କଟକ,୭।୧୦(ଏସଏସନିଉଜ)ବାରଙ୍ଗ ତହସିଲ ଅଧିନସ୍ଥ ରାମଦାସପୁର ରାଜସ୍ୱ ନିରିକ୍ଷକ ମୈାଜାର ଅରିଲୋ ପାହାଡର ୮ଏକର ଜମିରେ ଜଳ ବିଶୋଧନାଗାର ପ୍ଲାଣ୍ଟ
ର୍ନିମାଣ ହେବାକୁ ଯାଉଛି। ଏହି କାର୍ଯ୍ୟ କରିବାକୁ ଥିବା ୱାର୍ଟକୋ ବିଭାଗର ଅଧିକାରୀମାନେ ବୁଧବାର ଦିନ ଘଟଣାସ୍ଥଳକୁ ଆସି କୋକ୍ଲିଂ ମେସିନ ନେଇ ସଫା କରିବାକୁ ଆସିଥିବା ବେଳେ ଅରିଲୋ ଗ୍ରାମବାସୀମାନେ ବିରୋଧ କରିଥିଲେ।ଏପରିକି ଜଳ ବିଶୋଧନାଗାର ପ୍ଲାଣ୍ଟ କରିବାକୁ ବିରୋଧ କରିବା ସହ ମେସିନ ଆଗରେ ଛିଡା ହୋଇ ବିରୋଧ କରିଥିଲେ।ପରେ ବାରଂଙ୍ଗ ତହସିଲଦାର ଆସି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ପ୍ରକାଶଯେ, ରାଜ୍ୟସରକାରଙ୍କ ୱାର୍ଟକୋ ବିଭାଗ ଦ୍ଵାରା ୨୦କୋଟି ଟଙ୍କା ବ୍ୟୟ ବରାଦରେ ଅରିଲୋ ପାହାଡର ଅରିଲେ ମୈାଜରଖାତା ନମ୍ବର ୨୪୯, ପ୍ଲଟ ନମ୍ବର ୧୪୦୯, ଏରିଆ ୩୬ଏକର ୮୩ଡିସିମିଲି ରୁ ୮ଏକରରେ
ଜମିରେ ଜଳ ବିଶୋଧନାଗାର ପ୍ଲାଣ୍ଟ ର୍ନିମାଣ ହେବାକୁ ଯାଉଛି। ମହାନଦୀରୁ ଜଳ ଉଠାଯାଇ ଜଳ ବିଶୋଧନ କରାଯିବା ସହ ଟାଉନପ୍ଲାନିଂରେ ଯାଇଥିବା କଟକ ଉପକଣ୍ଠ ବାରଙ୍ଗ ଅଞ୍ଚଳର ବିଦ୍ୟାଧରପୁର, ଶଣ୍ଢପୁର, ରତାଗଡ,
ତ୍ରିଶୁଳିଆ ଆଦି ଗ୍ରାମବାସୀ ଉପକୃତ ହୋଇପାରିବେ।
ବୁଧବାର ଦିନ ୱାର୍ଟକୋ ବିଭାଗର ଅଧିକାରୀମାନେ ପୋକ୍ଲେନ୍ ମେସିନ ନେଇ ଅରିଲୋ ପାହାଡରେ ପହଞ୍ଚି ସଫା କରିବାକୁ ଉଦ୍ୟମ କରିଥିଲେ।ଏହି ଖବର ପାଇବା ପରେ ଅରିଲୋ ଗ୍ରାମବାସୀମାନେ ସଂଗବଧ ହୋଇ
ୱାର୍ଟକୋ ବିଭାଗର ଅଧିକାରୀମାନଙ୍କୁ ବିରୋଧ କରିବା ସହ ପୋକ୍ଲେନ୍ ମେସିନ ଆଗରେ ବସିରହିଥିଲେ।ଖବର ପାଇ ବାରଙ୍ଗ ତହସିଲଦାର ଡ.ତୁସାର ଜ୍ୟାତିରଞ୍ଜନ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାଇଥିଲେ।ତେବେ ଗ୍ରାମବାସୀମାନଙ୍କ ଅଭିଯୋଗ
ଅନୁଯାୟୀ ଏହି ପ୍ଲାଣ୍ଟ ହେଲେ ସେଥିରୁ ବାହାରିବାକୁ ଥିବା ଅଳିଆ ଆବର୍ଜନା ପାଣି ଗ୍ରାମକୁ ଛଡାଯିବ।ଫଳରେ ଠିକ୍ ପାନୀୟ ଜଳ ମିଳିବନାହିଁ ଓ ବିଭିନ୍ନ ରୋଗର ଶିକାର ହେବାକୁ ପଡିବ।ଯଦି ଏଭଳି ପରିସ୍ଥିତି ସୃଷ୍ଟି ହେବ ତେବେ ଆମେ କଣ କରିବୁ ବୋଲି ଗ୍ରାମବାସୀମାନେ ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ।ପରେ ତହସିଲଦାର ଗ୍ରାମବାସୀଙ୍କୁ ବୁଜାସୂଜା କରି ଏଭଳି କୌଣସି ସ୍ଥିତି ଉପୁଜିବ ନାହିଁ ଓ ଯାହାଦ୍ଵାରା ଗ୍ରାମବାସୀଙ୍କର କୌଣସି କ୍ଷତି ହେବ ସେଥିପ୍ରତି ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ପୋକ୍ଲେନ୍ ମେସିନକୁ ଛାଡିଥିଲେ।ଏଥିରେ ୱାର୍ଡକୋର କଟକ ଜିଲ୍ଲା ଜେନେରାଲ ମ୍ୟାନେଜର ବୌଷ୍ଣମ ଭୂସଣ ବେହେରା, ଆରଆଇ ପ୍ରଶ୍ନଜିତ୍ ମହାନ୍ତି, ସହକାରୀ ଆରଆଇ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।