ଭୁବନେଶ୍ୱର,୩୦।୯(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଲ୍ୟାଣପୁର ସେକ୍ଟରର ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ ସରକାରଙ୍କ ତରଫରୁ ପାଳନ କରାଯାଇଥିବା ଆଙ୍ଗନ କା ଉତ୍ସବ ତିନିଦିନଧରି ଖୁବ ସୁନ୍ଦର ଭାବରେ ପାଳନ ହୋଇଯାଇଛି। ପ୍ରଥମ ଦିନରେ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦ୍ୱିତୀୟ ଦିନରେ ପିଲାମାନଙ୍କଦ୍ୱାରା ଚିତ୍ରାଙ୍କନ, ନାଚ, ଜେଜେମାଙ୍କ ଦ୍ୱାରା ଗପ ଆଦି ପ୍ରତିଯୋଗିତା କରାଯାଇଥିଲା।ତୃତୀୟ ଦିନରେ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ବିଜେଡି ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ନିର୍ମଳ ରାଉତ ଅତିଥି ଭାବେ ଯୋଗଦେଇଥିଲେ।