କଟକ,୮।୮(ଏସଏସନିଉଜ)ତ୍ରିଶୂଳିଆ ସୁବାସ ସେତୁରୁ କାଠଯୋଡ଼ିକୁ ଡେଇଁ ଜଣେ ଯୁବକ ନିଖୋଜ ହେବା ଘଟଣାର ନୂଆ ମୋଡ଼ ଆସୁଛି। ଯୁବକ ଜଣକ ନଦୀକୁ ଡେଇଁ ନାହାନ୍ତି, ବ୍ରିଜ୍ ଉପରେ ମୋବାଇଲ ଫୋନ୍ ଓ ରେନକୋର୍ଟ ରଖି ଘରକୁ ପଳାଇ ଯାଇଥିଲେ ବୋଲି ତଦନ୍ତ ବେଳେ ବାରଙ୍ଗପୋଲିସ ଜାଣିବାକୁ ପାଇଛି।
ପ୍ରକାଶ ଯେ,ସୁବାସ ସେତୁର ବାଡ଼ରେ ଏକ ମୋବାଇଲ,ଚପଲ ସହିତ ରେନକୋର୍ଟ ଥୁଆହୋଇଥିବାରଶନିବାର ସକାଳେ ମର୍ଣିଂ ୱାକରେ ଯାଇଥିବା ସ୍ଥାନୀୟ ଗ୍ରାମର କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ।ତେବେ କେହି ଏସବୁ ଥୋଇ ଜୀବନ ହାରିବା ଉଦ୍ୟମ ପାଇଁ କାଠଯୋଡ଼ିକୁ ଡେଇପଡ଼ିଥିବାର ଅନୁମାନ କରି ପୋଲିସ ଓ ଅଗ୍ନିଶ୍ରମ୍ ବାହାନିକୁ ସୂଚନା ଦେଇଥିଲେ।ଖବର ପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚି ଥିଲେ।ପୋଲିସ ମୋବାଇଲ ଚପଲ ସହିତ ରେନକୋର୍ଟ କୁ ଜବତ କରିବା ବେଳେ ହଠାତ୍ ମୋବାଇଲକୁ ଏକ କଲ ଆସିଥିଲା।ଏହାପରେ ଘଟଣାର ସତ୍ୟତା ଜଣାପଡିଥିଲା।
ଯୁବକ ଜଣଙ୍କ ନଦୀକୁ ଡେଇଁ ନାହାନ୍ତି, ବରଂ ଘରେ ଶୋଇଥିଲେ।ପାରିବାରିକ କଳହକୁ ନେଇ ଯୁବକ ଜଣକ ଜୀବନ ହାରିବା ଉଦ୍ୟମ ପାଇଁ କାଠଯୋଡ଼ିକୁ ଆସିଥିଲେ । ପରେ ବାଇକ୍ ଯୋଗେ ଘରୁ ପଳାଇ ଆସିଥିଲେ ବୋଲି ଯୁବକଙ୍କ ସ୍ତ୍ରୀ ପୋଲିସକୁ ସୂଚନା ଦେଇଥିଲେ।ପରେ ପୋଲିସ ଉକ୍ତ ଯୁବକଙ୍କ ସହ କଥା ହୋଇ ଥାନାରେ ଦେଖା କରିବାପାଇଁ କହିଥିଲେ।ତେବେ ଯୁବକ ଜଣକ ହେଲେ କାକଟପୁର ନୂଆହାଟ ଅଞ୍ଚଳର ଲିପୁ ସାହୁ।ସତ୍ୟତା ଜାଣିବା ପରେ ଘଟଣାସ୍ଥଳରୁ ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଫେରିଥିଲେ।