଣ୍ଡଗଡା ଶନିବାରଦିନ ଅନୁଷ୍ଠିତହୋଇଥିଲା ।ଶତାଧିକ ପାଟଦାଣ୍ଡୁଆ ଦୁଲାଦେବୀଙ୍କ ମନ୍ଦିରରୁ ବାହାରି ବିଂଚାଯାଇଥିବା ଉତପ୍ତବାଲିରେ ଗଡିଗଡି ଅଧକିମିଦୁରରେ ଥିବା ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିରପର୍ଯ୍ୟନ୍ତ ପହଂଚିଥିଲେ ।ମନ୍ଦିରରେ କିଛିସମୟ ବିଶ୍ରାମପରେ ପଦ୍ମପୋଖରୀର ସ୍ନାନାଦିକର୍ମ ସରିବାପରେ ଗାଁଭିତରେ ପଣାଖିଆ ଆରମ୍ଭ କରିଥିଲେ ।ପାଟୁଆମାନେ ଗୈାରିବେତଦଣ୍ଡଧରି ଯାଚଣାଥିବା ୮ଶହ ପରିବାରଙ୍କ ଘରକୁଯାଇ ପଣାଖାଇଥିଲେ […]