କେବେ ମିଳିବ ଶ୍ରଦ୍ଧାଞ୍ଜଳିଙ୍କୁ ଚାଉଳ ଓ ଭତା

ଭୁବନେଶ୍ୱର,୧୯ା୯(ଏସଏସନିଉଜ)ସରାକାର ସାଧାରଣ ଲୋକଙ୍କ ପାଇଁ ବହୁବିଧ ଯୋଜନାମାନ ପ୍ରୟଣନ କରୁଛନ୍ତି ।ସାଧାରଣଲୋକ ସେମାନଙ୍କ ମୈାଳିକ ସୁବିଧା ପାଇବାରୁ ଯେପରି ବଂଚିତ ନହେବେ ସେଥିପ୍ରତି ସଜାଗ ରହିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ।ଏହାସତ୍ୱେ ଜଣେ ଭିନ୍ନକ୍ଷମ ଯୁବତୀ ଗତ୩ମାସ ହେବ ସାମାନ୍ୟ ଭତା ଟଙ୍କା ପାଇପାରିନାହିଁ ।ଯାହାକୁନେଇ ପରିବାର ଲୋକ ସରକାରୀ ଅଧିକାରୀମାନଙ୍କୁ ଗୁହାରି କରୁଥିଲେ କାହାର ନୀଦ ଭାଙ୍ଗିନାହିଁ ।ଏହିଭଳି ବିକଳ ଚିତ୍ର ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗ୍ରାମ ପଂଚାୟତର ଗଣ୍ଡରପୁର ଗ୍ରାମରେ ଦେଖିବାକୁ ମିଳିଛି ।ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରକାସ ଯେ,ଭୂବନେଶ୍ୱର ବ୍ଲକ ଅଧିନସ୍ଥ କଲ୍ୟାଣପୁର ଗ୍ରାମପଂଚାୟତର ଗଣ୍ଡରପୁର ମଝିସାହିର ବାସିନ୍ଦା ହେଉଛନ୍ତି ସୁକାନ୍ତ ବାରିକ ।ବୁଢିମା,ସ୍ତ୍ରୀ ସହ ୩ଝିଅକୁନେଇ ତାଙ୍କର ସଂସାର ।ସ୍ତ୍ରୀ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବାବେଳେ ନିଜେ ଏକ ସେଲୁନ କରି ଯାହା ରୋଜଗାର କରନ୍ତି ସେଥିରେଦୁଖକଷ୍ଟରେ ଚଳିଯାଆନ୍ତି ।ଏସବୁ ଭିତରେ ୨୫ବର୍ଷର ବଡଝିଅ ଶ୍ରଦ୍ଧାଞ୍ଜଳି ଜନ୍ମରୁ ଭିନ୍ନକ୍ଷମ ।ଶତକଡା ୯୫ ଭାଗ ଭିନ୍ନକ୍ଷମ ରହିଥିବାରୁ ସେ କଣ କରୁଛି ଜାଣିପାରିନି ।ଯାହାଫଳରେ ଭିନ୍ନକ୍ଷମ ଝିଅର ଦୈନଦିନକର୍ମ ସହ ଦେଖାଶୁଣା କରିବାକୁ ପଡୁଥିବାରୁ ରୋଜଗାରରେ ବାଧକ ସାଜିଛି ।ଅନ୍ୟପଟେ ପଂଚାୟତ ତରଫରୁ ଝିଅକୁ ସାଢେ୩ହାଜରେ ଟଙ୍କା ଭତା ଓ ୫କିଲୋ ଚାଉଳ ମିଳୁଥିଲା ।କିନ୍ତୁ ଗତ୩ମାସ ହେବ ଝିଅର ଭତା ଓ ଚାଉଳ ମିଳୁନି ।ପଂଚାୟତଠାରୁ ଆରମ୍ଭକରି ବ୍ଲକ ପର୍ଯ୍ୟନ୍ତ ଯାଇ ଅଧିକାରୀମାନଙ୍କୁ ଗୁହାରି କରୁଥିଲେ ମଧ୍ୟ କେବଳ ଆଶ୍ୱାସନା ମିଳୁଛି ।କିନ୍ତୁ ବାସ୍ତବିକତା ଭାବେ ସାହାର୍ଯ୍ୟ କରିବାର କାହାର ଆଗ୍ରହ ନାହିଁ ବୋଲି ସୁକାନ୍ତ ବାରିକ ଅଭିଯୋଗ ଆଣିଛନ୍ତି ।ଆଗରୁ ପଂଚାୟତ ପକ୍ଷରୁ ଚାଉଳ ଓ ଭତା ଟଙ୍କା ପରିବାର ଲୋକଙ୍କୁ ଡାକିକରି ଦେଉଥିଲେ ।ଏବେତିନିମାସ ହେବ ଏହି ସୁବିଧା ମିଳୁନି ।ଚାଉଳ ଆଣିବାପାଇଁ ବାୟୋମେଟ୍ରିକ କରିବା ନିହାତି ଦରକାର ବୋଲି ପଂଚାୟତ ପକ୍ଷରୁ କୁହାଯିବାପରେ ବହୁକଷ୍ଟରେ ଭିନ୍ନକ୍ଷମ ଝିଅକୁ ନେକି ଯାଇଥିଲେ ।କିନ୍ତୁ ଝିଅର ଅବସ୍ଥା ଯାହା ଟିପ ନେବା କିମ୍ବା ଆଖି ସ୍କାନ କରିବା ଅସମ୍ଭବ ହୋଇପଡିଲା ।କାରଣ ଝିଅ କଣ କରୁଛି ନିଜେ ମଧ୍ୟ ଜାଣିପାରୁନି ।ଏହାପରେ ଭତା ଟଙ୍କା ପାଇବାକୁହେଲେ ଆଧାର ଲିଙ୍କ ପାଇଁ ବ୍ୟାଙ୍କ ଯିବାକୁ ପଂଚାୟତ ତରଫରୁ କୁହାଗଲା। ବ୍ୟାଙ୍କକୁ ଝିଅନଗଲେ ହୋଇପାରିବନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଝିଅର ସ୍ଥିତି ଉପରେ ବ୍ୟାଙ୍କରେ କହିଥିଲେ ମଧ୍ୟ ବ୍ଲକରେ କଥାହେବାକୁ କହିଥିଲେ ବୋଲି ସୁକାନ୍ତ କହିଛନ୍ତି ।ତେବେ କେତେକ କ୍ଷେତ୍ରରେ ଏହିଭଳିସୁବିଧା ଘରେ ପହଂଚାଇବାର ସରକାରୀ ସୁବିଧା ଥିବାବେଳେ ଏଠାରେ କାହିଁକି ଅଧିକାରୀମାନେ ଇଛାପ୍ରକାସ କରୁନାହାନ୍ତି ତାହା ସାଧାରଣାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏବେ ମୋଦୃଷ୍ଟିକୁ ଆସିଲା ।ସରକାରୀ ନିୟାମାନୁସାରେ ଆମେ ଝିଅର ଆଧାରକାର୍ଡ ଓକାକକୁ ପଠାଇବୁ ।ଯେତେ ଶିଘ୍ର ହେବ ଏହି ସୁବିଧା କିଭଳି ଝିଅଟି ପାଇପାରିବ ସେଥିପାଇଁ ପୁର୍ଣ ସହଯୋଗ ରହିବ ବୋଲି ଭୁବନେଶ୍ୱର ବ୍ଲକ ବିଡିଓ ଦେବୀପ୍ରସାଦ ମହନ୍ତି କହିଛନ୍ତି ।

Comments (0)
Add Comment