ଚାଉଳଟ୍ରକ୍ ରେ ଗଞ୍ଜେଇ
ଭୁବନେଶ୍ୱର,୩୧।୭(ଏସଏସନିଉଜ)ଚାଉଳ ଟ୍ରକ୍ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା STF।ଗଜପତିରୁ ଦିଲ୍ଲୀ ଚାଲାଣ ବେଳେ ଖୋର୍ଦ୍ଧା ପିତାପଲ୍ଲୀରୁ ଜବତ କରିଛି।ଗନ୍ଧ ଓ ଯାଞ୍ଚରୁ ବଞ୍ଚିବା ପାଇଁ ଚାଉଳ ଟ୍ରକ୍ରେ ଯାଉଥିଲା ଗଞ୍ଜେଇ ବୋଲି ତଦନ୍ତ ବେଳେ ଜଣାପଡିଛି।
Browsing category
ଭୁବନେଶ୍ୱର,୩୧।୭(ଏସଏସନିଉଜ)ଚାଉଳ ଟ୍ରକ୍ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା STF।ଗଜପତିରୁ ଦିଲ୍ଲୀ ଚାଲାଣ ବେଳେ ଖୋର୍ଦ୍ଧା ପିତାପଲ୍ଲୀରୁ ଜବତ କରିଛି।ଗନ୍ଧ ଓ ଯାଞ୍ଚରୁ ବଞ୍ଚିବା ପାଇଁ ଚାଉଳ ଟ୍ରକ୍ରେ ଯାଉଥିଲା ଗଞ୍ଜେଇ ବୋଲି ତଦନ୍ତ ବେଳେ ଜଣାପଡିଛି।
ଭୁବନେଶ୍ବର,୨୮।୭(ଏସଏସନିଉଜ)ACF ସୌମ୍ୟଙ୍କ ମୃତ୍ୟୁ ଘଟଣାର ୫ବର୍ଷ ପରେ ତତ୍କାଳୀନ DFO ଜେଲ୍ ଯିବା ଘଟଣାରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶକଲେ ମୃତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା।ନ୍ୟାୟିକ ପ୍ରକିୟା ଉପରେ ଭରସା ରହିଛି, ପ୍ରଭୁଜଗନ୍ନାଥ ଶୁଣିବେ ଆଶା।ବୋହୂ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରାଯାଉ ବୋଲି ଦାବି କଲେ।ପୂର୍ବତନ ଜଙ୍ଗଲ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।ଚନ୍ଦନକାଠ ଚୋରା ଚାଲାଣ ରୋକିବାରୁ ମୋ ପୁଅକୁ ହତ୍ୟା କରାଗଲା ବୋଲି ଅଭିଯୋଗ ଆଣିଛନ୍ତି।
ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ପୋଲିସକୁ ସସ୍ପେଣ୍ଡ୍ କଲେ ଉଚ୍ଚ ଅଧିକାରୀ।AK-47 ରାଇଫଲରୁ ଫାୟାରିଂ ଭିଡିଓ ପଦାକୁ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିହାର ବନ୍ଦ ଡାକରା ବେଳେ ସିୱାନ ଜିଲ୍ଲାରେ ପୋଲିସ ଫାୟାରିଂ କରିଥିଲା।
ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ପନଖିମାଲ ଠାରେ ଘଟିଛି ଏହି ଦୁର୍ଘଟଣା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର,୨୮।୭(ଏସଏସନିଉଜ) ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା କରାଯାଇଛି।ଛତ୍ରପୁର ଏନ୍ଏଚ୍ରେ ଯାଞ୍ଚ ବେଳେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି।ଫିଟ୍ନେସ, ରୋଡ୍ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଫାଇନ୍ ହୋଇଥିବାର ଜଣାପଡିଛି।
ଭୁବନେଶ୍ୱର,୨୮।୭(ଏସଏସନିଉଜ)ଗଞ୍ଜେଇ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ କରି ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଆନ୍ତର୍ରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଏସଟିଏଫ ଗିରଫ କରିଛି ।ସିବାରାମ ବିଶ୍ୱାଳଙ୍କ ଘରୁ ₹3.86 ଲକ୍ଷ ନଗଦ, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ବ୍ୟବସାୟିକ ପରିମାଣର ଗଞ୍ଜେଇ […]
ମେଣ୍ଢାଶାଳ,୨୬।୭(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଗୋଡ଼ିବାରୀ ହାତୀଅଭ୍ୟାରଣ୍ୟ ନିକଟରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଭାରିଯାନ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡ଼ର ଡେଇଁ ଆରପଟ ରାସ୍ତାରେ ଯାଉଥିବା ସ୍କୁଟିକୁ ପିଟିଛି ।ଦୁର୍ଘଟଣା ଘଟେଇଥିବା ଡ୍ରାଇଭର ଜଣକ ଚନ୍ଦକାଥାନାରେ ଅଟକ ରହିଥିବବେଳେ ପୋଲିସ ଗାଡ଼ିକୁ ଜବତ କରିଛି।ମୃତ ବ୍ୟକ୍ତି ଜଣଙ୍କ ଗୋଡ଼ିବାରୀ ଗ୍ରାମର ବିରଞ୍ଚି ବୋଲି ଜଣାପଡିଛି ।ଚନ୍ଦକା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣବଡ଼ଜେନାଙ୍କ ରିପୋର୍ଟ)
କଟକ,୨୬।୭(ଏସଏସନିଉଜ)ବାରଙ୍ଗ ପୋଲିସ ଏକ ଲୁଟ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।ସେମାନେ ହେଲେ ବେଗୁନିଆ ଥାନାର ତୁଳସୀପୁର ଗ୍ରାମର ଆଲୋକ ସେଠୀ (୨୭) ଓ ବାଙ୍କୀର ମିଲୁ ପ୍ରଧାନ (୧୯)। ପ୍ରକାଶ ଯେ,NTEX ପରିବହନ ସେବା ପ୍ରାଇଭେଟ୍ ଲିମିଟେଡର ଡେଲିଭରି ବୟ ଲୋକନାଥ ସାହୁ ନାମକ ଯୁବକ ଶନିବାର ଦିହିପହର ସମୟରେ ପୁରୀ ମେନ କେନାଲ ରାସ୍ତାରେ ଏକ ବାଇକରେ ଆସୁଥିଲେ। ଷଣ୍ଢପୁର ପାଖରେ ଥିବା ମିକ୍ସ ମାଷ୍ଟର […]
କଟକ,୨୨।୭(ଏସଏସନିଉଜ)ମଙ୍ଗଳବାର ରାତିରେ ଏକ ବିବାହ ବରଯାତ୍ରୀରେ ହୋଇଥିବା ମାରଣାନ୍ତକ ଆକ୍ରମଣ ଘଟଣାରେ ବାରଙ୍ଗ ଥାନା ପୋଲିସ ୩ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।ସେମାନେ ହେଲେ ବିଦ୍ୟାଧରପୁର ଗ୍ରାମର ବିଜୟ ବେହେରା (୫୬)ଜଗୁ ଓରଫ ଜଗନ ବେହେରା (୧୯) ଏବଂ ବିଶ୍ୱଜିତ ବେହେରା ଓରଫ ବଣ୍ଟି (୨୬)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧୀନସ୍ଥ ବିଦ୍ୟାଧରପୁର ଗ୍ରାମରେ ମଙ୍ଗଳବାର ରାତିରେ ଗ୍ରାମକୁ ଆସିଥିବା ଏକ ବିବାହ ବରଯାତ୍ରୀରେ ଠେଲାପେଲାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।ଏଥିରେ ମହିମା ରାଉତ […]
ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଛତାବର ଗ୍ରାମପଞ୍ଚାୟତର ଜାମୁଝରି ଠାରେ ଥିବା ମୁକ୍ତାକାଶ କାରାଶ୍ରମ ପରିସରରେ ଏବେ କଏଦି ସଂଖ୍ୟା ବୃଦ୍ଧି ଘଟି ୪୦ରେ ପହଞ୍ଚିଛି।ପୂର୍ବରୁ ଏହି କାରାଶ୍ରମରେ ୧୯ଜଣ କଏଦୀ ରହୁଥିଲେ।ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ଜେଲ୍ ରୁ ନୂତନ ରୂପେ ୨୧ଜଣ କଏଦୀ ଏଠାରେ ଆସି ପହଞ୍ଚିବାପରେ ସଂଖ୍ୟା ବୃଦ୍ଧି ଘଟିଛି। ୨୦୦୩ମସିହାରେ ଆରମ୍ଭ ହୋଇଥିବା ଏହି ମୂକ୍ତାକାଶ କାରାଶ୍ରମକୁ ପୂର୍ବରୁ ନୟାଗଡ଼ ଅଞ୍ଚଳର କେତେକ ଡ଼କାୟତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟାୟକଙ୍କ ନିକଟରେ ଆତ୍ମସମର୍ପଣ କରି ଏହି ନିର୍ମାଣାଧୀନ […]