ଉଦଯାପିତ ହେଲା…

ବିଦ୍ୟାଭାରତୀର ଅନୁଭବାତ୍ମକ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୯(ଏସଏସନିଉଜ)ଜାତୀୟ ଶିକ୍ଷକ-ଶିକ୍ଷା ପରିଷଦ (ଏନ.ସି.ଟି.ଇ )ନୂଆଦିଲ୍ଲୀ ଓ ଆନ୍ତଃ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶିକ୍ଷା ପରିଷଦ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହଯୋଗରେ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା୫ ଦିନ ବ୍ୟାପୀ ଅନୁଭବାତ୍ମକ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି।୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁଜାତୀୟ ଶିକ୍ଷକ-ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବ୍ୟଜ୍ୟୋତି ମାହାନ୍ତା ଉଦ୍ଘାଟନ କରିଥିଲେ। ଉଦ୍ ଜାପନୀ ଉସବରେ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ କେ. ଏନ. ରଘୁନନ୍ଦନ, ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ନରେନ୍ଦ୍ର କୁମାର ତାନେଜା, ବିଦ୍ୟାଭାରତୀର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ଼ଃ ରାମକୃଷ୍ଣ ରାଓ, ଆନ୍ତଃ ବିଶ୍ଵବିଦ୍ୟାଳୟ ଶିକ୍ଷକ ଶିକ୍ଷା ପରିଷଦ,ବାରlଣାସୀ ର ଡ଼ଃ ଆଶୀଷ ଶ୍ରୀବାସ୍ତବ, ସୋଆ ବିଶ୍ୱବିଦ୍ୟାଳୟର ଅଧିକାରୀ ଡ଼l. ବସନ୍ତ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି, ପଞ୍ଚକୋଷ- ପଞ୍ଚପଦୀ ଶିକ୍ଷା ପଦ୍ଧତି ବିଷୟରେ ମତବ୍ୟକ୍ତ କରିଥିଲେ।


ସାରା ଦେଶରୁ ଚୟନିତ ଦୁଇଶହ ଅଧ୍ୟାପକ ମାନେ ଓଡ଼ିଶାର ପ୍ରମୂଖ ୫୦ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ୪ ଦିନ ପାଇଁ ପର୍ଯ୍ୟବେକ୍ଷଣ-ଅଧ୍ୟୟନ ଯାତ୍ରାରେ ଯାଇ ସେଠି ରହିଥିଲେ। ଏହି କାର୍ଯ୍ୟକ୍ରମକୁ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ରାଉତ, ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନ, ଓଡ଼ିଶାର ପ୍ରଦେଶ ସମ୍ପାଦକ ଡ଼ଃ ଦୀପକ ମହାନ୍ତି ଓ ଶିକ୍ଷା ବିକାଶ ସମିତି ର ରାଜ୍ୟ ସଭାପତି ଡଃ କିଶୋର ମହାନ୍ତି, ସମ୍ପାଦକ ଡଃ ସରୋଜ ହାତୀ ଓ ଶୈକ୍ଷିକ ପ୍ରମୂଖ କୈଳାଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।

Comments (0)
Add Comment