ଆଜିର ରାଶିଫଳ

ଡ଼ାଲଚିନି- ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ମସଲା

୨୦୨୬ ମସିହା, ଅକ୍ଟୋବରମାସ, ୭ତାରିଖ, ବୁଧବାର, ରାମାନୁଜ ବୈଷ୍ଣବସମ୍ମତ ଏକାଦଶ୍ୟୁପବାସ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୨/୨୦🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୬/୫୭,ଆଶ୍ୱିନମାସ,କୃଷ୍ଣପକ୍ଷ,ପଣ୍ଡିତବାସ, ତିଥି- ଦ୍ବାଦଶୀ ରାତ୍ରି ଘ୧୧/୧୮ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ନକ୍ଷତ୍ର- ମଘା ନକ୍ଷତ୍ର ରାତ୍ରି ଘ୧୦/୨୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ସାଧ୍ୟଯୋଗ ପ୍ରାତଃ ଘ୬/୨୦ମି ପର୍ଯ୍ୟନ୍ତ ତଦନ୍ତେ ଶୁଭଯୋଗ କ୍ଷୟ ରାତ୍ରି ଘ୪/୪ମି ପର୍ଯ୍ୟନ୍ତ,କରଣ- କୌଳବକରଣ ଦିବା ଘ୧୨/୨ମି ପର୍ଯ୍ୟନ୍ତ ତଦନ୍ତ ତୈତିଳକରଣ ରାତ୍ରି ଘ୧୧/୧୮ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୧/୧୮ମିପରେ ଦକ୍ଷିଣ ଦିଗରେ । ଅଗନ୍ତବ୍ୟତିଥି,ପାପମଧ୍ୟଚନ୍ଦ୍ରଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ,ଘାତଚନ୍ଦ୍ର-
କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ଘାତବାର-କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୨୨ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ,ସାମ୍ବତ୍ସରିକଶ୍ରାଦ୍ଧ-ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ- ପୂତିକା (ପୋଇଶାଗ), ରାତ୍ରି ଘ୧୧/୧୮ମି ପରେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ।ଅଶୁଭ ବେଳା-(କାଳବେଳା) ଦିବା ଘ୮/୩୯ମି ରୁ ଘ୧୦/୬ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୧୧/୩୩ମି ରୁ ଘ୧/୦ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୨/୩୯ମି ରୁ ଘ୪/୧୨ମି ପର୍ଯ୍ୟନ୍ତ,ଶୁଭବେଳା-
(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୬/୩୨ମି ମଧ୍ୟେ, ଘ୭/୨୧ମି ରୁ ଘ୮/୧୯ମି ମଧ୍ୟେ, ଘ୧୦/୩୩ମି ରୁ ଘ୧୨/୫୭ମି ମଧ୍ୟେ,ରାତ୍ରି ଘ୬/୯ମି ରୁ ଘ୬/୫୭ମି ମଧ୍ୟେ, ଘ୮/୩୩ମି ରୁ ଘ୧୨/୫୭ମି ପର୍ଯ୍ୟନ୍ତ (ମାହେନ୍ଦ୍ର ବେଳା) ଦିବା ଘ୬/୩୩ମି ରୁ ଘ୭/୨୧ମି ମଧ୍ୟେ, ଘ୧/୪୫ମି ରୁ ଘ୪/୯ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ରାତ୍ରି ଘ୧୧/୧୮ମି ମଧ୍ୟେ ୧ ପାଦ ତିଥି ପୁଷ୍କର ଦୋଷ । ଫଳଂ ଗୋପଶୁ ସମ୍ପଦର ହାନି,ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସୁଭଗା । କନ୍ୟାର ପାଞ୍ଚମାସ, ରାତ୍ରି ଘ୧୦/୨୨ମି ପରେ ସାତମାସ ଗଣ୍ଡଦୋଷ,ଫଳଂ ସ୍ତ୍ରୀ ଶୋକାତୁରା । ରାତ୍ରି ଘ୧୦/୨୨ମି ପରେ ବିଧବା,ଘୃତକାଂସ୍ୟପାତ୍ର, ରକ୍ତ ବସ୍ତ୍ର, ତିଳସୁବର୍ଣ୍ଣ, ଗୋଧୂମ, ଗୁଡ଼ଦାନ କରଣୀୟ ।ଶୁଭକର୍ମ- ନାହିଁ ।
🐐ମେଷ👉ଆଜି ମନ ଭଲ ରହିବା ସାଙ୍ଗକୁ ପ୍ରତ୍ୟେକ କାମରେ ନିଜକୁ ନିମଜ୍ଜିତ କରି ରଖିବେ। କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ରହିବ ନାହିଁ। କିନ୍ତୁ ସାଙ୍ଗସାଥୀଙ୍କ ସହିତ ସାଧାରଣ କଥାକୁ କେନ୍ଦ୍ରକରି ମନ ଉତ୍ତେଜନାପୂର୍ଣ୍ଣ ରହିପାରେ।ଆନୁଷ୍ଠାନିକକ୍ଷେତ୍ରରେ ପଦ ମର୍ଯ୍ୟାଦା ବୃଦ୍ଧି ଓ ବନ୍ଧୁଙ୍କସହ ଆଲୋଚନା ଫଳପ୍ରଦ ହେବ।
🐂ବୃଷ👉ବନ୍ଧୁଙ୍କ ସହଯୋଗରୁ ନୂଆ କରି କୌଣସି କାମ ଆରମ୍ଭ କରିପାରନ୍ତି। ଦୀର୍ଘଦିନରୁ କର୍ମକ୍ଷେତ୍ର ରେ ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାର ମଧ୍ୟରେ କେତେକ ଅସଂଗତି ପୂର୍ବରୁ ରହିଥିଲେ ମଧ୍ୟ ତାହା ଉଦ୍‌ବେଗଜନକ ହେବନାହିଁ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁ ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ।
👩‍❤️‍👨 ମିଥୁନ👉ଅନୁଚିତ ବିଚାରଧାରାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ କଳହର ସମ୍ମୁଖୀନ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ। ସରକାରୀସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଧରି କର୍ମ କରି ଚାଲିଲେ ଅବଶ୍ୟ ଉପକୃତ ହେବେ।
🦀କର୍କଟ👉କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମାନସିକ ଓ ଶାରୀରିକ ସୁସ୍ଥତା ରହିବନାହିଁ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲହେବ। ପାରସ୍ପରିକ ଯୁକ୍ତିତର୍କ ସହିତ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‌ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି।
🦁 ସିଂହ👉ବ୍ୟୟବୃଦ୍ଧି ସାଙ୍ଗକୁ ଦୂରଯାତ୍ରା କିମ୍ବା ସ୍ଥାନାନ୍ତରଜନିତ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ତରବରିଆ ଜଗି ରଖି ଚଳିବା ଭଲ ହେବ। ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ହିତୈଷୀ ମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ।
🧕କନ୍ୟା👉କୌଣସି ଜିନିଷ ପ୍ରାପ୍ତି ଆଶାରେ ବନ୍ଧୁଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆବିର୍ଭାବ ପରିସ୍ଥିତିକୁ ଏପଟ ସେପଟ କରିଦେଇପାରେ। କାର୍ଯ୍ୟରେ ସଫଳତା ହାସଲ କରିବେ, କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ସରକାରୀ କାମରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ।
⚖️ତୁଳା👉ଉଦ୍ଦେଶ୍ୟ ମହତ୍‌ ଥିଲେ ମଧ୍ୟ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଆପଣଙ୍କ କାମରେ ଅନର୍ଥ ସୃଷ୍ଟିକରିବ। ଆଜି କର୍ମକ୍ଷେତ୍ରର ଚାପ ଏତେଦୂର ବଢିଯିବ ଯେ ଶାନ୍ତିରେ ରହିପାରିବେ ନାହିଁ। ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେସୁଦ୍ଧା ପାଟି ଫିଟାଇବାର ରାସ୍ତା ନଥିବ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
🦂ବିଛା👉ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ବୁଦ୍ଧିମାନର କାମହେବ।ସମସ୍ୟା ମଧ୍ୟରେ କାମ ବହୁତ କରିବେ ସତ କିନ୍ତୁ କୌଣସିଟା ପୂର୍ଣ୍ଣାଙ୍ଗ ହେବନାହିଁ। ଅତି ନିଜରବୋଲି ଭାବୁଥିବା ବନ୍ଧୁଟିର କାର୍ଯ୍ୟକଳାପ ମନରେ ସନ୍ଦେହ ସୃଷ୍ଟିକରିବ।ବ୍ୟବସାୟ, ସଭାସମିତି,ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତାକ୍ଷେତ୍ରରେ କେତେକାଂଶରେ ଶୁଭଫଳ ପାଇବେ।
🏹ଧନୁ👉ପଡୋଶୀଙ୍କ ମିତ୍ରତା ମାନସିକ ଅସୁସ୍ଥତାକୁ ଦୂରେଇବାରେ ସମର୍ଥ ହେବ। ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କହି ପାରିବେ ନାହିଁ। ନୂତନ କାମରେ ପ୍ରତିବନ୍ଧକ ଲାଗିରହିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ନିକଟରୁ ଧାର କରିବାକୁ ପଡିପାରେ।
🐊ମକର👉କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅନ୍ୟମାନଙ୍କର ଅଭିଯୋଗ ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ବିନା କାରଣରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟିହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ମନକୁ ସାନ୍ବନା ଦେବାରେ ସହାୟକ ହୋଇପାରିବ। ବନ୍ଧୁଙ୍କ ପ୍ରେରଣାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
🏺କୁମ୍ଭ👉ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥହେବ। ବନ୍ଧୁଙ୍କ ପାରିବାରିକ ସମସ୍ୟା ସମାଧାନର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଅଫିସ୍‌ରେ ଉତ୍ତରଦାୟୀ ହେବାକୁ ପଡିବ।ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଆପୋସ ଆଲୋଚନାଦ୍ୱାରା ସମାଧାନର ଆଶା କରା ଯାଇପାରେ।
🐟ମୀନ👉କର୍ମକ୍ଷେତ୍ରରେ ବିଫଳତା ଲାଗିରହିବାରୁ ମନରେ ବିଭିନ୍ନ କଳ୍ପନା ଜାଗ୍ରତ ହେବ। ବ୍ୟବସାୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡିପାରନ୍ତି। ପାଖ, ପଡୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ସାମୟିକ ଭାବରେ ସ୍ନାୟବିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି।
🕉️ନୀତିବାଣୀ🕉️
ବିଦ୍ୱାନ ଆବର ଶ୍ରୀବୀର
କ୍ଷମା ଦିଅନ୍ତି ସଦା,
ବିଧର୍ମୀ ହୋଇଲେ ଜନୈକ
କ୍ଷମା ଦିଏନା କଦା।
ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି- ତୁମେ ଧୋକା ଖାଇପାର ହେଲେ କାହାକୁ ଧୋକା ଦେବନାହିଁ କାହିଁକି ନା ଧୋକା ଖାଇଥିବାଲୋକ ସମୟ ସହିତ ଦିନେ ଠିକ୍ ହେଇଯିବ‌ ହେଲେ ଧୋକାଦେଇଥିବା ଲୋକ ସମୟ ସହିତ ସବୁକିଛି ହରେଇ ଦିଏ ।
ଜୀବନ ଅଛି ତ ସମସ୍ୟା ଅଛି ଆଉ ପ୍ରତ୍ୟେକ ସମସ୍ୟାର ସମାଧାନର ବାଟ ବି ଅଛି, ନିଜକୁ ଦୁଃଖି କରିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ ।ତୁମେ ବେଙ୍ଗକୁ ସୁନାରେ ନିର୍ମିତ Chairରେ ବସାଇ ଦିଅନା କାହିଁକି…ତାର ପ୍ରକୃତି ସେ କିନ୍ତୁ କାଦୁଅକୁ ହିଁ ଡେଇଁବାକୁ ପସନ୍ଦ କରିବ ।ସେହିଭଳି ଆମ ଚାରିପାଖରେ କିଛିଲୋକ ଏମିତି ଅଛନ୍ତି ଯାହାକୁ ତୁମେ ଯେତେ….Respect ଦେଇଦିଅ କିମ୍ବା ଯେତେ ତୁମେ ତାଙ୍କୁ..ମୁଣ୍ଡରେ ଉପରେ ବସାଅ ସେ କିନ୍ତୁ ତାଙ୍କ ନିଜ କାର୍ଯ୍ୟ ମାଧ୍ୟମରେ Proof କରିବେଯେ ସେ ସମ୍ମାନର ଯୋଗ୍ୟ ନୁହଁନ୍ତି…

🍂 ଡ଼ାଲଚିନି- ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ମସଲା 🍂
ଡ଼ାଲଚିନିରେ ଥିବା ସିନାମାଲଡିହାଇଡ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ସକ୍ରିୟ ଉପାଦାନ ଶରୀରକୁ ବିଭିନ୍ନ ଭାବରେ ଲାଭ ପହଞ୍ଚାଇଥାଏ।
🩸 ରକ୍ତ ଶର୍କରା ନିୟନ୍ତ୍ରଣରେ ସହାୟକ:-ଡ଼ାଲଚିନି ଇନ୍ସୁଲିନ୍‌ର କାର୍ଯ୍ୟକ୍ଷମତା ବଢ଼ାଇ ଶରୀରର କୋଷଗୁଡ଼ିକୁ ଗ୍ଲୁକୋଜ୍‌ ବ୍ୟବହାରରେ ସହାୟତା କରିପାରେ। ଖାଦ୍ୟ ପରେ ରକ୍ତ ଶର୍କରା ହଠାତ୍ ବଢ଼ିବାକୁ ମଧ୍ୟ କମାଇବାରେ ସହାୟକ ହୋଇପାରେ।
🛡️ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର:-
ଡ଼ାଲଚିନିରେ ଥିବା ପଲିଫେନଲ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ମୁକ୍ତମୂଳକ ଯୋଗୁଁ ହେଉଥିବା କୋଷୀୟ କ୍ଷତିରୁ ଶରୀରକୁ ସୁରକ୍ଷା ଦେବାରେ ସହାୟକ।
🔥 ପ୍ରଦାହ କମାଇବାରେ ସହାୟକ:-ଡ଼ାଲଚିନିର ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ଶରୀରର ପ୍ରଦାହ କମାଇବାରେ ସହାୟକ ହୋଇପାରେ। ଏହା କୋଷର ସୁସ୍ଥତା ଓ ଶରୀରର ସାଧାରଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
❤️ ହୃଦୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ:-
ଡ଼ାଲଚିନି ମୋଟ କୋଲେଷ୍ଟେରଲ୍, ଖରାପ LDL କୋଲେଷ୍ଟେରଲ୍ ଓ ଟ୍ରାଇଗ୍ଲିସରାଇଡ୍ କମାଇବାରେ ସହାୟକ ହୋଇପାରେ ଏବଂ ହୃଦୟର ସ୍ୱାସ୍ଥ୍ୟକୁ ସମର୍ଥନ କରିପାରେ।
🌿 ପ୍ରକୃତିର ଛୋଟ ଛୋଟ ଉପହାରକୁ ଦୈନନ୍ଦିନ ଜୀବନରେ ସଠିକ୍ ଭାବେ ଗ୍ରହଣ କରନ୍ତୁ, ସୁସ୍ଥ ରୁହନ୍ତୁ। 💚
⚠️ ଟିପ୍ପଣୀ:- ଡ଼ାଲଚିନି ଉପକାରୀ ହୋଇପାରେ, କିନ୍ତୁ ଏହା କୌଣସି ରୋଗର ଔଷଧର ବିକଳ୍ପ ନୁହେଁ। ଅତ୍ୟଧିକ ପରିମାଣରେ ନେବା ଉଚିତ୍ ନୁହେଁ।

Comments (0)
Add Comment