ବିଶିଷ୍ଟ ଶିକ୍ଷାବିତ୍ ତଥା ଛାତ୍ରବସ୍ଳଳ ପ୍ରଧାନଶିକ୍ଷକଙ୍କ ପରଲୋକ
ବାରଙ୍ଗ,୨୨/୫(ଏସଏସନିୟୁଜ)ଉତ୍କଳମଣିସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦୁପାଟଣାର ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଟଙ୍କଧର ରାଉତଙ୍କର ଗତ ୧୧/୦୫/୨୦୨୧ ରିଖରେ ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ ହୋଇଛି । ତାଙ୍କର ଦେହାନ୍ତରେ ପଟିଆ ଅଞ୍ଚଳକରଶୋକର ଛାୟା ଖେଳିଯାଇଛି। ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ସମାଜକସବୀ, ପରିବେଶବିତ୍ ଓ ସଂଗଠକ ଥଲେ । ଶ୍ରୀଯୁକ୍ତ ରାଉତ ଜଣେ ଛାତ୍ରବସ୍ଚଳ ତଥା ନିଷ୍ଠାବାନ ଶିକ୍ଷକ ଭାବେ ସର୍ବଜନାଦୃତ ଥିଲେ ।ସେ ଏକ ନିଷ୍କପଟ ସରଳ ବ୍ୟକ୍ତିତ୍ୱର ଅଧିକାରୀ ହେବା ସଙ୍ଗେସଙ୍ଗେ ସ୍ନେହଶୀଳ ମଣିଷଭାବେ ଜଣାଶୁଣା […]