Browsing category

ଅପରାଧ

ପୋଲିସ ଗାଡ଼ି ଭାଙ୍ଗି ଡକାୟତ ଦଳ ଫେରାର

ଜୟପୁର,୨୫।୮(ଏସଏସନିଉ ଜ)ବୋରିଗୁମ୍ମାରେ ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ମୁହାଁମୁହିଁ ହୋଇଛନ୍ତି।ପାଟ୍ରୋଲିଂ ବେଳେ ସନ୍ଦିଗ୍ଧ ବୋଲେରୋକୁ ଅଟକାଇବାକୁ ଚେଷ୍ଟା ବେଳେ ମୁହାଁମୁହିଁ ହୋଇଛନ୍ତି।ଗାଡ଼ି ନଅଟକାଇ ଡକାୟତ ଦଳ ଦ୍ରୁତ ଗତିରେ ଖସିପଳାଇବାକୁ ଉଦ୍ୟମ କରିଥିଲେ।ପୋଲିସ ଗାଡ଼ି ମଧ୍ୟ ପ୍ରାୟ ୭କିମିପର୍ଯ୍ୟନ୍ତ ପିଛା କରିଥିଲା।କମରା ଶ୍ମଶାନରାସ୍ତାରେ ଗାଡ଼ି ଅଟକାଇ ପୋଲିସକୁ ଡକାୟତଙ୍କ ଆକ୍ରମଣ କରିଥିଲେ।ପୋଲିସ ଗାଡ଼ିକୁ ଭଙ୍ଗାରୁଜାସହ ଗାଡ଼ି ଚାବି ଛଡ଼ାଇ ନେଲେ ଡକାୟତ ଦଳ।ପରେ ନିଜ ବୋଲେରୋକୁ ଛାଡ଼ି ନିକଟ ଜଙ୍ଗଲକୁ ଖସି ପଳାଇଲେ।୨୦୦ରୁଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁନେଇ ପୋଲିସର ସର୍ଚ୍ଚ ଅପରେସନ୍ […]

ଘରେ ପୋତା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ,୨୫।୮(ଏସଏସନିଉଜ)ଘରଭିତରେ ପୋତା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।କୁମ୍ଭାରପଡ଼ା ଭଡ଼ାଘର ରୋଷେଇଘରୁ ମୃତଦେହ ଉଦ୍ଧାର କଲା ପୋଲିସ।ପ୍ରବଳ ଦୁର୍ଗନ୍ଧ ହେବାରୁ ଘରମାଲିକଙ୍କ ସନ୍ଦେହ ପରେ ତଦନ୍ତ କରିଥିଲା ପୋଲିସ।ମାଆକୁ ମାରି ପୁଅ ଘରେ ପୋତି ଦେଇଥିବା ପୋଲିସର ସନ୍ଦେହ କରାଯାଉଛି।୪ମାସ ତଳେ ଉଭୟ ମାଆ,ପୁଅ ଆସି ଭଡ଼ାରେ ରହିଥିଲେ।ଫେରାର ପୁଅକୁ ଖୋଜିବାକୁ ପୋଲିସର ତନାଘନା ଆରମ୍ଭ ହୋଇଛି।

ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ,୨୫।୮(ଏସଏସନିଉଜ)ଗୋଡିସାହିଫାଣ୍ଡି ନିକଟସ୍ତ ରାମଦାସପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେଥିବା ଏକ ବନ୍ଦଘର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ମଙ୍ଗଳବାରସକାଳୁ ଉଦ୍ଧାର ହୋଇଛି।ମୃତକ ହେଉଛନ୍ତି ଗୋଡିସାହି ଗ୍ରାମର ପ୍ରଦୀପନାୟକ ଗତ ୧୯ଦିନ ହେବ ନିଖୋଜ ଥିଲେ। ମୃତ୍ୟୁଦେହ ପଚି ଯାଇଥିବାବେଳେ ଝୁଲୁଥିବା ବେଳେ ପୋଲିସ ଉଦ୍ଧାର କରିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

RC ବାତିଲ ପାଇଁ ନୋଟିସ୍‌ କରିବୁ ମାନସ ମିଶ୍ର

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଅନଲାଇନ ଅଟୋ ଚାଳକ ଆନ୍ଦୋଳନ ଘଟଣାରେ RC ବାତିଲ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ମିଶ୍ର।ଜବତ ହୋଇଥିବା ପ୍ରାୟ ୩୮୦ ଗାଡ଼ିକୁ ନୋଟିସ୍‌ କରାଯାଇଥିଲା।୩ ଦିନରେ ରିପୋର୍ଟ ପାଇଁ କୁହାଯାଇଥିଲା, ୨୦ରୁ ୨୫ ଉତ୍ତର ଆସିଛି।ଏଥିମଧ୍ୟରେ ଜବତ ୨ ଶହ ଗାଡ଼ିର ଇ-ଚାଲାଣ କଟାଯାଇଛି।ବହୁତ ଦିନ ଧରି ଫିଟନେସ୍‌ ନଥିବା, ଚାଲାଣ ପେଣ୍ଡିଂ ଗାଡ଼ିର ସର୍ଟ ଲିଷ୍ଟ କରୁଛୁ।ସେହିସବୁ ଗାଡ଼ିର RC ବାତିଲ ପାଇଁ ନୋଟିସ୍‌ କରିବୁ […]

୩୦ରେ ନିଟ୍ ପିଜି ପରୀକ୍ଷା

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଆସନ୍ତା ୩୦ ତାରିଖରେ ହେବ ନିଟ୍-ପିଜି ପରୀକ୍ଷା ହେବାକୁ ଯାଉଛି।ଗୋଟିଏ ସିଫ୍ଟରେ ସକାଳ ୯ରୁ ୧୨ଟା ୩୦ ଯାଏଁ ପରୀକ୍ଷା ହେବ।କମ୍ପ୍ୟୁଟର ଆଧାରିତ (CBT) ମୋଡ୍‌ରେ ହେବ ପରୀକ୍ଷା।କାଲିଠୁ ଆଡମିଟ୍ କାର୍ଡ ମିଳିବା ନେଇ ସୂଚନା ଜାରି ବୋଲି କୁହଯାଇଛି।

ବୌଦ୍ଧ ପୋଲିସରେ ବଡ଼ ଅଦଳବଦଳ

ବୌଦ୍ଧ,୨୪।୮(ଏସଏସନିଉଜ)ଗଞ୍ଜେଇ ଡିଲ୍‌ର ଅଡିଓ ଭାଇରାଲ୍ ପରେ ଆକ୍ସନ ମୋଡ୍‌ରେ ଏସ୍‌ପି।୩ ଇନ୍ସପେକ୍ଟର ଓ ୩ ASIଙ୍କୁ ବଦଳି କଲେ ଏସ୍‌ପି କୁଲଦୀପ ମୀନା।ଟାଉନ୍ ଥାନା IIC ନଳିନୀକାନ୍ତ ଦାସଙ୍କ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ରଣଜିତ ମୁନିଙ୍କୁ ପୁରୁଣାକଟକରୁ ଟାଉନ୍ ଥାନାକୁ ଓ ASI ପ୍ରାଣବନ୍ଧୁ ସାହୁଙ୍କୁ ବାଘିଆପଡ଼ା ଫାଣ୍ଡିରୁ ROକୁ ବଦଳି କରାଯାଇଛି।

୨ କୋଟିର ଦୁର୍ନୀତି ମାନିଲେ SRA

ଭୁବନେଶ୍ୱର,୨୪।୮(ଏସଏସନିଉଜ)ନାଉଗାଁ ତହସିଲରେ କାର୍ଯ୍ୟରତ ଏସଆରଏ ଭଞ୍ଜକିଶୋର ବେହେରାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତିର୍ତ୍ତୋଲ ବ୍ଲକରେ ତାଙ୍କ କାର୍ଯ୍ୟକାଳ ସମୟରେ ପ୍ରାୟ ୩.୦୨ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଅଗଷ୍ଟ ୧୨ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ତଦନ୍ତ ଅନୁସାରେ, ୨୦୧୧-୧୨ରୁ ୨୦୨୧-୨୨ ମଧ୍ୟରେ ଜାଲିଆତିପୂର୍ଣ୍ଣ ଦରମା ବିଲ୍‌ ଓ ଡିସ୍‌ବର୍ସମେଣ୍ଟ ରେକର୍ଡ ମାଧ୍ୟମରେ ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ଭଞ୍ଜକିଶୋର ବେହେରାଙ୍କ […]

ଚନ୍ଦକାରେ କାର ଲୁଟ୍ ଘଟଣା

ମେଣ୍ଢାଶାଳ, ୨୩|୮(ଏସଏସନିଉଜ)ଚନ୍ଦକାରେ ଘଟିଥିବା ହାଇ-ପ୍ରୋଫାଇଲ କାର ଲୁଟ୍ ଘଟଣାରେ ବଡ଼ ସଫଳତା ପାଇଛି ପୁଲିସ । ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ। ୱାଶିଂ ପଏଣ୍ଟର CCTV ରୁ ଧରା ପଡିଲେ ଲୁଟେରା।ଚନ୍ଦକା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କାର ଲୁଟ୍ ଘଟଣାର ତଦନ୍ତ କରି ଲୁଟେରାଙ୍କ ନିକଟରେ ପହଞ୍ଚିଛି ଆଇଆଇସି ସମିତା ମିଶ୍ର ଓ ତାଙ୍କ ଟିମ । ଗତ ୧୨ ତାରିଖ ରାତିର ଘଟଣା । ଅନ୍ଧାରୁଆର ସୁଦର୍ଶନ ନାୟକ ଚନ୍ଦକାସ୍ଥିତ ନିଜ […]

SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ

ବାରିପଦା,୨୨।୮(ଏସଏସନିଉଜ)ଟାଉନ୍‌ ଥାନା SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ ଆସିଛି।SI ପ୍ରଭାତ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜନୈକ ମହିଳା।ମହିଳାଙ୍କ ଅଭିଯୋଗଅନୁଯାୟୀ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକସମ୍ପର୍କ ରଖିଥିଲେ।କିଛିବ୍ୟକ୍ତି ସମାଜସେବୀକହି ପ୍ରଭାତଙ୍କ ସହ ବିବାହ କରାଇଥିବା ମଧ୍ୟ ଅଭିଯୋଗ ଆସିଛି।SI ଏବେ ଧରାଛୁଆଁ ଦେଉ ନଥିବାରୁ ଥାନାର ଦ୍ବାରସ୍ଥ ହେଲେ ମହିଳା।ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗପରେ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।SI,ତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ମୋବାଇଲ ଖୋଲିଲା ରହସ୍ୟ

କଟକ,୮।୮(ଏସଏସନିଉଜ)ତ୍ରିଶୂଳିଆ ସୁବାସ ସେତୁରୁ କାଠଯୋଡ଼ିକୁ ଡେଇଁ ଜଣେ ଯୁବକ ନିଖୋଜ ହେବା ଘଟଣାର ନୂଆ ମୋଡ଼ ଆସୁଛି। ଯୁବକ ଜଣକ ନଦୀକୁ ଡେଇଁ ନାହାନ୍ତି, ବ୍ରିଜ୍ ଉପରେ ମୋବାଇଲ ଫୋନ୍ ଓ ରେନକୋର୍ଟ ରଖି ଘରକୁ ପଳାଇ ଯାଇଥିଲେ ବୋଲି ତଦନ୍ତ ବେଳେ ବାରଙ୍ଗପୋଲିସ ଜାଣିବାକୁ ପାଇଛି। ପ୍ରକାଶ ଯେ,ସୁବାସ ସେତୁର ବାଡ଼ରେ ଏକ ମୋବାଇଲ,ଚପଲ ସହିତ ରେନକୋର୍ଟ ଥୁଆହୋଇଥିବାରଶନିବାର ସକାଳେ ମର୍ଣିଂ ୱାକରେ ଯାଇଥିବା ସ୍ଥାନୀୟ ଗ୍ରାମର କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ।ତେବେ କେହି ଏସବୁ […]