Browsing daily archive

June 25, 2021

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ବର, ୨୫/୬(ଏସଏସନିୟୁଜ) ସୂଚନା ଓ ଲୋକ ସମ୍ପର୍କ ବିଭାଗର, ଅତିରିକ୍ତ ନିର୍ଦ୍ଦେଶକ ଭାବେ ଚନ୍ଦ୍ରକାନ୍ତ ନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ଯୁଗ୍ମ ନିର୍ଦ୍ଦେଶକ ଭାବେ ରହି କେନ୍ଦ୍ରାଞ୍ଚଳ କଟକ ଠାରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ । ସେ ଜଣେ ଦକ୍ଷ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଭାବେ ବିଭାଗରେ ବେଶ୍ ଜଣାଶୁଣା ହୋଇଥିବାରୁ ବିଭାଗୀୟ କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତା ର ସହିତ ତୁଲାଇବେ ବୋଲି ଆଶା ପ୍ରକଟ କରାଯାଇଛି ।

ଆଠଗଡ଼ରେ ଆଦର୍ଶ କାରାଗାର ଉଦଘାଟିତ

ଆଠଗଡ଼,୨୫/୬(ଏସଏସନିୟୁଜ) ଏକାଧିକ ସୁବିଧା ରହିଥିବା ସ୍ୱତନ୍ତ୍ର କାରାଗାରକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ କର୍ପୋରେସନ ଦ୍ୱାରା ଆଠଗଡ଼ରେ ନିର୍ମିତ ଏହି ସ୍ୱତନ୍ତ୍ର କାରାଗାରରେ ୫୦୦ କଏଦୀ ରହିବାର ବ୍ୟବସ୍ଥା ରହିଥିବାବେଳେ ୧୨ଟି ସ୍ୱତନ୍ତ୍ର ସେଲ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ପାଇଁ ରହିଛି । ପ୍ରଶାସନିକ ଭବନ, ବିଦ୍ୟାଳୟ ଭବନ, ହସ୍ପିଟାଲ, ଡାଇନିଂ ହଲ, ରୋଷେଇ କମ୍ପେ୍ଲକ୍ସ, ପୁରୁଷ କଏଦୀ ଏବଂ ମହିଳା କଏଦୀଙ୍କ ପାଇଁ ଅଲଗା […]

ଶୁଭେଛା ଜଣାଇଲେ ପଦ୍ମଚରଣ ବଡଜେନା

ମେଣ୍ଢାଶାଳ ,୨୫/୬(ଏସଏସନିୟୁଜ)ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରେଗୁଲାରରେ ମାଟ୍ରିକ ପରୀକ୍ଷା ଫଳ ଚଳିତ ବର୍ଷ ପାସ୍ ହାର ଶତ ପ୍ରତିଶତ ଓ ଏକ୍ସ ରେଗୁଲାରରେ ୮୭.୫ପ୍ରତିଶତ ରେଜଲ୍ଟ ହୋଇଛି । ରେଗୁଲାରରେ ୮୬ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେଇଥିବାବେଳେ ଓମପ୍ରକାଶପୃଷ୍ଟିନାମକ ଛାତ୍ର ସର୍ବାଧିକ ୫୩୦ନମ୍ବର ରଖିଛି ।ସେହିଭଳିଭାବେ ଏକ୍ସ ରେଗୁଲାରରେ ୧୬ ଜଣ ପରୀକ୍ଷା ଦେଇଥିବାବେଳେ ୧୪ଜଣ ପାସ କରିଛନ୍ତି ।ଏହି କୃତକାର୍ଯ୍ୟ ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଓ […]

ଫେଲର ପୁନଃ ବିଚାର କର =ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ,୨୫/୬(ଏସ ଏସ ନିୟୁଜ) ବହୁ କଳ୍ପନା ଜଳ୍ପନା ପରେ ରେକର୍ଡ ପ୍ରତିଶତ ମାଟ୍ରିକଫଳ ପ୍ରକାଶ ପାଇଛି l ବହୁତ ପିଲା ଏଥିରେ ଉପକୃତ ହୋଇଥିବାର ସୂଚନା ମିଳୁଥିବା ବେଳେ କିଛି ମେଧାବୀ ପିଲା ପରୀକ୍ଷା ଫଳକୁ ନେଇ ଆପତ୍ତି ଉଠାଇଛନ୍ତି l ଯେହେତୁ ପୂର୍ବରୁ ପରୀକ୍ଷାର ରେଜଲ୍ଟ କୁ ନେଇ ମୂଲ୍ୟାଙ୍କନ ହୋଇଛି ତେଣୁ ବୋର୍ଡ ପରୀକ୍ଷା ଭଳି ସର୍ବୋତମ ପରିଶ୍ରମ କରି ଫଳ ଆଣିବାର ସ୍ବପ୍ନ ବହୁ ମେଧାବୀ ପିଲାଙ୍କର ପୂରଣ ନହେବା କିଛି […]

କେନ୍ଦ୍ରାପଡାରେ ଗୁଳିମାଡ, ଜଣେ ଗୁରୁତର

କେନ୍ଦ୍ରପଡା,୨୫/୬(ଏସ୍‌ଏସ୍‌ନିୟୁଜ) ପୁରୁଣା ବିବାଦକୁ କେନ୍ଦ୍ରକରି କେନ୍ଦ୍ରାପଡ଼ାରେ ଗୁଳିମାଡ ହୋଇଛି ।ଏଥିରେ ରଞ୍ଜିତ ପତ୍ରୀ ନାମକ ଯୁବକ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡ଼ା ଗୋପ ଛକ ନିକଟରେ କିଛି ଦୁର୍ବୃତ୍ତ ଆସି ଗୁଳିକାଣ୍ଡ କରିଛନ୍ତି ।ଫଳରେ ରଞ୍ଜିତଙ୍କର ଦୁଇଟି ଗୋଡ଼ରେ ଗୁଳି ବାଜିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାନେଇ ତାଙ୍କ ମା ଅଭିଯୋଗ କରିଛନ୍ତି । ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶାରେ ଚିହ୍ନଟ ହେଲେ ଡେଲଟା ପ୍ଲସ ଭାରିଆଣ୍ଟ

ଭୁବନେଶ୍ୱର,୨୫/୬(ଏସ୍‌ଏସ୍‌ନିୟୁଜ) କରୋନାର ଦ୍ୱିତୀୟ ଲହରର ପ୍ରକୋପ ଧୀରେ ଧୀରେ କମୁଥିବାବେଳେ ଓଡ଼ିଶାରେ ପ୍ରଥମକରି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବାନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।ଏହି ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ର, ତାମିଲନାଡ଼ୁ ମଧ୍ୟପ୍ରଦେଶ ସମେତ ୧୦ଟିରାଜ୍ୟରେ ଏହି ଡେଲଟା ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛି ।ତେବେ ଚିହ୍ନଟ ହୋଇଥିବା ରୋଗୀଙ୍କ ଯାତ୍ରାବିଷୟରେ ସବିଶେଷ ତଥ୍ୟ ଜାଣିବାପାଇଁ ଅନୁଧ୍ୟାନ ଆରମ୍ଭ ହୋଇଛି ।

ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ ଅଧ୍ୟାପକ,ଅଧ୍ୟାପିକା

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ ଅଧ୍ୟାପକ ଓ ଅଧ୍ୟାପିକା ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ୟୁଜି,ପିଜି ପରୀକ୍ଷା ନେଇ ଆଜି ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଅନଲାଇନରେ ହେବାକୁ ଥିବା ପରୀକ୍ଷା କିଭଳି ପିଲାମାନେ ସୁରୁଖୁରୁରେ ଦେଇପାରିବେ ସେଥିପାଇଁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।  

ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ହାଟ

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଛି ।ଫଳରେ ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା । ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିବାବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ […]

ଜମି ଅଧିଗ୍ରହଣ ମାମଲାକୁ ନେଇ କଳିଙ୍ଗନଗରରେ ଉତ୍ତେଜନା

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) କଳିଙ୍ଗନଗରର କେ-୭ରେ ଥିବା ୫୦୩ ନମ୍ବର ଫ୍ଲାଟ୍ ରେ ୧୦୦ ବର୍ଷରୁ ଅଧିକ ସମୟ ହେବ ରହିଥିବା ଖଣ୍ଡୁଆଳ ମନ୍ଦିରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି ।ଯାହାକୁନେଇ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଦିର ସ୍ଥାନରେ ପ୍ରସ୍ତାବିତ ହୋଇଥିବା ଯୋଜନାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।ମନ୍ଦିର ଆଗରେ ଓ ଜେସିବି ଆଗରେ ମହିଳାମାନର ବସିରହିବା ସହ ଉତେଜନା ଲାଗିରହିଛି । ଘଟଣା ସ୍ଥଳରେ ଏସିପିଙ୍କ ସମେତ ଖଣ୍ଡଗିରି ଓ ଭରତପୁର ଥାନାଧିକାରୀ […]

୭ଟି ଜିଲ୍ଲାର ଦାୟିତ୍ୱରେ ରହିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଓ କନ୍ଧମାଳ ଆଦି୭ଟି ଜିଲ୍ଲା ଧାନମଣ୍ଡି ପରିଚାଳନା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି । ବିଧାୟକ ଏହିଜିଲ୍ଲାର ବିଭିନ୍ନ କୃଷି ସମବାୟ ସମିତ ପରିଦର୍ଶନ କରି ଧାନମଣ୍ଡି ପରିଚାଳନା କାର୍ଯ୍ୟ  ତଦାରଖ କରିବେ। ଏହାଦ୍ୱାରା କୃଷି ସମବାୟ ସମିତି ଦ୍ବାରା ପରିଚାଳିତ ଧାନମଣ୍ଡିର ସୁପରିଚାଳନା ସହ ଅସୁବିଧା ଏବଂ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ । ଚାଷୀମାନେ ମଧ୍ୟ ସିଧାସଳଖ […]