ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ
ଗଞ୍ଜାମ ,୫/୮(ଏସଏସନିୟୁଜ)ଛତ୍ରପୁର ଆର୍ଯପଲ୍ଲୀ ସାମୁଦ୍ରିକ ଥାନା ଅଞ୍ଚଳରେ ସାନ ଆର୍ଯପଲ୍ଲୀ ଗ୍ରାମର ବି.ମୁକୋଡୁ ନାମକ ବ୍ୟକ୍ତି ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ପତ୍ନୀ ଏରାମ୍ମାଙ୍କ ଦେହରେ ପେଟ୍ରାଲ ଢାଳି ନିଆଁ ଲଗାଇଛନ୍ତି। ଗ୍ରାମବାସୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ସଂକଟାପନ୍ନ ଅବସ୍ଥା ରେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଯୋଗୁ ବର୍ଷେହେବ ଉଭୟ ରହୁଛନ୍ତି। […]