Browsing category

ମହାନଗର

ଅଟୋ ବୁଲେଟ ମୁହାଁ ମୁଁହି ଧକ୍କା

କଟକ, ୭।୧୦(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପଦ୍ମନାଭନଗରଠାରେ ଅଟୋ ବୁଲେଟ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ ବୁଧବାର ଅପରାହ୍ନ ସାଢେ ୨ ଘଟିକା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଅଟୋ ଚାଳକ ଜ୍ୟୋତି ପ୍ରକାଶ ଦାସ (୩୭) ନାମକ ବ୍ୟକ୍ତି ଓଡି ୦୫ସିଏଚ ୦୯୦୭ ନମ୍ୱର ଅଟୋ ଯୋଗେ ବାଙ୍କୀ ତ୍ରିଶୂଳିଆ ମୁଖ୍ୟରାସ୍ତାର ପଦ୍ମନାଭନଗର ଗ୍ରାମରୁ ଦୁଇ ଜଣ ଯାତ୍ରୀଙ୍କୁ […]

ଜଳ ବିଶୋଧନାଗାର ପ୍ଲାଣ୍ଟକୁ ଅରିଲୋ ଗ୍ରାମବାସୀଙ୍କ ବିରୋଧ

କଟକ,୭।୧୦(ଏସଏସନିଉଜ)ବାରଙ୍ଗ ତହସିଲ ଅଧିନସ୍ଥ ରାମଦାସପୁର ରାଜସ୍ୱ ନିରିକ୍ଷକ ମୈାଜାର ଅରିଲୋ ପାହାଡର ୮ଏକର ଜମିରେ ଜଳ ବିଶୋଧନାଗାର ପ୍ଲାଣ୍ଟ ର୍ନିମାଣ ହେବାକୁ ଯାଉଛି। ଏହି କାର୍ଯ୍ୟ କରିବାକୁ ଥିବା ୱାର୍ଟକୋ ବିଭାଗର ଅଧିକାରୀମାନେ ବୁଧବାର ଦିନ ଘଟଣାସ୍ଥଳକୁ ଆସି କୋକ୍ଲିଂ ମେସିନ ନେଇ ସଫା କରିବାକୁ ଆସିଥିବା ବେଳେ ଅରିଲୋ ଗ୍ରାମବାସୀମାନେ ବିରୋଧ କରିଥିଲେ।ଏପରିକି ଜଳ ବିଶୋଧନାଗାର ପ୍ଲାଣ୍ଟ କରିବାକୁ ବିରୋଧ କରିବା ସହ ମେସିନ ଆଗରେ ଛିଡା ହୋଇ ବିରୋଧ କରିଥିଲେ।ପରେ ବାରଂଙ୍ଗ ତହସିଲଦାର ଆସି […]

କାଲି ସକାଳ ୬ରୁ ସନ୍ଧ୍ୟା ୬ ଓଡ଼ିଶା ବନ୍ଦ

ଭୁବନେଶ୍ୱର,୭।୧୦(ଏସଏସନିଉଜ)କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି।INDIA ବ୍ଲକ୍‌ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ଆହ୍ବାନ।ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ପାଇଁ କଲେ ଅପିଲ୍‌।ଘରୋଇ ବସ୍‌, ଟ୍ରକ୍‌ ଓ ଟ୍ୟାକ୍ସି ଆସୋସିଏନ୍‌କୁ ବନ୍ଦ ପାଇଁ ଅପିଲ କଲେ।ଜରୁରୀ ସେବାକୁ ବନ୍ଦ ପାଳନ ବେଳେ ବାଦ ଦିଆଯିବ ବୋଲି କହିଲେ ସାଲୁଜା।ଯେଉଁ ସ୍କୁଲ୍‌ରେ ପରୀକ୍ଷା ଅଛି, ସେମାନଙ୍କୁ ବନ୍ଦ୍‌ରୁ ବାଦ୍‌ ଦିଆଯିବ କହିଲେ।CEC ଜ୍ଞାନେଶ କୁମାରଙ୍କ […]

ପୁଣି ଗୋଟିଏ ବାହାନା!

ଭୁବନେଶ୍ୱର, ୬|୧୦(ଏସଏସନିଉଜ) ନନ୍ଦନକାନନରେ ପୁଣି ଏକ ଘଡ଼ିଆଳ କୁମ୍ଭୀର ଛୁଆର ମୃତ୍ୟୁ ହୋଇଛି। କର୍ତ୍ତୃପକ୍ଷ ଏହି ମୃତ୍ୟୁ ‘ଭିସେରାଲ୍ ଗାଉଟ୍’ ଯୋଗୁଁ ହୋଇଛି, ଯାହା ଫଳରେ ‘ହେମୋପେରିକାର୍ଡିୟମ୍’ ସୃଷ୍ଟି ହୋଇଥିଲା ଅର୍ଥାତ୍ ବୃକ୍‌କ ବିଫଳତା ବୋଲି କୁହାଯାଇଛି। ପ୍ରାଣୀବିଶେଷଜ୍ଞ ଙ୍କ ମତରେ, ଭିସେରାଲ ଗାଉଟ୍ ହଠାତ୍ ହେଉଥିବା ରୋଗ ନୁହେଁ। ଏହା ଦୀର୍ଘଦିନ ଧରି ବୃକକ୍ ବିଫଳତା । ନିର୍ଜଳନ ଏବଂ ଖାଦ୍ୟ-ପାଣି ପରିଚାଳନାରେ ତ୍ରୁଟି ଯୋଗୁଁ ହୋଇଥାଏ। ତେବେ ପ୍ରଶ୍ନ ଉଠୁଛି, ଏତେ ଦିନ ଧରି […]

ବେଆଇନ ବାଲି ନେଇ ଆସୁଥିଲେ

କଟକ,୬।୧୦(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ବେଆଇନ ବାଲି ଚାଲାଣ ବିରୁଦ୍ଧରେ ପ୍ରଶାସନର ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଦିନ ବାରଙ୍ଗ ତହସିଲଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଗାଡ଼ିକୁ ଜବତ କରାଯାଇଛି।ଜବତ ହୋଇଥିବା ଗାଡ଼ି ଦୁଇଟିର ନମ୍ବର ହେଉଛି ଓଡି ୦୨ ଏଯେ ୯୬୦୯ ଏବଂ ଓଡି ୦୨ ବିବି ୧୦୩୩ ବୋଲି ଜଣାପଡିଛି। ବିନା ବୈଧ କାଗଜପତ୍ରରେ ବାଲି ପରିବହନ କରୁଥିବା ବେଳେ ତହସିଲଦାରଡ.ତୁଷାର ଜ୍ୟୋତିରଞ୍ଜନଙ୍କ ହାତରେ ଧରାପଡିଥିଲେ। ସୂଚନା […]

ଜଳିଗଲା ଟୁଙ୍ଗି ଘର

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରବିବାର ରାତିରେ ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟଉଣିଆ ଗ୍ରାମ ମୁଣ୍ଡରେ ଥିବା ଏକ ଟୁଙ୍ଗି ଘର ନିଆ ଲାଗି ଜଳିଯାଇଛି।ଗ୍ରାମ ମୁଣ୍ଡରେ ଏକ ଚାଳ ଘରକୁ ଗ୍ରାମବାସୀ ମାନେ ଟୁଙ୍ଗି ଘର କରି ଭଜନ କୀର୍ତ୍ତନ କରନ୍ତି।ସବୁଦିନ ଭଳି ରବିବାର ସଂଧ୍ୟାରେ ସହଦେବ ପରିଡା ଓ ତାଙ୍କ ସହଯୋଗୀମାନେ ଟୁଙ୍ଗି ଘରେ ଦୀପ ଲଗାଇ ଭଜନ କୀର୍ତ୍ତନ କରିଥିଲେ।ରାତି ୮ଟା ପାଖାପାଖି ଭଜନ ସାରି ଟୁଙ୍ଗିଘର ବନ୍ଦ କରି ଘରକୁ ଆସିଥିଲେ ।ରାତି ସାଢ଼େ ୮ଟା ସୁଦ୍ଧା […]

ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେଲେ

ଭୁବନେଶ୍ୱର,୩।୧୦(ଏସଏସନିଉଜ)ନୂଆ ଘର କରୁଥିବା ବ୍ୟକ୍ତି ଙ୍କୁ ଚାନ୍ଦା ମାଗିବା ଆଉ ଚାନ୍ଦା ନଦେବାରୁ ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।ସିଏ ହେଲେ ଏହି ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମର ଯୁଧିଷ୍ଠିର ଓରଫ ମକୁ ସାହୁ (୪୦) । ପ୍ରକାଶ ଯେ,କଟକ ସେକ୍ଟର-୧୧ରେ ରହୁଥିବା ମନୋରଞ୍ଜନ ପାଢ଼ୀ (୫୪) ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମରେ ଏକ ନୂଆଘର କରୁଛନ୍ତି।ଏହି ଗ୍ରାମର ଯୁଧିଷ୍ଠିର […]

ବଦଳିଲେ ଜନ୍ତୁ ବିଭାଗ ACF-କ୍ୟୁରେଟର

ଭୁବନେଶ୍ୱର,୧|୧୦(ଏସଏସନିଉଜ) ରାଜ୍ୟର ଗୌରବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପୁଣି ଚର୍ଚ୍ଚାରେ। ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ACF-କମ୍- କ୍ୟୁରେଟର ରୁଦ୍ର ରଥଙ୍କ ବଦଳି ହୋଇଛି। ବାରମ୍ବାର ଜୀବଜନ୍ତୁ ମୃତ୍ୟୁ, ପରିଚାଳନାଗତ ଅବହେଳା ଓ ନକଲି ଫିନାଇଲ ଯୋଗାଣ ଆଦି ଅଭିଯୋଗ ପରେ ଏହି ବଦଳି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗତ କିଛି ମାସ ହେବ ନନ୍ଦନକାନନରେ କ୍ୱାରେଣ୍ଟାଇନ୍‌ରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି।କେତେକ ନୂଆ ଅଣାଯାଇଥିବା ଜନ୍ତୁ ପର୍ଯ୍ୟଟକ ଦେଖିବା […]

ଭୁବନେଶ୍ୱର ଉତ୍ତରରେ ଆମ ବସ୍ ସେବାର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତକୁ ଆହୁରି ସୁଗମ, ସୁବିଧା ଜନକ ଓ ସୁଲଭ କରିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି। ଓଏମ୍‌ଫେଡ୍‌ଛକରୁ ଡମଣା,ଗାଡ଼କଣ, ରଙ୍ଗମାଟିଆ ଦେଇ ନୂତନ ‘ଆମ ବସ୍’ ସେବାର ଶୁଭ ଆରମ୍ଭ ବୁଧବାର ହୋଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇଥିଲେ । ନୂତନ ବସ୍ ରୁଟ୍‌ ଆରମ୍ଭ ହେବା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ମହିଳା, ବ୍ୟବସାୟୀ, ଚାକିରିଜୀବୀ, ବରିଷ୍ଠ […]

ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ

ଭୁବନେଶ୍ୱର,୩୦।୯(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଲ୍ୟାଣପୁର ସେକ୍ଟରର ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ ସରକାରଙ୍କ ତରଫରୁ ପାଳନ କରାଯାଇଥିବା ଆଙ୍ଗନ କା ଉତ୍ସବ ତିନିଦିନଧରି ଖୁବ ସୁନ୍ଦର ଭାବରେ ପାଳନ ହୋଇଯାଇଛି। ପ୍ରଥମ ଦିନରେ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦ୍ୱିତୀୟ ଦିନରେ ପିଲାମାନଙ୍କଦ୍ୱାରା ଚିତ୍ରାଙ୍କନ, ନାଚ, ଜେଜେମାଙ୍କ ଦ୍ୱାରା ଗପ ଆଦି ପ୍ରତିଯୋଗିତା କରାଯାଇଥିଲା।ତୃତୀୟ ଦିନରେ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ବିଜେଡି ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ନିର୍ମଳ ରାଉତ […]