Browsing daily archive

July 3, 2021

ବିଳମ୍ବ ହେବ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର,୩/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆହୁରି ବିଳମ୍ବିତ ହେବ । ଗର୍ଭବତୀଙ୍କ ଟିକାକରଣ ଟ୍ରେନିଂ ପରେ ସେମାନଙ୍କୁ ଦିଆଯିବ ଟିକା । ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ର ଖୁବଶୀଘ୍ର ଓରିଏଣ୍ଟେସନ କାର‌୍ୟ୍ୟକ୍ରମ କରିବ । କେନ୍ଦ୍ର ସାରିଲେ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏନେଇ ତାଲିମ ଦିଆଯିବ.ା କେନ୍ଦ୍ର ମାର୍ଗଦର୍ଶିକା ଆସି ସାରିଥିଲେ ବି କର୍ମଶାଳାକୁ ଅପେକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ […]

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୭(ଏସ ଏସ ନିୟୁଜ)ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି । ୨ ଥରର ବିଧାୟକ ଧାମି ପୂର୍ବରୁ କେବେ ମନ୍ତ୍ରୀ ବି ହୋଇନାହାନ୍ତି ।ଏବେ ଉଧମ ସିଂ ନଗରରୁ ବିଧାୟକ ରହିଥିବାବେଳେ ରାଜ୍ୟ ଯୁବ ବିଜେପିର ସଭାପତି ତଥା ଜଣେ ଓକିଲ ଭାବେ ବେଶ ପରିଚିତ । ତୀରଥ ସିଂ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଗତକାଲି ମୁଖ୍ୟମନ୍ତ୍ରୀ […]

ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ

ଭୁବନେଶ୍ୱର,୨/୭(ଏସ ଏସ ନିୟୁଜ) ପୂର୍ବ ପରି ଆଉ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ ନାହିଁ । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା ନେଇପାରିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ଆସନ୍ତା ୫ ତାରିଖଠାରୁ ୧୦ ତାରିଖ ପର‌୍ୟ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ୧୮-୪୪ ବର୍ଗ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୪୫ରୁ ଅଧିକ ବର୍ଷର ଲୋକମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଜାରି ରହିବ । ଆଧାର କାର୍ଡ […]

ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ!

ଭୁବନେଶ୍ୱର,୩/୭(ଏସଏସନିୟୁଜ) ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ ।ଏଥିନେଇ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ମନ୍ତ୍ରିମଣ୍ଡଳ ବିସ୍ତାରରେ ବ୍ୟାପକ ପରିବର୍ତ୍ତନ କରାଯିବାସହ ନୁଆ ଚେହେରାଙ୍କୁ ଦେଖିବାକୁ ମିଳିପାରେ । ମନ୍ତିମଣ୍ଡଳ ସଂପ୍ରସାରଣରେ ପ୍ରାୟ ୧୨ ଜଣ ମନ୍ତ୍ରୀଙ୍କ ଛୁଟି ହୋଇପାରେ ଓ ୨୪ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ । ସହଯୋଗୀଦଳମାନଙ୍କ ସହ ଏକପ୍ରକାର ଆଲୋଚନା ମଧ୍ୟ ସରିଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ଉତ୍ତର ପ୍ରଦେଶ ସହିତ ପାଞ୍ଚ […]

ଭିଜିଲାନ୍ସ ଜାଲରେ ପଡିଲେ ଭିଜିଲାନ୍ସ ପିପି

କଳାହାଣ୍ଡି, ୩/୭(ଏସଏସନିୟୁଜ) କଳାହାଣ୍ଡିରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ଆଜି ଭିଜିଲନ୍ସ ହାତରେ ଧରାପଡିଛନ୍ତିି । ଭବାନୀପାଟଣାରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ହେଉଛନ୍ତି ଆଶୁତୋଷ ମିଶ୍ର । ମହୁଲପାଟଣା ଫାଣ୍ଡିର ପୂର୍ବତନ ଏ ଏସ ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫା ଦଫା ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆଶୁତୋଷ ମିଶ୍ର । ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ୧ଲକ୍ଷ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ […]

ବନ୍ଧୁକ କାରଖାନା ଠାବ

ନବରଙ୍ଗପୁର ୩/୭(ଏସଏସନିୟୁଜ) ରାଇଘର ଥାନା ମାଣ୍ଡିଆବେଡ଼ାରେ ବନ୍ଧୁକ କାରଖାନା ଠାବ ହବାସହ ୨ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହିତ ଛଅଟି ବେରେଲ୍ ପାଇପ୍, ଟ୍ରିଗର ଛଅଟି, ଚାରିଟି ହାତୁଡ଼ି ସହ ଦୁଇଟି କିପେଡ ମୋବାଇଲ ଓ ଅନ୍ୟାନ୍ୟ ମୋବାଇଲ ସରଞ୍ଜାମ ଜବତ କରାଯାଇଛି ।ପୋଲିସ ଚଢାଉ କରି ବନ୍ଧୁକ କାରିଗର ସଂଗ୍ରାମ ଲୋହରାଙ୍କ ଘରୁ ଅର୍ଦ୍ଧନିର୍ମିତ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଏକ ମାମଲା ରୁଜୁ କରି ସଂଗ୍ରାମ ଲୋହରାଙ୍କୁ କୋର୍ଟ ଚାଲାଣ କରିଛି ।

ସେବାୟତମାନେ ଟାଣିବେ ରଥ

ପୁରୀ,୩/୭(ଏସଏସନିୟୁଜ) ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ଚଳିତବର୍ଷର ରଥଯାତ୍ରା ହେବ ।ବିନାଭକ୍ତରେ ହେବ ରଥଯାତ୍ରା । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ । ଏବର୍ଷ କେବଳ ସେବାୟତମାନେ ରଥ ଟାଣିବେ । ଦକ୍ଷିଣମୋଡ଼ ପାଇଁ ପୋଲିସ ବାହିନୀ ନିୟୋଜିତ ହେବେ । ସେବାୟତମାନେ ରଥଯାତ୍ରାବେଳେ ଫଟୋ ଉଠାଇପାରିବେ ନାହିଁ । ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ଟେଷ୍ଟ ହେବ ବୋଲି ପୁରୀ ରଥଯାତ୍ରାକୁ ନେଇ ଆୟୋଜିତ […]

ଶିକାରୀ ଫେରାର,ଜବତହେଲା ଶିକାର ସାମଗ୍ରୀ

ଭଞ୍ଜନଗର ୨/୭(ଏସ ଏସ ନିୟୁଜ) ଜଙ୍ଗଲରେ ବାରହା ଶିକାର ପାଇଁ କରିଥିଲେ ଯୋଜନା ।ଖବର ପାଇ ଚଙ୍ଘାଉକରିଥିଲା ବନବିଭାଗ ।କିନ୍ତୁ କୈାଶଳକ୍ରମେ ଶିକାରୀ ଫେରାର ହୋଇଯାଇଥିବାବେଳେ ଶିକାର ପାଇଁବ୍ୟବହୃତ ସାମଗ୍ରୀକୁ ଜବତ କରିଛି ବନବିଭାଗ ।ଏହିଭଳି ଘଟଣା ଭତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳର ତିଳିସିଙ୍ଗି ସେକସନର ବିଲିପଡା ବିଟିରେ ଥିବା ଗାଲେରୀ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି । ଜଙ୍ଗଲରେ ବାରହା ଶିକାର ହେଉଥିବାର ଖବରପାଇ ବନବିଭାଗ ଓ ବିଦ୍ୟୁତ୍ କର୍ମଚାରୀମାନେ ମିଳିତ ଭାବେ ଚଢାଉକରିଥିଲେ […]

ଜେଲ୍ ପାଚେରୀ ଡେଇଁ ଆସାମୀ ଫେରାର୍

ଢେଙ୍କାନାଳ, ୨/୭(ଏସ ଏସ ନିୟୁଜ) ହିନ୍ଦୋଳ ଜେଲ୍ରେ ଥିବା ଜଣେ ବିଚାରାଧୀନ ଆସାମୀ ଆଜି ସକାଳୁ ପାଚେରୀ ଡେଇଁ ଫେରାର୍ ହୋଇଯାଇଛି । ପରିସରରେ ଥିବା ଏକ ବାଉଁଶ ଦ୍ୱାରା ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବାର କୁହାଯାଉଛି । ଫେରାର ଆସାଢ଼ି ହେଉଛନ୍ତି ହିନ୍ଦୋଳ ବ୍ଳକ ରାସୋଳ ଥାନା ଦଣ୍ଡିରୀ ଗ୍ରାମର ବିରଞ୍ଚି ବେହେରା । ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗବଣ୍ଟା କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । […]

ଆରମ୍ଭ ହେଲା ମୁକ୍ତା’ ଯୋଜନା

➡️୧-ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗର ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ହେଲା ‘ମୁକ୍ତା’ ଯୋଜନା । ➡️୨-ଆସନ୍ତା ସପ୍ତାହରେ ହୋଇପାରେ ମୋଦୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ,ଏଥିପାଇଁ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ପ୍ରସ୍ତୁତି । ➡️୩-ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ➡️୪-ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା । ➡️୫-ଏଣିକି […]