Browsing category

ଓଡ଼ିଶା

ପ୍ରଥମ କରି ମା ହେଲା ମାୟା

ଭୁବନେଶ୍ୱର,୭।୯(ଏସଏସନିଉଜ) ନନ୍ଦନକାନନ ପାଇଁ ଆସିଛି ଏକ ଖୁସି ଖବର। ପ୍ରଥମ କରି ସିଂହୀ ମାୟାମା’ ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ।୧୧୨ ଦିନର ଗର୍ଭଧାରଣ ପରେ ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଗୋଟିଏ ଓ ସକାଳ ୫ଟା ୪୯ ରେ ଜୀବିତ ଅବସ୍ଥାରେ ଏକ ଶାବକକୁ ଜନ୍ମ ଦେଇଛି।ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ ହୋଇଥିଲା। ମିଳନ ପରେ ମାୟାକୁ ୨୯(ଏ) ଖୁଆଡ ପଛକଡେ […]

ବାଜିଲା ବାଜା ଫୁଟିଲା ବାଣ

ଭୁବନେଶ୍ୱର,୫।୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମରେ ନନ୍ଦ ଉତ୍ସବ କମିଟି ଆନୁକୁଲ୍ୟରେ ଚଳିତ ବର୍ଷ ୪୧ ତମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାହାରରେ ପାଳିତ ହୋଇଯାଇଛି।ଗତକାଲି ଦିନ ୩ଟା ସମୟ ରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା କରାଯାଇଥିଲା।ଶନିବାର ନନ୍ଦତ୍ସବ ଉପଲକ୍ଷେ ଭୋଳା, ଗିରିଙ୍ଗାପୁଟ,କଟେଣୀ,କଣ୍ଟାବାଡ଼, ଭଗବତିପୁର ,ଜାମୁଝରୀ, ଛତାବର,ହରିପୁର, ବାରାପିଟା, କୁକୁଡ଼ାମୁଣ୍ଡି ଓ ଅରିସଲ ଗ୍ରାମରୁ ପ୍ରାୟ ୪ହଜାର ଛୋଟ ଛୋଟ ବାଳକ ବାଳିକାମାନେ ଆସି ପ୍ରସାଦ ସେବନ କରିଥିଲେ।କମିଟି ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ […]

ମାର୍ଚ୍ଚ ଏପ୍ରିଲରେ ପଞ୍ଚାୟତ ଭୋଟ୍‌

ଭୁବନେଶ୍ୱର,୫।୯(ଏସଏସନିଉଜ)ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ।ଏନେଇ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ନେଇ ସୂଚନା ଦେଇଚନ୍ତି।ପଞ୍ଚାୟତ ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ।ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ।ସର୍ଭେ ପରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ।ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ […]

ନନ୍ଦନକାନନରେ ଖୁଆଡରୁ ଖସିଲା ହୁଲକ୍ ଗିବନ୍

ଭୁବନେଶ୍ୱର,୪।୯(ଏସଏସନିଉଜ)ପୁଣି ଥରେ ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବାନର ଦୁନିଆଁରେ ରହୁଥିବା ହୁଲକ୍ ଗିବନ୍ ଖୁଆଡରୁ ଖସି ପୁଣି ୪୦ମିନିଟ ପରେ ଭିତରକୁ ପଶିଥିଲା।ତେବେ ଏତେବଡ ଘଟଣାକୁ ଚାପି ଦେବାକୁ ଜନ୍ତୁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି।ଏତେବଡ ଘଟଣା ପରେ ନା ଜନ୍ତୁ ବିଭାଗ ନା ମୁଖିଆ ମୁଁହ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି । ପ୍ରକାଶ ଯେ,ଶୁକ୍ରବାର ସକାଳ ପାଖ ପାଖି ୯ଟା ସମୟରେ ପର୍ଯ୍ୟଟକ ମାନେ ନନ୍ଦନକାନନରେ ବୁଲୁଥିଲେ।ବାନର ଦୁନିଆ […]

ଜନ୍ମାଷ୍ଟମୀରେ ମା’ ଯୋଗମାୟା ଟ୍ରଷ୍ଟର ମାଗଣା ପ୍ରସାଦ ବଣ୍ଟନ

ବାରଙ୍ଗ,୪।୯(ଏସ ଏସ ନିଉ ଜ) ପବିତ୍ର ଜନ୍ମାଷ୍ଟମୀ ଓ ମା’ ଯୋଗମାୟାଙ୍କ ଜନ୍ମ ଜୟନ୍ତୀ ଅବସରରେ ମାଯୋଗମାୟା ଟ୍ରଷ୍ଟ ରଘୁନାଥପୁର ତରଫରୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି।ଏହି ପବିତ୍ର ଅବସରକୁ ପାଳନ କରିବା ପାଇଁ ମା’ ଯୋଗମାୟା ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ନିଆରା ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନନ୍ଦନକାନନ ବସଷ୍ଟାଣ୍ଡ, ଯେଉଁଠି ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି, ସେଠାରେ ଆଜି ସକାଳୁ ମା’ ଯୋଗମାୟା ଟ୍ରଷ୍ଟ ତରଫରୁ […]

ଏନ୍‌ଡିଆର୍‌ଏଫରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶରତ ଚନ୍ଦ୍ର ପାତ୍ର

କଟକ,୩।୯(ଏସଏସନିଉଜ)୨୦୨୬ର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାରମ୍ପରିକ ବୁଣାକଳାର ଜଣେ ପ୍ରଖ୍ୟାତ ପ୍ରବକ୍ତା ଶରତ ଚନ୍ଦ୍ର ପାତ୍ର ତାଙ୍କ ପତ୍ନୀ ଯଶୋଧରା ପାତ୍ର ଗୁରୁବାର ଦିନ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆର୍‌ଏଫ୍ ର ୦୩ ବାଟାଲିୟନକୁ ପରିଦର୍ଶନରେ ଆସିଥିଲେ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକଳାର ଐତିହ୍ୟକୁ ସଂରକ୍ଷଣ, ପ୍ରଚାର-ପ୍ରସାର ଏବଂ ସମୃଦ୍ଧ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଏନ୍‌ଡିଆର୍‌ଏଫ୍‌ର ଅଧିକାରୀ ଓ ଜବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା […]

ଭିଡିଓରେକଡିଁ ପାଇଁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୩୯(ଏସଏସନିଉଜ)ଅଭିଯୋଗକାରୀ ପ୍ରଭାସ ଖଟୁଆଙ୍କ ଲିଖିତ ଅଭିଯୋଗ କ୍ରମେ ମଞ୍ଚେଶ୍ୱର ଥାନାରେ ୬୪୭/୨୬କେଶନଂରେ ଏକ ମାମଲା ରୁଜୁ କରାଯାଇଥିଲା। ମାମଲାର ତଦନ୍ତ ସମୟରେ ଅଭିଯୁକ୍ତ ପିଙ୍କୁ ନାୟକ ଓରଫ ପିଣ୍ଟୁ କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ, ସେ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ କିଶନ ନଗର, ସତ୍ୟ ବିହାରର ଅମିତା ସେଠୀଙ୍କ ଘରେ ଭଡ଼ାରେ ରୁହନ୍ତି । ସେହି ଘରେ […]

ପୋଲିସର ଚଢାଉ

ଭୁବନେଶ୍ୱର,୩୯(ଏସଏସନିଉଜ)ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଉପରୋକ୍ତ ବେଆଇନ ଦେଶୀମଦ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ଆଜି ଦିନ ପ୍ରାୟ ୨.୩୫ ରେ ଖଣ୍ଡଗିରି ପୋଲିସର ଏକ ପେଟ୍ରୋଲିଂ ଟିମ୍ ଡୁମୁଡୁମା ଅନ୍ତର୍ଗତ, ରଘୁନାଥନଗର ନିକଟରେ ଅତର୍କିତ ଚଢ଼ଉ କରିଥିଲା । ସେଠାରେ ବିନା ଲାଇସେନ୍ସରେ ବେଆଇନ ଭାବେ ଆସ୍କା-୪୦ ଦେଶୀମଦ ଚାଲାଣ କରୁଥିବା ସମୟରେ ଦୁଇ ଅଭିଯୁକ୍ତ ଦୀପକ […]

ବାଇକ,ଟଙ୍କା ଛଡାଇନେଇଥିଲେ

ମେଣ୍ଢାଶାଳ,୩ା୯(ଏସ୍‌ଏସ୍‌ନିଉଜ) ଅଭିଯୋଗକାରୀ ଆଲୋକ ମହାରଣାଙ୍କ ଲିଖିତ ଅଭିଯୋଗ କ୍ରମେ ଚନ୍ଦକା ଥାନା ପୁଲିସ ୪୩୭/୨୬କେସନଂରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସୁଜିତ କୁମାର ସାହୁ ଓରଫ ବଳିଆକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ ଗ୍ରାମରେ ରହିବା ସହ ଆଖପାଖ ଅଞ୍ଚଳରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ କୁଳସାହିର ସୁଜିତ କୁମାର […]

ପିକ୍କଅପ ଭ୍ୟାନ ଚଢାଇ ଦେଲା

ମେଣ୍ଢାଶାଳ,୧।୯(ଏସଏସନିଉଜ )ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ ବଜାର ନିକଟରେ ମଙ୍ଗଳବାର ରାତିରେ ଏକ ପିକ୍କଅପ ଭ୍ୟାନ ମଡ଼େଇ ଦେବାରୁ ଜଣେ ସ୍କୁଟି ଚାଳକଙ୍କ ସମେତ ଅନ୍ୟଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି । ପ୍ରକାଶ ଯେ,ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏକ ପିକ୍କଅପ ଭ୍ୟାନଟି ଚନ୍ଦକା ପଟୁ ଆସୁଥିଲା । ସେହି ସମୟରେ ମେଣ୍ଢାଶାଳ ପଟୁ ଏକ ସ୍କୁଟି ଓ ଏକ ମଟର ସାଇକେଲରେ ଦୁଇ ଜଣ ଆସୁଥିଲେ ।ରାସ୍ତାରେ […]