ରାଷ୍ଟ୍ରିୟ ଆୟୁର୍ବେଦ ଦିବସ ପାଳନ

କଟକ,୨୨।୯(ଏସଏସନିଉଜ)ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଅଧୀନସ୍ଥ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ୧୧ତମ ରାଷ୍ଟ୍ରିୟ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ତେଜ ପରତାପ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ, ଉତ୍ତମ ନିଦ୍ରା ଆବଶ୍ୟକ ବୋଲି ମତଦାନ କରିଥିଲେ ।
ମୁଖ୍ୟଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବଲ୍ଲଭ କୁମାର ଜୟସିଂହ ଯୋଗଦେଇ ଭବିଷ୍ୟତ ପାଇଁ ଆୟୁର୍ବେଦ ସହ ବର୍ତ୍ତମାନ ଏହାର ଉପକାର ସମାଜ ପାଇଁ ଜରୁରୀ ଅଟେ ବୋଲି ମତବ୍ୟକ୍ତ କରିଥିଲେ।
ଆୟୁର୍ବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ ,ଏହା ଆମର ଜୀବନ ଶୈଳୀ ବା ଜୀବନ ଜିଇବାର କଳା ବୋଲି ବିଶ୍ଵବିଦ୍ୟାଳୟ ଡାଇରେକ୍ଟର ଅପରେସନ ସ୍ୱାମୀ ସତ୍ୟ ଚୈତନ୍ୟ ଜୀ ଅତିଥି ଭାବେ ଯୋଗଦେଇ ମତ
ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ସାଇଣ୍ଟଫିକ୍ ଅଧିବେଶନ ମେଡିକାଲ ସୁପରିନ୍ ଟେଣ୍ଡେଣ୍ଟ ପ୍ରଫେସର ରବିନାରାୟଣ ତ୍ରିପାଠୀ ଏବଂ ପ୍ରଫେସର ନଗେନ୍ଦ୍ର ପ୍ରସାଦ , ଡାକ୍ତର ଅମରେଶ କରଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପଦ୍ମଲୋଚନ ଶଙ୍ଖୁଆ, ପ୍ରଫେସର ଲକ୍ଷ୍ମୀପ୍ରିୟା ଦେବୀ, ପ୍ରଫେସର ଅଭୟ କୁମାର ମିଶ୍ର, ପ୍ରଫେସର ଶିବ ପ୍ରସାଦ ମହାନ୍ତି ,ଡାକ୍ତର ସତ୍ୟସ୍ମିତା ଜେନା, ଡାକ୍ତର ସଂଜୀବ ଦାସ, ଡାକ୍ତର ଦେବାଶୀଷ ଶତପଥି ,ଡାକ୍ତର ଦିବ୍ୟା ରାୟ ଏବଂ ଡାକ୍ତର ଧ୍ରୁବ ପ୍ରସାଦ ପ୍ରମୁଖଙ୍କ ଦ୍ୱାରା ଅନୁସନ୍ଧାନ ମୂଳକ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ଆୟୁର୍ବେଦ ଦିବସ ଉପଲକ୍ଷେ ପ୍ରଫେସର ଦୁର୍ଗାପ୍ରସାଦ ଦାଶ, ପ୍ରଫେସର ରମାକାନ୍ତ ରାଉତ, ପ୍ରଫେସର ପୁଷ୍ପିତାବାଳା ଜେନା , ଡାକ୍ତର ରାଜେଶ ମହାରଥା ,ଡାକ୍ତର ପ୍ରିୟଙ୍କା ଶତପଥି , ପ୍ରିୟଙ୍କା ପ୍ରିୟଦର୍ଶନୀ, ଏବଂ ମମତା କୁଲମିଲାଙ୍କ ତତ୍ତ୍ଵାବଧାନରେ ସ୍ୱାସ୍ଥ୍ୟ ତଥା ଯୋଗ ଶିବିର ପଥପ୍ରାନ୍ତ ନାଟକ, ସ୍ୱାସ୍ଥ୍ୟ ସଚେତନତା ଶିବିର ଆଦି କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଇ-ପୋଷ୍ଟର, ରିଲ୍ ମେକିଙ୍ଗ , ଆୟୁର୍ବେଦ ଆହାର ମେଳା ଆଦି ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରାକ୍ତନ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । । ସମସ୍ତ କାର୍ଯ୍ୟକ୍ରମକୁ ଡାକ୍ତର ନିଖିଲ କୌଶିକ, ଡାକ୍ତର ମୀରା ପାଣିଗ୍ରାହୀ, ଡାକ୍ତର ପ୍ରୀତିମୟୀ ସାହୁ,, ଡାକ୍ତର ଦେବୀକା ଶ୍ରୀନିବାସନ , ଡାକ୍ତର ସ୍ନିଗ୍ଧା ରାଣୀ ପାତ୍ର, ଡାକ୍ତର ପଲ୍ଲବୀ ମହନ୍ତ, ଡାକ୍ତର ସୋନାଲୀ ନାୟକ, ଡାକ୍ତର ଦେବା ଶିଷ ଦାସ ଅଧିକାରୀ ପ୍ରମୁଖ ପରିଚାଳନା କରିଥିଲେ ।ପ୍ରାରମ୍ଭରେ ମହାବିଦ୍ୟାଳୟ ଡିନ୍ ପ୍ରଫେସର କ୍ଷୀରାବ୍ଧୀ ତନୟା ରାଉତରାୟ ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଓ ପ୍ରଫେସର ନିରଞ୍ଜନ ଏସ୍ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।

Comments (0)
Add Comment