ପୋଲିସ ଗାଡ଼ି ଭାଙ୍ଗି ଡକାୟତ ଦଳ ଫେରାର

ଜୟପୁର,୨୫।୮(ଏସଏସନିଉ ଜ)ବୋରିଗୁମ୍ମାରେ ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ମୁହାଁମୁହିଁ ହୋଇଛନ୍ତି।ପାଟ୍ରୋଲିଂ ବେଳେ ସନ୍ଦିଗ୍ଧ ବୋଲେରୋକୁ ଅଟକାଇବାକୁ ଚେଷ୍ଟା ବେଳେ ମୁହାଁମୁହିଁ ହୋଇଛନ୍ତି।ଗାଡ଼ି ନଅଟକାଇ ଡକାୟତ ଦଳ ଦ୍ରୁତ ଗତିରେ ଖସିପଳାଇବାକୁ ଉଦ୍ୟମ କରିଥିଲେ।ପୋଲିସ ଗାଡ଼ି ମଧ୍ୟ ପ୍ରାୟ ୭କିମିପର୍ଯ୍ୟନ୍ତ ପିଛା କରିଥିଲା।କମରା ଶ୍ମଶାନରାସ୍ତାରେ ଗାଡ଼ି ଅଟକାଇ ପୋଲିସକୁ ଡକାୟତଙ୍କ ଆକ୍ରମଣ କରିଥିଲେ।ପୋଲିସ ଗାଡ଼ିକୁ ଭଙ୍ଗାରୁଜାସହ ଗାଡ଼ି ଚାବି ଛଡ଼ାଇ ନେଲେ ଡକାୟତ ଦଳ।ପରେ ନିଜ ବୋଲେରୋକୁ ଛାଡ଼ି ନିକଟ ଜଙ୍ଗଲକୁ ଖସି ପଳାଇଲେ।୨୦୦ରୁଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁନେଇ ପୋଲିସର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି।

Comments (0)
Add Comment