Browsing daily archive

June 18, 2021

ଜୁଲାଇ ଓ ଅଗଷ୍ଟରେ ୟୁଜି,ପିଜି ପାଇଁ ଅନ୍‌ଲାଇନ୍‌ରେ ହେବ ପରୀକ୍ଷା

ଭୁବନେଶ୍ୱର,୧୮/୬(ଏସ ଏସ ନିୟୁଜ) ଜୁଲାଇ ଓ ଅଗଷ୍ଟରେ ୟୁଜି,ପିଜି ପାଇଁ ଅନ୍‌ଲାଇନ୍‌ରେ ପରୀକ୍ଷା ହେବାର ନିଷ୍ପତ୍ତି ହୋଇଥିବା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫାଇନାଲ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେମିଷ୍ଟାର ପରୀକ୍ଷା କେବେ ହେବ ସଂପୃକ୍ତ ୟୁନିଭରସିଟି ସ୍ଥିର କରିବେ ବୋଲି ମନ୍ତ୍ରୀ କହିଛନ୍ତି । ୟୁନିଭରସିଟି ବା ଅଟୋନୋମସ କଲେଜ୍ ମଧ୍ୟ ପରୀକ୍ଷା ତାରିଖ ସ୍ଥିର କରିବେ ବୋଲି ସେ […]

ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର

ଭୁବନେଶ୍ୱର,୧୮/୬(ଏସ ଏସ ନିୟୁଜ)ବିଜେଡି କାର୍ଯ୍ୟାଳୟରେ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁର ମିଳିତ ଉଦ୍ୟମ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି ।ଆଜି ଶିବିରରେ ସାଂସଦ ଅମର ପଟନାୟକ ଏହାକୁ ତଦାରଖ କରିଥିଲେ । ବିଜୁ ଯୁବ ଛାତ୍ର ଜନତା ଦଳର ସମ୍ପାଦକ ରଶ୍ମି ରଜନ ଦାଶ ଏହାର ନେତୃତ୍ୱ ନେଇଥିଲେ ।କୋଭିଡ ନିୟମ ଅନୁସାରେ ଏହା ଆୟୋଜନ କରାଯାଇଥିଲା।ଏଥିରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା।

ଲଗାଇଲେ ଗଛ,କଲେ ସଚେତନତା

ଆସ୍କା,୧୮/୬(ଏସ ଏସ ନିୟୁଜ)ଶୁକ୍ରବାରଦିନ ଗଞ୍ଜାମ ଜିଲ୍ଲା ର ବିଭିର୍ଣ ସ୍ଥାନ ରେ ବୃକ୍ଷରୋପଣ କରାଯାଇଛି । ମହାମାରୀ କରୋନା ର କରାଳ କାୟା ରେ ବହୁତ ଜୀବନ ଯାଇଛି ।ଏହାସହ ଅକସିଜେନର ଅଭାବ ଯୋଗୁ ମୃତୁ ର ଅନ୍ୟ ଏକ କାରଣ ସାଜିଛି । ଆଜି ଗଞ୍ଜାମ ଜିଲ୍ଲା ପାଳ ଙ୍କ ଅନୁମୋଦନ କ୍ରମେ ସବୁ ବ୍ଲକ ରେ ଓ ପଞ୍ଚାୟତରେ ବୃକ୍ଷରୋପଣ ର ଶୁଭାରମ୍ଭ ହୋଇଛି ।ଏହି ପରିପେକ୍ଷିରେ ଆଜି ଆସ୍କା ବ୍ଲକ ଅନ୍ତର୍ଗତ ବରଗାମ […]

କରୋନା ସଂକ୍ରମଣ କମୁଛି,ମୃତ୍ୟୁ ଚିନ୍ତା ବଢାଉଛି

ଭୁବନେଶ୍ୱର,୧୮/୬(ଏସଏସନିୟୁଜ) ରାଜ୍ୟରେ କମିବାରେ ଲାଗିଛି କରୋନାସଂକ୍ରମଣ । ଆଜି ପୁଣି ୩୮୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୪ ଜଣ ଚିହ୍ନଟ ହୋଇଛନ୍ତି ।ସେମାନଙ୍କମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୧୭ ସଂକ୍ରମିତ ଚିହ୍ନଟ ଅନୁଗୁଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୨୮,ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦ ଚିହ୍ନଟ […]

ଦାଢାପଞ୍ଚାୟତରେ ୪୬ଜଣଙ୍କ ସ୍ବାବ୍ ସଂଗ୍ରହ

ବାରଙ୍ଗ , ୧୭/୬(ଏସଏସନିୟୁଜ) କରୋନା ସଂକ୍ରମଣକୁ ଏଡାଇବା ପାଇଁ ଭୁବନେଶ୍ବର ବ୍ଲକ ଦାଢାପଞ୍ଚାୟତ ସ୍ଥାୟୀ ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପ୍ରଶାସନ ଖୋରଧା ପକ୍ଷରୁ ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁଙ୍କ ତତ୍ତ୍ବବଧାନରେ ପ୍ରଥମ ଥରପାଇଁ ସ୍ବାବ୍ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି।ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଏହି ପଞ୍ଚାୟତର ୧୫ଟି ଓ୍ବାର୍ଡରୁ ୪୬ଜଣ ମହିଳା ପୁରୁଷଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି।ଏଥିରେ ୧୬ ଜଣଙ୍କର ଆଣ୍ଟିଜେନ ଓ ୩୦ଜଣଙ୍କ ଆଣ୍ଟିପିସିଆର ସ୍ବାବ୍ ସଂଗ୍ରହ କରାଯାଇଛି।ଆଣ୍ଟିଜେନ ରିପୋର୍ଟରୁ ସମସ୍ତ ୧୬ଜଣ ନେଗେଟିଭ୍ ଚିହ୍ନଟ […]

କମିଲେ ମୁକ୍ତାକାଶରେ କଏଦୀ ସଂଖ୍ୟା

ମେଣ୍ଢାଶାଳ,୧୭/୬(ଏସଏସନିୟୁଜ) ମହାମାରୀ କରୋନାପାଇଁ ଯାମୁଝରୀସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ପରିସରରେ କଏଦୀମାନଙ୍କ ସଂଖ୍ୟା ହ୍ରାସ ପାଇଛି ।୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ଥବା ମୁକ୍ତାକାଶକାରାଶ୍ରମରେ ଏବେ କଏଦୀଙ୍କ ସଂଖ୍ୟା ୩୮ରେ ପହଁଚିଛନ୍ତି । କରୋନାପାଇଁ ରାଜ୍ୟସରକାର ଲକ୍‌ଡାଉନ ଓ ସଟଡାଉନ ବ୍ୟବସ୍ଥା ଲାଗୁକରିବାପରେ ଜେଲରେ ରହିଥିବା କେତେକ କଏଦୀଙ୍କୁ ପ୍ୟାରେଲରେ ଛଡାଯାଇଛି । ତେବେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଥିବା ୩୮ଜଣ କଏଦୀଙ୍କ ମଧ୍ୟରୁ ୧୬ଜଣଙ୍କୁ ୩ମାସିଆ ପ୍ୟାରେଲରେ ଛାଡିଦିଆଯାଇଥିବାବେଳେ ଜଣେ କଏଦୀକୁ ମାସେ୨୪ଦିନ ପର‌୍ୟ୍ୟନ୍ତ ଛୁଟିରେ […]

କଂଗ୍ରେସର ଧାରଣା

ଭୁବନେଶ୍ୱର,୧୮/୬(ଏସଏସନିୟୁଜ) ମାଷ୍ଟର କ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି କୁ ରାଜଭବନ ଆଗକୁ ସ୍ଥାନାନ୍ତରଣ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି ।ଜଟଣୀ ବିଧାୟକ ସୁରେଶକୁମାର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି ।ଲଗାତାର ଦ୍ୱିତୀୟ ଦିନ ଲାଗି କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଇଛନ୍ତି ।୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା ।

ବିନା ପରୀକ୍ଷାରେ ରେଜଲ୍ଟ

୧-ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା : ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ୨-ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ହେବ ମୂଲ୍ୟାୟନ ।ଜୁଲାଇ ୨୦ ମଧ୍ୟରେ ଦଶମ । […]

ଆଜିର ଅନୁଚିନ୍ତା

➡️”ଯଦି ଦୁନିଆରେ କିଛି କଠିନ କାମ ଥାଏ ତାହା ହେଉଛି ନିଜେ ନିଜକୁ ଖୁସି ରଖିବା , ସେଥିପାଇଁ ଆପଣଙ୍କୁ ଯେତେବେଳେ ବି ଖୁସିର ମଉକା ମିଳୁଛି ତାକୁ ଅଣଦେଖା କରନ୍ତୁ ନାହିଁ ➡️”ଦୁନିଆ ଆଜି ଏମିତି ସ୍ଥିତିରେ ଅଛି ଯେ ଏଠି ସବୁବେଳେ ଚୁପ୍ ରହିଯିବା ଠିକ୍ , କାହିଁକିନା ଲୋକେ ଆମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରିବାରେ ବ୍ୟସ୍ତ ଅଛନ୍ତି ! ➡️”ଯେମିତି କଲମ ଯେତେ ଦାମୀ ହେଉ ପଛେ ଯଦି […]

ଆଜିର ରାଶିଫଳ

ଜୁନ ମାସ ୧୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ,ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିରଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନଡ଼ିଆ ଲାଉ ଭକ୍ଷଣ ନିଷେଧ । ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ […]