ଭୁବନେଶ୍ୱର,୭।୯(ଏସଏସନିଉଜ) ନନ୍ଦନକାନନ ପାଇଁ ଆସିଛି ଏକ ଖୁସି ଖବର। ପ୍ରଥମ କରି ସିଂହୀ ମାୟାମା’ ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ।୧୧୨ ଦିନର ଗର୍ଭଧାରଣ ପରେ ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଗୋଟିଏ ଓ ସକାଳ ୫ଟା ୪୯ ରେ ଜୀବିତ ଅବସ୍ଥାରେ ଏକ ଶାବକକୁ ଜନ୍ମ ଦେଇଛି।ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ ହୋଇଥିଲା। ମିଳନ ପରେ ମାୟାକୁ ୨୯(ଏ) ଖୁଆଡ ପଛକଡେ କପଡା ଘେର ଭିତରେ ରଖାଯାଇଥିଲା।ପ୍ରଥମ ଥର ମା’ ହୋଇଥିବାରୁ ମାୟା ତା ଛୁଆକୁ ଆପଣାଉଛି କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର।