ମୁକ୍ତାକାଶ କାରାଶ୍ରମରୁ ଲୁଚି ପଳାଇଥିଲେ

ଝାରସୁଗୁଡ଼ାରୁ ଧରିଲା ଚନ୍ଦକା ପୋଲିସ

ମେଣ୍ଢାଶାଳ,୧।୯(ଏସଏସନିଉଜ)ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ କୌଶଳ ଏୟାର ଆଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ତଥା ଅଭିଯୋଗକାରିଣୀ ସ୍ମିତା ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ୫୬୦/୨୫କେସ ନମ୍ବରରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ସଦର ଥାନା ଅଞ୍ଚଳର ଅଭିଯୁକ୍ତ ୫୮୯/ଏ- ସୁଶାନ୍ତ ଭୋଇ, ଝାରସୁଗୁଡ଼ା ଏସଟି କେସ୍ ନଂ-୩୪/୨୦୦୯, ଆଇପିସିର ଧାରା-୩୦୨ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଜଣେ କଏଦୀ । ରାଉରକେଲା ସ୍ପେଶାଲ୍ ଜେଲ୍‌ରୁ ସ୍ଥାନାନ୍ତର ହୋଇ ତାଙ୍କୁ ଗତ ୧୦.୦୭.୨୦୨୧ରେ ବିଜୁ ପଟ୍ଟନାୟକ ଓପନ୍ ଏୟାର ଜେଲ୍, ଜାମୁଝରୀକୁ ଅଣାଯାଇଥିଲା । ଗତ ୦୩.୦୯. ୨୦୨୨ରେ ସେ ଜାମୁଝରି ସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ କୌଶଳ କ୍ରମେ ଖସି ପଳାଇଯାଇଥିଲେ । ଏନେଇ ଜେଲର ସୁପରିଣ୍ଟେଣ୍ଡେଣ୍ଟ ସ୍ମିତା ମହାନ୍ତି ଚନ୍ଦକା ଥାନାରେ ଲିଖିତ ଭାବେ ଜଣାଇଥିଲେ । ତଦନ୍ତ ସମୟରେ, ସୁଶାନ୍ତ ଝାରସୁଗୁଡ଼ା ସଦର ଥାନା ଅଧୀନ ନିଜ ଘରେ ଥିବା ନେଇ ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ମିଳିଥିବା ସୂଚନା କ୍ରମେ ପୁଲିସ ଝାରସୁଗୁଡ଼ା ସଦର ଥାନାର ସହଯୋଗରେ ଚଢଉ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । (ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment