୨୦୨୬ ମସିହା, ସେପ୍ଟେମ୍ବର ମାସ, ୨୨ ତାରିଖ, ମଙ୍ଗଳବାର,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତ ସମ୍ମତ ଶ୍ରୀବିଷ୍ଣୁ ପାର୍ଶ୍ବ ପରିବର୍ତ୍ତନ (ବଡ଼) ଏକାଦଶ୍ୟୁପବାସ, କରମାଯାତ୍ରା, ଅଦ୍ୟ ଦେଉଳ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ବାରା ବାମନ ଜନ୍ମର ପବିତ୍ରାଧିବାସ କର୍ମ ।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୨୫🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୯/୫୩,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଭୌମ ବାସ,ତିଥି- ଏକାଦଶୀ ରାତ୍ରି ଘ୯/୨୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର- ଉତ୍ତରାଷାଢ଼ା ନକ୍ଷତ୍ର ମଳ ଦିବା ଘ୭/୩୮ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ରାତ୍ରି ଘ୯/୨୬ମି ପରେ ନୈର୍ଋତ କୋଣରେ । ମଙ୍ଗଳବାର, ଅଗନ୍ତଵ୍ୟତିଥି, ବିଷ୍ଟିକରଣ ଓ ପାପସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି- ମେଷ,ବୃଷ,କର୍କଟ,କନ୍ୟା, ବିଛା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର-ସିଂହରାଶିର ଘାତଚନ୍ଦ୍ର।ଘାତବାର-ମକର ରାଶିର ଘାତବାର।ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୭/୩୮ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- ଶିମ୍ବିକା (ଶିମ୍ବ), ରାତ୍ରି ଘ୯/୨୬ମି ପରେ ପୂତିକା (ପୋଇଶାଗ) ଭକ୍ଷଣ ନିଷେଧ ।ଅଶୁଭ ବେଳା-(ବାରବେଳା) ପ୍ରାତଃ ଘ୭/୧୦ମି ରୁ ଘ୮/୩୯ମି ପର୍ଯ୍ୟନ୍ତ ।(କାଳବେଳା) ଦିବା ଘ୧/୫ମି ରୁ ଘ୨/୩୪ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୭/୫ମି ରୁ ଘ୮/୩୬ମି ପର୍ଯ୍ୟନ୍ତ।
ଶୁଭ ବେଳା-(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୬/୨୭ମି ମଧ୍ୟେ, ଘ୭/୧୭ମି ରୁ ଘ୧୧/୧୭ମି ମଧ୍ୟେ, ରାତ୍ରି ଘ୭/୫୭ମି ରୁ ଘ୭/୪୫ମି ମଧ୍ୟେ, ଘ୯/୩୩ମି ରୁ ଘ୧୧/୫୭ମି ମଧ୍ୟେ, ଘ୧/୩୩ମିରୁ ଘ୩/୯ମି ମଧ୍ୟେ, ଘ୪/୫୨ମିରୁ ନିଶାନ୍ତ ଘ୫/୩୯ମିପର୍ଯ୍ୟନ୍ତ(ମାହେନ୍ଦ୍ର ବେଳା) ନାହିଁ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ କୃଷି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି । ଭୂମି ଓ ତିଳସୁବର୍ଣ୍ଣ ଦାନ । ଦିବା ଘ୭/୩୮ମି ପରେ ୧ ପାଦ ବାର ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଭୂମିଦାନ । ଏବଂ ରାତ୍ରି ଘ୯/୨୬ମି ପରେ ୨ ପାଦ ବାର ଓ ତିଥି ପୁଷ୍କର ଦୋଷ । ବରଂ କୃଷି ଓ ଗୋପଶୁ ସମ୍ପଦର ହାନି । ଭୂମି ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସ୍ତ୍ରୀ ବିଧବା । ଶାନ୍ତି କରଣୀୟ । ରାତ୍ରି ଘ୯/୨୬ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ), ତା’ପରେ ବାରଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ) ଶୁଭକର୍ମ- ନାହିଁ ।
🐐ମେଷ-ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ଦ୍ୱାରା ସମାଧାନ ହେବାର ଆଶା କରାଯାଇପାରେ। ଆର୍ଥିକ ସ୍ଥିତି, ବ୍ୟବସାୟ, ଆନୁଷ୍ଠାନିକ କାମ ପାଇଁ ଅସୁବିଧା ହେବନାହିଁ।
🐂ବୃଷ-ପାରିବାରିକ କଳହକୁ ନେଇ ମାନସିକ ଅଶାନ୍ତି ସୃଷ୍ଟି ହେବ। ପ୍ରକାଶନ, ଆଇନ ଅଦାଲତ, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ କିଏ ପାଖ ମାଡ଼ିବେ ନାହିଁ। ଆଜିର ଯାତ୍ରା, ବାଣିଜ୍ୟ ସଙ୍ଗକୁ ବନ୍ଧୁସମ୍ପର୍କ ଦିଗରୁ ଲାଭବାନ୍ ହେବେ।
👩❤️👨 ମିଥୁନ-ପରିସ୍ଥିତିବଶତଃ ଅପ୍ରିୟସତ୍ୟ କହିବା ଅଯଥା କଳହର କାରଣ ହୋଇପାରେ। ପରିବାରରେ ଭୁଲ୍ ବୁଝାମଣା, ଟଙ୍କା ପଇସା ସମ୍ପର୍କିତ ଝମେଲା କିମ୍ବା ସନ୍ତାନ ହେତୁକ ମାନସିକ ଆଘାତ ପାଇ ପାରନ୍ତି। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସତ୍ସଙ୍ଗ ଓ ଭ୍ରମଣ ସୁଯୋଗକୁ ହାତଛଡ଼ା କରି ନ ପାରନ୍ତି।
🦀କର୍କଟ-ଆଜି ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇପାରନ୍ତି। କେତୁଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ସଠିକ୍ ସିଦ୍ଧାନ୍ତ ନେଇପାରିବେ ନାହିଁ। ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ସଭାସମିତି କିମ୍ବା ସାଂଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।
🦁 ସିଂହ-କୌଣସି ଖବର ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ରହୁଥିବା ପରିବେଶରେ କୌଣସି ବ୍ୟତିକ୍ରମ ଜନିତ ଆପଣଙ୍କ କାମ ଅଟକି ରହିଯିବାର ଆଶଙ୍କା ଉପୁଜିପାରେ। ଚଳିତ ପରିସ୍ଥିତିରେ ଆପଣ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରପାରିିବେ। ସଭାସମିତିରେ କିମ୍ବା ଗଠନମୂଳକ କାଯର୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
🧕କନ୍ୟା-ଆଜିର ଗ୍ରହସ୍ଥିତି ଆପଣଙ୍କ ପ୍ରତ୍ୟେକ କାମ ସକାଶେ ଅନୁକୂଳ ରହିବ। ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିପାରନ୍ତି। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାଜନିତ ଦୁଶ୍ଚିନ୍ତା ବଢ଼ିପାରେ। କଠିନ ଶ୍ରମ ସଙ୍ଗକୁ ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
⚖️ତୁଳା-ସାମାଜିକ ସ୍ତରରେ ନୂଆ ନୂଆ କାମ କରିବା ପାଇଁ ମାନସିକ ସ୍ତରରେ ନିଷ୍ପତ୍ତି ନେଇପାରନ୍ତି। ଆନୁଷଙ୍ଗିକ ସହଯୋଗ ପାଇବା ସକାଶେ ବେଶି କଷ୍ଟ କରିବାକୁ ପଡିବନାହିଁ। କିନ୍ତୁ ଆପଣଙ୍କର କାଳକ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପଡ଼ିବ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।
🦂ବିଛା-ପରିସ୍ଥିତିକୁ ଅନୁଧ୍ୟାନ କରି ପୂର୍ବ ସ୍ଥିରୀକୃତ ମତ ଓ କାମକୁ ବଦଳାଇପାରନ୍ତି। ଭୁଲ୍ ବୁଝାମଣା ଜନିତ ସମ୍ପର୍କୀୟଙ୍କ ଘରୋଇ କଳହରେ ସାମିଲ୍ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଶୁକ୍ର ପାରିବାରିକ ଓ କର୍ମକ୍ଷେତ୍ରରେ ଆଶା ପୂରଣରେ ସାହାଯ୍ୟ କରିପାରନ୍ତି। କ୍ରୀଡା, ସାହିତ୍ୟ, ସାମ୍ବାଦିକତା ସ୍ତରରେ ସମସ୍ୟା ସମାଧାନ ହୋଇଯିବ ।
🏹ଧନୁ-ମନରେ ଜିଦ୍ ଓ କ୍ରୋଧ ରହିଥିଲେ ମଧ୍ୟ ସମୟୋଚିତ ପଦକ୍ଷେପ ନେବାରେ ଭୁଲ୍କରିବେ ନାହିଁ। ଅର୍ଥନୈତିକ ସ୍ଥିତି, ବନ୍ଧୁ ସମ୍ପର୍କ, ଚେଷ୍ଟା କରୁଥିବା କାମ କ୍ଷେତ୍ରରେ ଶୁଭଫଳ ପାଇବେ। ବିବାଦୀୟ କ୍ଷେତ୍ରରେ ଆପଣଙ୍କ କଥାର ଓଜନ ବୃଦ୍ଧିପାଇବା ସହ ଅନ୍ୟମାନଙ୍କର ସମର୍ଥନ ହାସଲ କରିବାରେ ଅସୁବିଧା ହେବନାହିଁ।
🐊ମକର-କର୍ମକ୍ଷେତ୍ରରେ ଭୁଲ ବୁଝାମଣା ଦୂର ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ରପ୍ତାନି ବାଣିଜ୍ୟ,ହୋଟେଲ, ରେଷ୍ଟୁରାଣ୍ଟ,ଲୌହତୈଳାଦି ବ୍ୟବସାୟ ପ୍ରଭୃତି ଆଜି ଭଲରହିବ। ପରିବାରରେ କେତେକ ଅଟକି ରହିଥିବା କାମକୁ ଆଜି ହିଁ ପୂର୍ଣ୍ଣାଙ୍ଗ କରିବାରେ ଯନତ୍ବାନ୍ ହେବାର ଆଶା ରହିଛି।
🏺କୁମ୍ଭ-ଆପଣଙ୍କ ମୁହଁ ସାମ୍ନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ ମାତ୍ର ପଛରେ ବହୁତ ସମାଲୋଚନା ଶୁଣିପାରିବେ। ନିଆଁରେ ଘିଅ ଢାଳିଲା ପରି ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସକାଳ ସମୟରେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇବାର ସୂଚନା ରହିଛି।
🐟ମୀନ-ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ବହୁତ ଦିନରୁ ଅଟକି ରହିଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍ ଭାବରେ ସମ୍ପନ୍ନ ହେବ। ଅଯଥା ତର୍କ ଓ ବିବାଦ କାରଣରୁ ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ।
🕉️ନୀତିବାଣୀ🕉️
ଭାରି ଅଜବ ଏ ଦୁନିଆ,ଏଠି ବିଶ୍ବାସ କେବଳ ମିଛ ଉପରେ ହିଁ ଥାଏ।ସତ୍ଯକୁ ତ ସବୁବେଳେ ପ୍ରମାଣ କରିବାକୁ ପଡିଥାଏ।
ସମ୍ପର୍କକୁ କେବେବି ଧନରତ୍ନରେ ମାପିବନି କାରଣ ଆମ ଦୁଃଖରେ ସାଥ ଦେଉଥିବା ଲୋକ ପ୍ରାୟତଃ ଗରିବ ହିଁ ହୋଇଥାଏ।
ଲୋକମାନେ ଆପଣଙ୍କୁ କେଉଁ ନଜରରେ ଦେଖୁଛନ୍ତି,ତାହା ଜରୁରୀ ନୁହେଁ..କିନ୍ତୁ ଆପଣ ଆପଣଙ୍କୁ କେଉଁ ନଜରରେ ଦେଖୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ଅଟେ।
ଜୀବନରେ କେବେବି କାହାର ଭଲ କର୍ମ ବ୍ୟର୍ଥ ଯାଏ ନାହିଁ, ତାହା କେବେ କେଉଁ ରୂପରେ ଫେରିକି ଆସିବ ତାହା କେବଳ ଈଶ୍ୱର ହିଁ ଜାଣନ୍ତି।
ଏମିତି ସମୟ ଆସିଥିଲା ଦିନେ
ସୁଖ ଦୁଃଖ ହେବା ପାଇଁ,
ଅଦିନ ବରଷା ଭାଙ୍ଗି ଦେଇଗଲା
ମନ ମୋର ଭଲ ନାହିଁ।।
ଅର୍ଥ ପଛରେ ନଗୋଡେଇବା ଆପଣ ପଶୁପକ୍ଷୀମାନଙ୍କଠାରୁ ଶିଖି ପାରିବେ।
ଯେଉଁଠାରେ ବାସକଲେ ଶିକ୍ଷା ସ୍ବାସ୍ଥ୍ୟ ସଭ୍ୟତା ଏବଂ ସମ୍ମାନ ଲାଭର ସୁବିଧା ନଥାଏ ସେଠାରେ ବାସ କରିବା ଠିକ୍ ନୁହେଁ
ନିଜ ଲଢେ଼ଇ ନିଜକୁ ହିଁ ଲଢ଼ିବାକୁ ପଡ଼ିବ କାହିଁକି ନା ଲୋକେ କେବଳ Advice ଦିଅନ୍ତି ସାଥ୍ ନୁହେଁ ।
ରକ୍ତହୀନତା ବା ରକ୍ତର ଅଭାବ – ଏକ ଚିନ୍ତାର ବିଷୟ, ଯାହାର ସମାଧାନ ଆମ ହାତରେ ଅଛି !ଆସନ୍ତୁ ଜାଣିବା କିପରି କରିବା….
ଦୈନନ୍ଦିନ ଜୀବନରେ ଆମକୁ କେବେ କେବେ ଥକ୍କା ଲାଗିବା ବା ମୁଣ୍ଡ ବୁଲାଇବା ସାଧାରଣ କଥା । କିନ୍ତୁ ଯଦି ଏହି ସମସ୍ୟାଗୁଡ଼ିକ ଅଧିକ ଦିନ ଧରି ଚାଲିଥାଏ, ତେବେ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ।ଏହା ରକ୍ତହୀନତା ବା ଶରୀରରେ ଲୋହିତ ରକ୍ତକଣିକା ର ଅଭାବର ଏକ ବଡ଼ ସଙ୍କେତ ହୋଇପାରେ।ଆମ ଶରୀରରେ ରକ୍ତ କମ୍ ଥିଲେ ପ୍ରାୟତଃ ଏହିସବୁ ଲକ୍ଷଣ ଦେଖାଯାଇପାରେ:-
ମୁଣ୍ଡ ବୁଲାଇବା:-ବାରମ୍ବାର ମୁଣ୍ଡ ବୁଲାଇବା କିମ୍ବା ମୁଣ୍ଡ ହାଲୁକା ଲାଗିବା
ଥକ୍କାପଣ:-ସବୁବେଳେ ଦୁର୍ବଳ ବା ଥକ୍କା ଲାଗିବା ।
ହାତ-ପାଦ ଥଣ୍ଡା: ହାତ ଓ ପାଦ ଥଣ୍ଡା ରହିବା ।
ହୃଦସ୍ପନ୍ଦନ:-ହୃଦସ୍ପନ୍ଦନ ହଠାତ୍ ଦ୍ରୁତ ହେବା ।
କେଶ ଝଡ଼ିବା:-ଅଧିକ ପରିମାଣରେ କେଶ ଝଡ଼ିବା ।
ନଖ:-ନଖ ଦୁର୍ବଳ ହୋଇ ଭାଙ୍ଗିଯିବା ।
ଶ୍ୱାସକ୍ରିୟାରେ ସମସ୍ୟା: ସାଧାରଣ କାମ କରିବା ସମୟରେ ବି ଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ।
ଏହିସବୁ ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ, ଯାହାଦ୍ୱାରା ଠିକ୍ କାରଣ ଜଣାପଡ଼ିବ ଏବଂ ଉପଯୁକ୍ତ ଚିକିତ୍ସା କରାଯାଇ ପାରିବ ।