ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର

କଟକ,୨୯।୭(ଏସଏସନିଉଜ)ପବିତ୍ର ଗୁରୁପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଲୋକସମ୍ପର୍କବିଭାଗ ପକ୍ଷରୁ କଟକ ବଡ଼ମେଡିକାଲ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଓ ରକ୍ତକେନ୍ଦ୍ର ସହଯୋଗରେ ଏକ ମେଗାରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମୁଦାୟ ୮୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ବିଭାଗ ମୁଖ୍ୟପ୍ରଫେସର ଡ.ସ୍ମିତା ମହାପାତ୍ର ମଧ୍ୟ ଶିବିରରେ ଉପସ୍ଥିତଥିଲେ।ଏଥିସହ ବଡ଼ମେଡିକାଲ ରକ୍ତ କେନ୍ଦ୍ରରୁ ଆସିଥିବା ଟିମ୍ ରକ୍ତସଂଗ୍ରହ କରିଥିଲେ।ରାଷ୍ଟ୍ରପତିଙ୍କ ସଚିବାଳୟ ଉପଦେଷ୍ଟା ପ୍ରଫେସର ଡ. ବିଜୟଲକ୍ଷ୍ମୀମହାନ୍ତି ମଧ୍ୟ ଉପସ୍ଥିତରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମେଗାରକ୍ତଦାନ ଶିବିରରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିବିଭାଗରୁ ଓମ୍ ପ୍ରକାଶମହାନ୍ତି,ରାଜାଦାସ,କୃଷିବିଭାଗରୁ ସଂଯୋଜିକା ମିସ୍ ଅନୁପମାସିଂହଙ୍କ ସହ ମାନସ ରଞ୍ଜନପଣ୍ଡା,ପୀୟୂଷମିଶ୍ର, ସୋହମ୍ ରାଜଗୁରୁ,ଅଂଶୁରେଖା ଦାସମଙ୍ଗରାଜ,ସାଇଶ୍ରୀ,ଆୟୁର୍ବେଦ (ସ୍ନାତକ) ବିଭାଗରୁ ଶୁଭଶ୍ରୀ ଶୁଭାକାଂକ୍ଷାଦାଶ, ନିହାରରଞ୍ଜନସାହୁ,ଅର୍ପିତାପଣ୍ଡା ଏବଂ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିରୁ ନିଶାନ୍ତନନ୍ଦ,ସନ୍ଦୀପ ସାହୁ ସ୍ୱେଚ୍ଛାସେବୀ ଦାୟିତ୍ୱରେ ଥିଲେ।ଲୋକସମ୍ପର୍କ ବିଭାଗ ସଦସ୍ୟ ଅସୀମମହାପାତ୍ର,ଜିସାନ ଅଖତାର, ରୁଦ୍ରନାରାୟଣବେହେରା, ରିତେଶନାୟକ,ନିହାରରଞ୍ଜନ ସାହୁ ପ୍ରମୁଖ ଲୋକସମ୍ପର୍କବିଭାଗ ପରିଚାଳିକା ସୋନାଲିଦାସ ଏବଂ ଗଣମାଧ୍ୟମ ଯୋଗାଯୋଗ ପ୍ରବନ୍ଧକ ହିତାଂଶୁ ଶେଖରମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତଦାତାମାନଙ୍କୁ ସୁରୁଖୁରୁରେ ରକ୍ତଦାନବ୍ୟବସ୍ଥା କରାଇଥିଲେ।ଏହି ସଫଳଉଦ୍ୟମ ନିମନ୍ତେ ବିଶ୍ୱବିଦ୍ୟାଳୟ କୁଳାଧ୍ୟକ୍ଷ ଶ୍ରୀ ଆଦେଶଗୋୟଲ,କୁଳପତି ପ୍ରଫେସର ଡ.ତେଜପ୍ରତାପ ଏବଂ କାର୍ମିକନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ।

Comments (0)
Add Comment