ଭୁବନେଶ୍ୱର,୨୪।୮(ଏସଏସନିଉଜ)ଅନଲାଇନ ଅଟୋ ଚାଳକ ଆନ୍ଦୋଳନ ଘଟଣାରେ RC ବାତିଲ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ମିଶ୍ର।ଜବତ ହୋଇଥିବା ପ୍ରାୟ ୩୮୦ ଗାଡ଼ିକୁ ନୋଟିସ୍ କରାଯାଇଥିଲା।୩ ଦିନରେ ରିପୋର୍ଟ ପାଇଁ କୁହାଯାଇଥିଲା, ୨୦ରୁ ୨୫ ଉତ୍ତର ଆସିଛି।ଏଥିମଧ୍ୟରେ ଜବତ ୨ ଶହ ଗାଡ଼ିର ଇ-ଚାଲାଣ କଟାଯାଇଛି।ବହୁତ ଦିନ ଧରି ଫିଟନେସ୍ ନଥିବା, ଚାଲାଣ ପେଣ୍ଡିଂ ଗାଡ଼ିର ସର୍ଟ ଲିଷ୍ଟ କରୁଛୁ।ସେହିସବୁ ଗାଡ଼ିର RC ବାତିଲ ପାଇଁ ନୋଟିସ୍ କରିବୁ ବୋଲି ସୂଚନା ଦେଇଛନ୍ତି ମାନସ ମିଶ୍ର।