ଆଜିର ରାଶିଫଳ

ରୁଦ୍ରାକ୍ଷ ଓ ଉପକାରିତା

ଅକ୍ଟୋବର ମାସ ୧୨ତାରିଖ ୨୦୨୬ମସିହା (ସୋମବାର) ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଦ୍ୱିତୀୟା ରାତ୍ରି ଘ୦୯/୫୦ ଗତେ ତୃତୀୟା,ନକ୍ଷତ୍ର- ସ୍ୱାତୀ ରାତ୍ରି ଘ୧୨/୧୬ ଗତେ ବିଶାଖା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/୦୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୫୨,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୦ ଗତେ ଅଗ୍ନିକୋଣେ,ମିଥୁନରାଶିର ଘାତ ବାର,ଦ୍ୱିତୀୟା ଏକୋଡ଼ିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୯/୫୦ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୧୦ଗତେ ଘ୦୮/୪୦ମଧ୍ୟେ,ବାରବେଳା -ଦିବା ଘ୦୨/୨୫ଗତେ ଘ୦୪/୦୪ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୯ମଧ୍ୟେ ଓ ଘ୦୮/୫୫ ଗତେ ଘ୧୧/୨୦ ମଧ୍ୟେ ଓ ରାତ୍ରି ଘ୦୭/୫୦ଗତେ ଘ୧୧/୦୧ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନ।ସ୍ତି,ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ
ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି।କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
ବୃଷ
ପାରିବାରିକକ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ।ବ୍ୟବସାୟ, କଚେରିମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ।ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକକାମରେ ଦୃଢ଼ ପଦକ୍ଷେପ ଗ୍ରହଣକରି କାମ ହାସଲ କରିବେ।
ମିଥୁନ
ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇ ଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭମିଳିବ,ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।
କର୍କଟ
ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ।ପରୋକ୍ଷ ଭାବେ ଶତ୍ରୁତାକରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇ ପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।
ସିଂହ
ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀକାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
କନ୍ୟା
ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।
ତୁଳା
ପ୍ରତ୍ୟେକ ସ୍ତରରେ ସମସ୍ତପ୍ରକାର ସୁବିଧା ଥିଲେ ମଧ୍ୟ କେତେକକାମ ଅଧୁରା ରହିଯିବା ଆଶଙ୍କା ଦେଖା ଦେବ,ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ବିଛା
ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନପାରେ। ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ,କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସିକ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।
ଧନୁ
ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନକ୍ଷେତ୍ରରେ ଆଶା ଅନୁରୂପଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।
ମକର
ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତକାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।
କୁମ୍ଭ
ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ,ବନ୍ଧୁମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।
ମୀନ
ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥି ପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବନାହିଁ।ଯାତ୍ରାସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇପାରନ୍ତି।ପ୍ରତ୍ୟେକକ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ।
🔱ରୁଦ୍ରାକ୍ଷ ଓ ଉପକାରିତା🔱
ହିନ୍ଦୁଶାସ୍ତ୍ର ଅନୁଯାଇ ରୁଦ୍ରାକ୍ଷକୁ ସାକ୍ଷାତ ଶିବଙ୍କ ଅଂଶ ବୋଲି ମନାଯାଏ ।ଶିବଙ୍କ ଅନ୍ୟନାମ ରୁଦ୍ରରୁ ଏହା ର ନାମକରଣ ରୁଦ୍ରାକ୍ଷ ହେଇଛି ,ଏହା ଏକ ପବିତ୍ର ଫଳ ଅଟେ। ତେବେ ରୁଦ୍ରାକ୍ଷ ଏକମୁଖିରୁ ପ୍ରାୟତ ୨୧ମୁଖି ଯାଏଁ ଦେଖାଯାଏ I
କୁହାଯାଏ ଯେଉଁଠି ରୁଦ୍ରାକ୍ଷକୁ ପୂଜା କରାଯାଏ ସେଠାରେ ସାକ୍ଷାତ ମାଲକ୍ଷ୍ମୀ ବାସ କରିଥାନ୍ତି,ରୁଦ୍ରାକ୍ଷ କୁ ପିନ୍ଧିବାଦ୍ୱାରା ଶରୀରରେ ଆଧ୍ୟାତ୍ମିକଭାବ ସୃଷ୍ଟି ହେଇଥାଏ।ବିଭିର୍ଣ୍ଣ ସମସ୍ୟାର ସମାଧାନ ହେଇଥାଏ।୨୧ପ୍ରକାର ରୁଦ୍ରାକ୍ଷ ଥିଲେ ମଧ୍ୟ ସାଧାରଣତଃ ୧୨ମୁଖି ରୁଦ୍ରାକ୍ଷ ଯାଏଁ ବ୍ୟବହାର କରାଯାଏ ।କେଉଁ ରୁଦ୍ରାକ୍ଷ ପିନ୍ଧିବାଦ୍ୱାରା କେଉଁ ଫଳ ମିଳିଥାଏ :-
▪️୧. ଏକମୁଖି ରୁଦ୍ରାକ୍ଷ :- ଏହା ସ୍ୱୟଂ ଶିବଙ୍କ ସ୍ୱରୂପ ବୋଲି ମନାଯାଏ ।ଏହା ଅତ୍ୟନ୍ତ ଦୁର୍ଲଭ ଏବଂ ମୂଲ୍ୟବାନ ।ଏହାକୁ ଧାରଣ କରିବାଦ୍ୱାରା ମହାପାପରୁ ମୁକ୍ତି ମିଳିଥାଏ ଇଲ।ସର୍ବମନସ୍କାମନା ପୂର୍ଣ୍ଣ ହେଇଥାଏ ଇଲ।
▪️୨.ଦୋମୁଖି ରୁଦ୍ରାକ୍ଷକୁ ସାକ୍ଷାତ ଶିବ ଏବଂ ପାର୍ବତୀଙ୍କ ଅଂଶ କୁହାଯାଏ ।ଏହାକୁ ଧାରଣ କରିବାଦ୍ୱାରା ବୁଦ୍ଧି ଏବଂ ବିବେକ,ଆଧ୍ୟାତ୍ମିକ ଜ୍ଞାନର ଜାଗ୍ରତ ହେଇଥାଏ I
▪️୩. ତିନିମୁଖି ରୁଦ୍ରାକ୍ଷକୁ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ସ୍ୱରୂପ କୁହାଯାଏ I ଏହାକୁ ଧାରଣ କରିବାଦ୍ୱାରା ବିଦ୍ୟା ଏବଂ ଶରୀରରେ ଶକ୍ତିର ସଂଚାର ହେଇଥାଏ I
▪️୪.ଚାରିମୁଖି ରୁଦ୍ରାକ୍ଷକୁ ସାକ୍ଷାତ ବ୍ରହ୍ମାଙ୍କ ଅଂଶ କୁହାଯାଏ।ଏହାକୁ ଧାରଣ କରିବାଦ୍ୱାରା ମାନସିକ ରୋଗରୁ ମୁକ୍ତି ମିଳିଥାଏ।
▪️୫.ପାଞ୍ଚମୁଖି ରୁଦ୍ରାକ୍ଷକୁ ସାକ୍ଷାତ ଶିବଙ୍କ ପଞ୍ଚାନନ ସ୍ୱରୂପ କୁହାଯାଏ I ଏହାକୁ ଧାରଣ କରିବାଦ୍ୱାରା ମନସ୍କାମନା ପୂରଣ ହେଇଥାଏ…


ନବରାତ୍ର ନଅଦିନରେ ମାଆ ଦୁର୍ଗାଙ୍କ ନଅରୂପ ନବଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରାଯାଏ ।
ନବଦୁର୍ଗାଙ୍କୁ ଦେଵୀକବଚ ସୂତ୍ରରେ ବର୍ଣ୍ଣନା କରାଯାଇଛି :-ପ୍ରଥମଂ ଶୈଳପୁତ୍ରୀତି ଦ୍ୱିତୀୟେ ବ୍ରହ୍ମଚାରିଣୀ l
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍।ପଞ୍ଚମ ସ୍କନ୍ଧମାତେତି ଷଷ୍ଠ କାତ୍ୟାୟନୀ ତଥା । ସପ୍ତମେ କାଳରାତ୍ରେତି ମହାଗୌରୀତିଚାଷ୍ଟମମ୍ ।ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକିକୀର୍ତ୍ତିତାଃ ।।ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ ।
ମାଆଙ୍କର ଦ୍ୱିତୀୟ ସ୍ୱରୂପ – ୧୨ ଅକ୍ଟୋବର, ସୋମବାର – ଦ୍ୱିତୀୟା (ମାଆ ବ୍ରହ୍ମଚାରିଣୀ ପୂଜା) ବ୍ରହ୍ମଚାରିଣୀ/ଶର୍କରା
ବ୍ରହ୍ମଚାରୀଣି – ଆନନ୍ଦମୟୀ ଦେବି ଶୁକ୍ଳ ବସ୍ତ୍ର ପରିହିତା। ସହାସ୍ୟ ଵଦନୀ, ମସ୍ତକରେ ମୁକୁଟ।ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ। ବ୍ରହ୍ମଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କୁ ପ୍ରାପ୍ତି ଦେବୀଙ୍କ ସ୍ଵଭାଵ।ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ ।ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତା ମାନେ ବିଜୟୀ ହେଲେ ।ଏ ବିଜୟର ଉତ୍ସ ସେହି ମହାଦେବୀଙ୍କୁ ଦେବତା ମାନେ ଭୁଲି ଅହଙ୍କାରୀ ହୋଇ ଗଲେ ।ଦେଵତା ଗଣ ଏକତ୍ରିତ ହୋଇଥାନ୍ତି ।ସେମାନେ ଦେଖିଲେ ଦିଗବଳୟରେ ଗୋଟିଏ ଉଜ୍ୱଳଜ୍ୟୋତି ବିନ୍ଦୁ।ଇନ୍ଦ୍ର ଅଗ୍ନିଙ୍କୁ ଏ ଜ୍ୟୋତି ବିନ୍ଦୁ କଣ ବୋଲି ପଚାରିଲେ । ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ ଆପଣ କିଏ? ତାଙ୍କୁ ଜ୍ୟୋତି କହିଲେ ଆପଣ କିଏ କୁହନ୍ତୁତ? ଅଗ୍ନି କହିଲେ ମୁଁ ଅଗ୍ନି ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବା ଶକ୍ତି ମୋର ଅଛି ।ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଛ ଦେଇ ଦଗ୍ଧ କରିବା ପାଇଁ ବୋଲନ୍ତେ ଅଗ୍ନି ତାହା କରି ନପାରି ଲଜ୍ଜିତ ହେଲେ ।ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କ ପ୍ରେରଣ କଲେ ।ମାଆ ଅହଂକାର ଭଗ୍ନ ପାଇଁ ବାୟୁଙ୍କ ସମ୍ମୁଖରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ କହିଲେ । ବାୟୁ ତାହା କରି ନପାରି ଲଜ୍ଜିତ ହେଲେ l ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ । ମାତ୍ର ଜ୍ୟୋତି କେଉଁ ଆଡେ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରୀଣି ରୂପରେ ଆବିର୍ଭୁତା ହେଲେ ।ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇ ଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ ।ଦେବୀଙ୍କର ଗ୍ରହ ମଙ୍ଗଳ,ମନ୍ତ୍ର, ଓଁ ଦେବୀ ବ୍ରହ୍ମଚାରିଣ୍ୟେ ନମଃ…

 

Comments (0)
Add Comment