Browsing category

ଓଡ଼ିଶା

ବଜ୍ରାଘାତରେ ୩ଗୁରୁତର ,ଜଳିଗଲେ୧୫ଛେଳି

ଜଳେଶ୍ବର,୭ା୪(ଏସଏସନିଉଜ) ବଜ୍ରାଘାତରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ଅଘଟଣ ଘଟିଛି ।୨ଜଣ ପଶ୍ଚିମବଂଗ ଓ ଜଣେ ଓଡ଼ିଶାର ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ଉଦ୍ଧାର କରି ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।ସେହିଭଳିଭାବେ ଭଞ୍ଜନଗରର ବଡ଼ଗଡ଼ଥାନା ବାଟଶାସନଗାଁରେ ବଜ୍ରାଘାତ ଘଟି ୧୫ଛେଳି ଜଳିଯାଇଥିବାର ଜଣାପଡିଛି ।ଅନ୍ୟପଟେ ଦିଗପହଣ୍ଡିର ଶୂନପୁର ମେରାଇନ୍ ଥାନାରେ ଅଗ୍ନିକାଣ୍ଡ ଘଟିଛି ।ସର୍ଟସର୍କିଟରୁ ଥାନାରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଯାହାଫଳରେ ଥାନା ପରିସରରେ ଥିବା […]

ଶଙ୍ଖ ଧରିଲେ ଲେଖାଶ୍ରୀ ଓ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀାକିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀାସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ ।ବିଜେଡିରେ ମିଶିଲାପରେ ଲେଖାଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇ ନପାରିବାରୁ ଦଳ ଛାଡ଼ିଲି ।ଖୋଲା ହୃଦୟରେ ବିଜେଡିରେ ସ୍ବାଗତ କରିଥିବାରୁ ଧନ୍ୟବାଦ ଦେବା ସହ ଓଡ଼ିଶାର ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଲେ ।ଏହାସହ ବିକାଶର ଏହି ଯାତ୍ରାରେ […]

୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ

ଜଳେଶ୍ବର,୭ା୪(ଏସଏସନିଉଜ) ରାସ୍ତାରୁ ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ ।ଯାହାଫଳରେ ୫ଜଣ ଆହତ ହୋଇଛନ୍ତି ।ରାଜଘାଟ ଫରେଷ୍ଟ ଚେକ୍ ପୋଷ୍ଟକୁ ପିଟି ରାସ୍ତାରୁ ତଳକୁ ଖସିପଡିଥିଲା ଭ୍ୟାନ୍‌ା୫ଜଣଆହତଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଏମାନଙ୍କୁ ଚିକିସ୍‌ାପାଇଁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି ।  

ମାଡ଼ମାରି ଲୁଟିନେଲେ ସୁନା ଅଳଙ୍କାର

ପିପିଲି,୭ା୪(ଏସଏସନିଉଜ) ଶାବଳରେ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ ।ବଳଙ୍ଗା ଥାନା ସରସ୍ବତୀପୁର ଖରିଜା ସାହିରେ ଲୁଟ୍‌ପାଟ୍ ହୋଇଛି ।ଘରେ ପଶି ଆତଙ୍କ ଖେଳାଇଲେ ୪ ଦୁର୍ବୃତ୍ତ ଓ ଘରର ସଦସ୍ୟଙ୍କୁ ମାଡ଼ମାରିଲେ ।ଲୁଟେରାଙ୍କ ଆକ୍ରମଣରେ ୨ଜଣ ହୋଇଥିବା ଗୁରୁତରଆହତଙ୍କୁ ଚିକିସ୍‌ାପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।

ଜେଲ ଯିବେ ବୀତିହୋତ୍ର ମହାନ୍ତି

ଭୁବନେଶ୍ୱର,୭ା୪(ଏସଏସନିଉଜ) ପୂର୍ବତନ ହୋମଗାର୍ଡଡିଜି ବିଦ୍ୟାଭୂଷଣମହାନ୍ତିଙ୍କ ପୁଅ ବୀତିଙ୍କୁ ୨ମାସରେ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶର ଶୁଣାଣି କରି ନିର୍ଦେଶ ଦିଆଯାଇଛି ।୨୦୦୬ରେ ଜର୍ମାନ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲାା୧୩ ଦିନରେ ସଜା ଶୁଣାଇଥିଲେ ଅଲୱାର ଫାଷ୍ଟଟ୍ରାକ କୋର୍ଟ ।  

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍

ବାଲେଶ୍ବର,୭ା୪(ଏସଏସନିଉଜ)୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ହୋଇଛି ।ବାଲେଶ୍ବର ସିଂଲା ଥାନା ନାଇକୁଡ଼ି ଗାଁରେ ଲୁଟ୍ ଘଟଣା ଘଟିଛି ।ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଲୁଟ୍‌ର ଶିକାର ହୋଇଥିଲେ ଦୋକାନୀ ।

ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ

ଢେଙ୍କାନାଳ .୭ା୪(ଏସଏସନିଉଜ)ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ। ଗତକାଲି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଏହି ଚଢ଼ାଉ କରିଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିବାର ଖବର ମିଳିଛିାଗତ ସପ୍ତାହରେ ଉପଭୋକ୍ତାଙ୍କୁ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ବ୍ୟାଙ୍କର ୩ କର୍ମଚାରୀଙ୍କୁ ଗିରଫ କରିଥିଲା। ଏକ କୋଟିରୁ ଅଧିକ ଟଙ୍କାର ଠକେଇରେ ସମ୍ପୃକ୍ତି ଥିବା ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରଶାନ୍ତ କୁମାର ସାହୁ , ଗ୍ରାହକ ସେବା ସମ୍ପର୍କ ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ତାଙ୍କ ସ୍ୱାମୀ […]

କାରାଗାରରୁ ୨ କଏଦୀ ଫେରାର

କଳାହାଣ୍ଡି,୭ା୪(ଏସଏସନିଉଜ)କଳାହାଣ୍ଡିଜିଲ୍ଲା ମୁଖ୍ୟକାରାଗାର ପାଚେରୀଡେଇଁ ଦୁଇକଏଦୀ ଫେରାର ହୋଇଥିବାର ଖବର ମିଳିଛି। ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।

ଓଲଟିଲାଭ୍ୟାନ୍‌

ଗଞ୍ଜାମ,୬।୪(ଏସଏସନିଉଜ)ପିକଅପ୍‌ ଭ୍ୟାନ ଓଲଟି ୨ଦଣ୍ଡୁଆଙ୍କ ମୃତୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।ହିଞ୍ଜିଳିଥାନା ସୋମପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।ପିକଅପ୍‌ ଭ୍ୟାନରେ ଡ୍ରାଇଭରଙ୍କ ସହ ଥିଲେ ୨୨ଜଣ ଦଣ୍ଡୁଆ।ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ପିକଅପ୍‌ ଭ୍ୟାନରେ ଯିବାବେଳେ ଦୁର୍ଘଟଣା ଘଟିଥିଲା। ସେହିଁଭଳିଭାବେ ଯାଜପୁରରେ ଟିପ୍ପର ଧକ୍କାରେ ବାଇକ୍‌ ଆରୋହୀ ବାପାପୁଅ ମୃତୁ ହୋଇଛି।ସଦରଥାନା ବରୁହାଁଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଟିପ୍ପର।ଦୁର୍ଘଟଣାରେ ଘଟଣାସ୍ଥଳରେ ବାପା […]

କାଲିଠାରୁ ସକାଳ ୬.୩୦ରୁ ସ୍କୁଲ

ଭୁବନେଶ୍ୱର,୬।୪(ଏସଏସନିଉଜ)ଆସନ୍ତାକାଲିଠାରୁ ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।