Browsing daily archive

February 5, 2021

ନକଲି ଜର୍ଦା ଜବତ ,ଦୁଇ ଅଟକ

ଖୋର୍ଦ୍ଧା:୫/୨(ଏସଏସଏନ୍) ଭୁବନେଶ୍ବର କଟକ ବହ୍ମପୁର ଅଞ୍ଚଳରୁ ନକଲି ଘିଅ ,ସସ୍ , ଜର୍ଦା ଜବତ ହେବା ପରେ ଆଜି ପୁଣି  ବେଗୁନିଆରୁ ବିପୁଳ ପରିମାଣରେ ନକଲି ଜର୍ଦା ଜବତ। ବେଗୁନିଆ ନୂଆ ସାହି ଏବଂ ବେଗୁନିଆ ଥାନା ପିଚୁକୁଳି ଅଞ୍ଚଳରେ STF ଟିମ ଓ ବେଗୁନିଆ ପୋଲିସ ମିଳିତ ଚଢ଼ାଉ କରି ନକଲି ଜର୍ଦା ଜବତ କରିବା ସହିତ ଦୁଇ ଜଣଙ୍କୁ ବେଗୁନିଆ ଥାନାରେ ଅଟକ ରଖିଥିବା ଜଣାପଡିଛି ।

ବ୍ରାଉନସୁଗାର ଜବତ ଜଣେ ଗିରଫ

ପିପିଲି :୫/୨(ଏସଏସଏନ୍)  ପିପିଲି ଅଞ୍ଚଳରେ  ବ୍ରାଉନସୁଗାର କାରବାର ଦିନ କୁ ଦିନ  ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସେନେଇ ପିପିଲି ପୁଲିସ ଚଢଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ କାଳନ୍ଦୀ ବୈଠାରୁ ଓରଫ କାଳିଆ (୨୫) ଓ ତାର ଘର ଉକ୍ତ ଦେବୀଗଳି ଭବାନୀପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତା’ ନିକଟରୁ ପୁଲିସ ୬.୫ ଗ୍ରାମ ବ୍ରାଉନସୁଗାର, […]

ଟିକା ନିଅ ନହେଲେ ଦରମା ବନ୍ଦ-ଜିଲ୍ଲାପାଳ

କଟକ:୫/୨(ଏସଏସଏନ୍)- ଟୀକା ନନେଲେ ଦରମା ବନ୍ଦ, ଏହେଉଛି କଟକ ଜିଲ୍ଲାପାଳଙ୍କ ଅଜବ ନିୟମ । ରାଜ୍ୟରେ କୋଭିଡ ଟୀକାକରଣରେ କଟକ ଜିଲ୍ଲା ପଛରେ ଥିବାରୁ ଏହା ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି । ଯାହାଫଳରେ ୧୦ ଫେବୃଆରୀ ସୁଦ୍ଧା ଟୀକା ନନେଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କଟକ ଜିଲାପାଳ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ଦେଶରେ ଟୀକାକରଣ ସ୍ବେଚ୍ଛାକୃତ ହୋଇଥିବା ବେଳେ କେଉଁ ଆଧାରରେ କଟକ ଜିଲ୍ଲାପାଳ ବାଧ୍ୟତାମୂଳକ କରାଇଲେ ତାହା ବୃଦ୍ଧିଜୀବି ମହଲରେ […]

“କୁଟିଆ”ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର-୫/୨(ଏସଏସଏନ୍) ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଂଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ High Level ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଥିବା ସୂଚନା […]

ସାବଧାନ ରାସ୍ତାରେ ମାତିଛି ଖଣ୍ଡିଆଭୁତ

ବାରଙ୍ଗ, ୪/୨(ଏସ୍‌ଏସ୍‌ନିୟୁଜ) ସାବଧାନ ରାସ୍ତାରେ ମାତିଛି ଖଣ୍ଡିଆଭୁତ । କାହାକୁ ଛାଡିବନାହିଁ ।ଯିଏ ଥରେ ଏହାର ପ୍ରକୋପର ଶିକାର ହେବ ପୁନରାୟ ଚିନ୍ତା କରିବାକୁ ବାଧ୍ୟ ହେବ ।ଆମେ ଏହି କଥା କହୁନାହୁଁ ,ଗ୍ରାମବାସୀମାନେ କହିବା ଆରମ୍ଭ କରିଛନ୍ତି ।ବଡବାବୁମାନଙ୍କ ଦାୟିତ୍ୱହିନତା ଓ ଖାମଖିଆଲ ମନୋଭାବ ଯୋଗୁ ଗ୍ରାମବାସୀମାନେ ଧୁଳିଧୁଷର ରାସ୍ତାଦେଇ ଯାତାୟତ କରୁଛନ୍ତି ।ଥରେ ଆସିଲେ ଏହି ରାସ୍ତାରେ ପୁନରାୟ ।ାସିବାକୁ ଉଚିତ ମନେ କରୁନାହାନ୍ତି ।ଏହିଭଳି କଥା ଏବେ ବାରଙ୍ଗବ୍ଲକ ଅର୍ନ୍ତଗତ କୁହ୍ନେଇପଡା ଗ୍ରାମ […]

ଆଜିର ଅନୁଚିନ୍ତା

➡️ଏକାଗ୍ରତା\” ଆଉ \”ଆତ୍ମବିଶ୍ବାସ\”ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥାଏ । ➡️ବନ୍ଧୁତ୍ବ କେବେବି ହଜି ଯାଏ ନାହିଁ,ହଜିଯାଏ ସେହି ମଣିଷଟି ଯିଏ ବନ୍ଧୁତ୍ବର ମୂଲ୍ୟ ଦେଇପାରେନା । ➡️ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ ।ଜୀବ ଯେଉଁ ସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ । ➡️ଜୀବନ ବୃକ୍ଷରେ କେତେ ଯେ ପତ୍ର, ଫୁଲ, ଫଳ ଫଳେ କେତେବେଳେ ଯେ ଝଡି ଯିବ ନିଜକୁ ବି […]

ଆଜିର ରାଶିଫଳ

ଫେବୃଆରୀ ୦୫ ତାରିଖ ୨୦୨୧ ମସିହା(ଶୁକ୍ରବାର)ମାଘମାସ-କୃଷ୍ଣପକ୍ଷ,ତିଥି-ଅଷ୍ଟମୀ, ବିଛା,ଧନୁ ଓ ମୀନ ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ, ଲାଉ ଭକ୍ଷଣ ନିଷେଧ ।  ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ […]