Browsing daily archive

September 10, 2021

ଜଗତପୁରେ ବ୍ୟାଟ୍ରି ଚାଳିତ ଗାଡିର ଶୁଭ ଉଦଘାଟନ

ଚୌଦ୍ୱାର,୧୦/୯(ଏସ ଏସ ନିୟୁଜ)ଆଜି କଟକଜିଲ୍ଲାର ଜଗତପୁର ଗୋଲେଇ ଛକ ଠାରେ ବ୍ୟାଟିରି ଚାଳିତ ଯାନର ଶୁଭାରମ୍ଭ ହୋଇଛି ।ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହାକୁ ଶୁଭାରମ୍ଭ କରିଥିଲେ।ଏହି ଶୁଭକାର୍ଯ୍ୟରେ କମ୍ପାନୀ ର ଜିଏମ ପ୍ରସନ କୁମାର ସେନାପତି ଓ ଶୁଭେନ୍ଦୁ ଶେଖର, ପୂର୍ବତନ କର୍ପୋଟର ନବକିଶୋର ସ୍ୱାଇଁ, ଟିଲୋଚନ ଗାଆଣ,ପ୍ରୀତି ରଞ୍ଜନ ନାୟକ ଏବଂ କମ୍ପାନୀର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ।

ବାପା ପୁଅକୁ କଲା ଗୁଳି, ଟଳିପଡିଲେ ବଡ଼ପୁଅ

ବାରଙ୍ଗ,୧୦/୯(ଏସ ଏସ ନିୟୁଜ) ବାରଙ୍ଗଥାନା ଅଧିନସ୍ଥ ବେଂଟୁଆ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଛି । ବାପାର ଗୁଳିମାଡରେ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ପୁଅର ନାମ ଶିବଶଙ୍କରମୁଣ୍ଡା(୨୪) । ବାଇଗଣ ବିକ୍ରି ଟଙ୍କାକୁନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଜଣାପଡିଛି । ପ୍ରକାସ ଯେ,ଗାଁ ପାଖ ଜଙ୍ଗଲରେ ବାପ ଯଦୁମଣି ମୁଣ୍ଡା ଓ ପୁଅ ଶିବମୁଣ୍ଡା ମିଶି ବାଇଗଣ ଚାଷ କରିଥିଲେ । ଶୁକ୍ରବାର ସକାଳୁ ବାଇଗଣ ତୋଳିବା ସହ […]

କିଏ ଏହି ପ୍ରିୟଙ୍କା , ଦିଦିଙ୍କୁ ଦେବ ଟକ୍କର

ଭୁବନେଶ୍ୱର,୧୦/୯(ଏସଏସନିୟୁଜ) ଦିଦିଙ୍କୁ ଟକ୍କର ଦେବେ ପ୍ରୀୟଙ୍କା । ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ପ୍ରୀୟଙ୍କା ଟିବରେୱାଲ । ଟିଏମସି ପ୍ରାର୍ଥୀ ମମତାଙ୍କୁ ଟକ୍କର ଦେବେ ବିଜେପିର ହେଭି ୱେଟ୍ ନେତ୍ରୀ ୪୧ ବର୍ଷିୟା ପ୍ରୀୟଙ୍କା । ପ୍ରୀୟଙ୍କା ଟେବରୱାଲ ପୂର୍ବରୁ ବାବୁଲ ସୁପ୍ରୀୟଙ୍କ ଆଇନ୍ ପରାମର୍ଶ ଦାତା ରହିଥିବା ବେଳେ ସୁପ୍ରୀମକୋର୍ଟ ଓ କୋଲକାତା ହାଇକୋର୍ଟ ଆଇନଜୀବୀ ମଧ୍ୟ ରହିଛନ୍ତି । ତେବେ […]

ପୋଷ୍ୟ ଭାବେ ଗ୍ରହଣ କରିଲେ ବିଧାୟକ

ପାରାଦୀପ, ୧୦/୯(ଏସଏସନିୟୁଜ) ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। କୁଜଙ୍ଗ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ବିଜେପି ସିବିଆଇ ତଦନ୍ତ ଦାବି କରିଛି ।ଅନ୍ୟପଟେ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯିବା ସହ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଓଡ଼ିଶା ଫେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ

ଭୁବନେଶ୍ୱର, ୧୦/୯(ଏସଏସନିୟୁଜ) ଟୋକିଓ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିବା ପ୍ରମୋଦ ଭଗତ୍ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରମୋଦକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରମୋଦକୁ ଖୋଲା ଗାଡିରେ ବିମାନବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ୍ ପର‌୍ୟ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା । ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ମୁଖ୍ୟମନ୍ତ୍ରୀ […]

ସୋମବାରରୁ ନୂଆ ଏସଓପି

ପୁରୀ, ୧୦/୯(ଏସଏସନିୟୁଜ) ସୋମବାର ଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସଓପି ଅନୁସାରେ ଜଗା ଦର୍ଶନ କରିବେ । ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିବାବେଳେ ପୂର୍ବ ଏସଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।ତେବେ ୩ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବାପରେ ନୁଆ ଏସଓପି ଅନୁଯାୟୀ ସୋମବାରଠାରୁ ଭକ୍ତମାନେ ଦର୍ଶନ କରିବେ । ନୂଆ ଏସଓପି ଅନୁସାରେ ସାନିଟାଇଜ କରାଯିବା ପାଇଁ କେବଳ […]

ବିଦେଶୀ ମଦ ଦେକାନ ଉପରକୁ ବୋମା ମାଡ

ସାକ୍ଷୀଗୋପାଳ,୯/୯(ଏସଏସନିୟୁଜ) ଆଜି ରାତିରେଚନ୍ଦନପୁର ଓ ସାକ୍ଷୀଗୋପାଳ ନୂତନ ବିଦେଶୀ ମଦ ଦେକାନ ଉପରକୁ ବୋମାମାଡ ହୋଇଛି ।ବୋମାମାଡରେ ଜାହାର କୈାଣସି କ୍ଷତି ହୋଇନଥିବାର ଜଣାପଡଛି । ଚନ୍ଦନପୁର ମଦ ଦେକାନ ଉପରେ ବୋମା ମାଡର କିଛି ସମୟ ପରେ ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ମହାମାୟାସାହି ନିକଟ ବିଦେଶୀ ମଦ ଦେକାନ ଉପରକୁ ଲଗାତର ଦୁଇଟି ବୋମା ମାଡ ହୋଇଥିଲା। ଖବର ପାଇ ସତ୍ୟବାଦୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସି କ୍ୟାମେରାଆଧାରରେ ତଦନ୍ତ […]

ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି

୧. କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଗୁରୁବାର ଆୟକର ଦାଖଲର ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨. ୧୮ ବେଳକୁ ଆଉ ଏକ ଲଘୁଚାପ ; ୧୧ ରୁ ୧୩ ପ୍ରବଳ ବର୍ଷା । ୩. ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି ; ଓଡ଼ିଶା ମାଟିରେ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ । ୪. ଓଡ଼ିଶା ସିଭିଲି ସର୍ଭିସ-୨୦୧୯ ମେନ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ଏନେଇ ଲୋକସେବା […]

ଆଜିର ଅନୁଚିନ୍ତା

☘️କଲମର ନିଜସ୍ୱ କ୍ଷମତା ନାହିଁ,ହେଲେ ଅନ୍ୟର ଆଙ୍ଗୁଳି ନିର୍ଦ୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ । ☘️କେବେବି ବିଛଣା ତଳେ ପଇସା ରଖନ୍ତୁ ନାହିଁ – ଏହା ଲକ୍ଷ୍ମୀ ଛଡାର ଲକ୍ଷଣ ଅଟେ ☘️ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ ।ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ ରଖି କାମ କରିବା ଉଚିତ୍ । ☘️ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୦ ତାରିଖ ୨୦୨୧ ମସିହା(ଶୁକ୍ରବାର)ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ,ନକ୍ଷତ୍ର- ଚିତ୍ରା,ବୃଷ ରାଶିର ଘାତଚନ୍ଦ୍ର, ବିଛା ,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା,ବେଲ ଭକ୍ଷଣ ନିଷେଧ । ମେଷ:-ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ:-ପାରିବାରିକ […]