Browsing daily archive

February 15, 2021

ଏଥର ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେବ ବିଧାନସଭା

ଭୁବନେଶ୍ୱର,୧୫/୨(ଏସଏସନିୟୁଜ) ବିଧାନ ସଭାର ସମସ୍ତ ଗୃହକାର୍ଯ୍ୟ ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେବା ନେଇ ଏକ ୨ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ଓଡିଶା ବିଧାନସଭା ନୂଆ ସମ୍ମିଳନୀ କକ୍ଷରେ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି କର୍ମଶାଳାକୁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବାଚସ୍ପତି ଡ. ପାତ୍ର କହିଥିଲେ ଯେ, ଏଣିକି ବିଧାନସଭାର ସମସ୍ତ ଗୃହ କାର୍ଯ୍ୟର ବିବରଣୀ, ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ, ରାଜ୍ୟ ବଜେଟ୍, ଅର୍ଥନୈତିକ ସର୍ବେକ୍ଷଣ ଆଦି ଜାତୀୟ […]

ଭାଗବତ ଗୀତା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ମହାକାଶକୁ ଯିବ ଉପଗ୍ରହ

ନୂଆଦିଲ୍ଲୀ୧୫/୨(ସତ୍ୟସନ୍ଧାନ)ଫେବୃଆରୀ ଶେଷ ଭାଗରେ ଭାଗବତ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ନାମ ସହିତ ମହାକାଶକୁ ଏକ ଉପଗ୍ରହ ଉତକ୍ଷେପଣ କରାଯିବ। ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ସ୍ବରୂପ ପ୍ରଦାନ କରିଥିବା ବିଶିଷ୍ଟ ମହାକାଶ ବିଜ୍ଞାନୀ ସତୀଶ ଧାୱନଙ୍କ ନାମରେ ଏହି ନାନୋ ସାଟେଲାଇଟ୍ ନାମିତ ହୋଇଛି। କୁହାଯାଉଛି ଯେ ଘରୋଇ କ୍ଷେତ୍ରର ଏହା ପ୍ରଥମ ଉପଗ୍ରହ ହେବ, ଯାହା ଭଗବଦ୍ ଗୀତା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଏବଂ ୨୫,୦୦୦ ଲୋକଙ୍କ ନାମ ସହିତ […]

ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

ଜାମ୍ମୁ,୧୫/୨(ସତ୍ୟସନ୍ଧାନ) ପୁଲୱାମା ଆକ୍ରମଣର ଦ୍ବିତୀୟ ବର୍ଷପୂର୍ତ୍ତି ଅବସରରେ ରବିବାର ଆତଙ୍କବାଦୀଙ୍କ ଏକ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ରବିବାର ଜାମ୍ମୁ ବସଷ୍ଟାଣ୍ଡ ନିକଟରୁ ସୁରକ୍ଷାକର୍ମୀମାନେ ୭କିଲୋଗ୍ରାମ ବିସ୍ଫୋରକ (ଆଇଇଡି)ଜବତ କରିଛନ୍ତି। ଏହି ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜାମ୍ମୁ ଆଇଜିପି ମୁକେଶ ସିଂହଙ୍କ କହିବା ଅନୁଯାୟୀ ଗିରଫ ଅଭିଯୁକ୍ତ ହେଲେ ଚଣ୍ଡିଗଡର ନର୍ସିଂ ଛାତ୍ର ସୁହେଲ ବାସିଲ ଶାହା,ସୁହେଲର ସାଙ୍ଗ କ୍ବାଜି ୱାସିମ୍ ,ଆବିଦ ନବି […]

ଟୋଲ୍‍ ପ୍ଲାଜାହେଲା ଫାସ୍‍ଟ୍ୟାଗ୍‍ ଲେନ୍‍

ନୂଆଦିଲ୍ଲୀ,୧୫/୨(ସତ୍ୟସନ୍ଧାନ ଡେସ୍କ ) ଜାତୀୟ ରାଜପଥରେ ଥିବା ଟୋଲ୍‍ ପ୍ଲାଜାଗୁଡ଼ିକର ସମସ୍ତ ଲେନ୍‍ଗୁଡ଼ିକୁ ସୋମବାର ମଧ୍ୟରାତ୍ରିରୁ ଫାସ୍‍ଟ୍ୟାଗ୍‍ ଲେନ୍‍ ଭାବେ ଘୋଷଣା କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଡିଜିଟାଲ୍‍ ମାଧ୍ୟମରେ ଦେୟ ପୈଠ, ଅପେକ୍ଷା ସମୟ ହ୍ରାସ, ଇନ୍ଧନ ସଞ୍ଚୟ ବୃଦ୍ଧି ଏବଂ ଟୋଲ୍‍ ପ୍ଲାଜାଗୁଡ଼ିକରେ ସହଜରେ ଯାତାୟତ କରିବାପାଇଁ ଏହି ପଦକ୍ଷେପ ହାତକୁ ନିଆଯାଇଛି। ଆସନ୍ତାକାଲିଠାରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ରାଜପଥ ଦେୟ ନିୟମ-୨୦୦୮ ଅନୁସାରେ ଫାସ୍‍ଟ୍ୟାଗ୍‍ ନ ଥିବା […]

ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ,୧୫/୨(ସତ୍ୟସନ୍ଧାନ ଡେସ୍କ ) ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର୍ ଆକାଶ ଛୁଆଁ ହୋଇଥବା ବେଳେ ପୁଣି ଥରେ ରନ୍ଧନ ଗ୍ୟାସ୍ ଏଲ୍‌ପିଜିର ମୂଲ୍ୟ ବୃଦ୍ଧି ପାଇଛି ।ଏକ ୧୪ କିଲୋଗ୍ରାମ ଅଣସବ୍‌ସିଡି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାଯାଇଛି । ସୋମବାର ଦିନ ୧୨ଟା ପରଠାରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି ।ପୂର୍ବରୁ ଗ୍ୟାସ ସିଲିଣ୍ଡର ୭୧୯ ଟଙ୍କା ଥିବା ବେଳେ ଦର ବୃଦ୍ଧି ଫଳରେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ […]

୧୫ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର,୧୫/୨(ଏସଏସନିୟୁଜ)ରାଜ୍ୟରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଉଛି। ଶୀତ ପ୍ରକୋପ କମିବାରେ ଲାଗିଛି।  ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଦିନରେ ଖରା ବଢୁଛି। ରାତିରେ ବେଶି ଶୀତ ଅନୁଭୂତ ହେଉନାହିଁ; କିନ୍ତୁ ଏବେଠାରୁ ରାଜଧାନୀରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ତାତି ବଢିବାରେ ଲାଗିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀ ଏବଂ ବୌଦ୍ଧରେ ୧୦.୫ ଡିଗ୍ରୀ ସେଲସିୟସ୍ ଲେଖାଏଁ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନଗୁଡିକରେ […]

ମା ହେଲା ପୁର୍ଣିମା

ବାରଙ୍ଗ,୧୫/୨(ଏସ୍‌ଏସ୍‌ନିୟୁଜ) ଚତୁର୍ଥଥରପାଇଁ ମା ହୋଇଛି ପୁର୍ଣିମା ।ସୋମବାର ସକାଳେ ଏକ ନବଜାତକକୁ ଜନ୍ମ ଦେଇଛି ।ନବଜାତକକୁ ପାଖରୁ ଛାଡୁନଥିବାବେଳେ କୋଳରେ ଧରି ବୁଲୁଛି ।ମା ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି ।ଆମେ କହୁଛୁ ନନ୍ଦନକାନନ କଥା । ନନ୍ଦନକାନନର ୬୦ନଂ ଖୁଆଡରେ ରହୁଥିବା ୨୦ବର୍ଷିୟା ସିମ୍ପାଜି ପୁର୍ଣିମା । ଜୁଲୁ ଓ ପାମ୍ପେଟାର ଦ୍ୱତୀୟଗର୍ଭସ୍ଥ ସନ୍ତାନ ପୁର୍ଣିମା ଚତୁର୍ଥଥରପାଇଁ ଶାବକ ଜନ୍ମଦେଇ ସମସ୍ତଙ୍କପାଇଁ ଖୁସିର ମାହୋଲ ସୃଷ୍ଟି କରିପାରିଛି ।ଏବେ ଏହି ନବଜାତକକୁ ମିଶାଇ ନନ୍ଦନକାନନରେ […]