ଅଟୋ ବୁଲେଟ ମୁହାଁ ମୁଁହି ଧକ୍କା

ଜଣେ ମୃତ ,୩ ଆହତ

କଟକ, ୭।୧୦(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପଦ୍ମନାଭନଗରଠାରେ ଅଟୋ ବୁଲେଟ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ପ୍ରକାଶ ଯେ ବୁଧବାର ଅପରାହ୍ନ ସାଢେ ୨ ଘଟିକା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଅଟୋ ଚାଳକ ଜ୍ୟୋତି ପ୍ରକାଶ ଦାସ (୩୭) ନାମକ ବ୍ୟକ୍ତି ଓଡି ୦୫ସିଏଚ ୦୯୦୭ ନମ୍ୱର ଅଟୋ ଯୋଗେ ବାଙ୍କୀ ତ୍ରିଶୂଳିଆ ମୁଖ୍ୟରାସ୍ତାର ପଦ୍ମନାଭନଗର ଗ୍ରାମରୁ ଦୁଇ ଜଣ ଯାତ୍ରୀଙ୍କୁ ନେଇ ତ୍ରିଶୂଳିଆ ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଓଡି ୩୩କେ ୭୯୪୭ ନମ୍ବର ବୁଲେଟି ଯୋଗେ ଫକିରପଡା ଗ୍ରାମର ସତ୍ୟାନନ୍ଦ ଜେନା(୨୪) ନାମକ ଯୁବକ ଦୃତ ଗତିରେ ଆସି ଅଟୋ ସହିତ ମୁହାଁ ମୁହିଁ ଧକ୍କା ଦେଇଥିଲା। ଦୃର୍ଘଟଣାରେ ଘଟଣାସ୍ଥଳରେ ସତ୍ୟାନନ୍ଦ ଗୁରୁତର ଆହତ ହୋଇଥିବା ବେଳେ ଅଟୋ ଚାଳକ ଜ୍ୟୋତିପ୍ରକାଶ ସହ ଜଣେ ମହିଳା ଅନ୍ୟଜଣେ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ
ସତ୍ୟାନନ୍ଦଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନା ଓ ଅଟୋ ଚାଳକ ସହ ଅନ୍ୟ ଦୁଇ ଯାତ୍ରୀଙ୍କୁ କଟକ ବଡ ମେଡିକାଲକୁ ପଠାଇବା ସହ ପୋଲିସକୁ ସୂଚନା ଦେଇଥିଲେ।
ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରୁ ଦୃର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ନେଇଥିଲେ।ତେବେ ଚିକିତ୍ସା ଧିନ ଅବସ୍ଥାରେ ସତ୍ୟାନନ୍ଦଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment