Browsing daily archive

September 18, 2021

ସଡକ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

ମାଲକାନଗିରି, ୧୮/୯(ଏସଏସନିୟୁଜ) ଆଜି ଅପରାହ୍ନରେ ମୋଟୁ ଥାନା ଅନ୍ତର୍ଗତ ଏମ ଭି ୮୮ ଗ୍ରାମ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି ।ଏଥିରେ ୪ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ।ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଏମ ଭି ୭୯ ମେଡିକାଲ କୁ ପଠାଯାଇଥିବା ଜଣା ପଡ଼ିଛି। ଖବର ପାଇ ମୋଟୁ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତକରିବାସହ ମୃତକଙ୍କ ଶବକୁ ବ୍ୟବଛେଦପାଇଁ ପଠାଇଛନ୍ତି ।

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ଭୁବନେଶ୍ୱର,୧୮/୯(ଏସଏସନିୟୁଜ) ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାବେଳେ ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଅମରିନ୍ଦର ସିଂହ ଇସ୍ତଫା ଦେଇଥିବା ଜଣାପଡିଛି ।ଯାହାକୁ ନେଇ ପଞ୍ଜାବ କଂଗ୍ରେସରେ କନ୍ଦଳ ଜଟିଳ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେବାପରେ ହାଇକମାଣ୍ଡ. କାହାକୁ ମୁକୁଟ ପିନ୍ଧାଇବେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତୃଣମୂଳ କଂଗ୍ରେସରେ ଯୋଗଦେଲେ ବାବୁଲ ସୁପ୍ରିଓ

ଈୁବନେଶ୍ୱର,୧୮/୯(ଏସଏସନିୟୁଜ)ଟିଏମ୍‌ସିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । କେନ୍ଦ୍ରମନ୍ତ୍ରୀ ପଦରୁ ହଟିବା ପରେ ବାବୁଲ ସୁପ୍ରିଓ ବିଜେପି ଛାଡ଼ିବାସହ ରାଜନୀତିରୁ ସନ୍ୟାସ ନେବା କଥା ମଧ୍ୟ କହିଥିଲେ । ଗତ ନିର୍ବାଚନ ସମୟରେ ସେ ଟିଏମ୍‌ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିବା ବେଳେ ପୁଣି ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ।ଯାହାକୁ ନେଇ ଚର୍ଚ୍ଚା ଯୋରଧରିଛି ।ବିଜେପିରୁ ଗୋଟିଏ ପରେ ଗୋଟିଏ ନେତା ଦଳଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଉଥିବାରୁ […]

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି

ଈୁବନେଶ୍ୱର,୧୮/୯(ଏସଏସନିୟୁଜ) କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଆସନ୍ତାକାଲି ପଡୁଥିବା ଅନନ୍ତ ବ୍ରତ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରିକରାଯାଇଛି । ଅନନ୍ତ ବ୍ରତ ପାଇଁ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହେବାର ସମ୍ଭାବନା ଥିବାରୁ ବିଏମସି ଗାଇଡଲାଇନ୍ ଆଣିଛି ।ଏହି ଗାଇଡଲାଇନ୍ ଅନୁଯାୟୀ ଅନନ୍ତ ବ୍ରତରେ ସାଧାରଣ ଦର୍ଶନ ଏବଂ ମହାପ୍ରସାଦ ସେବନ ଉପରେ ରୋକ ଲଗାଇବା ସହ କାଭେିଡ ନୀୟମକୁ କଡାକଡିଭାବେ ମାନିବାକୁ କୁହାଯାଇଛି ।ଅନ୍ୟପଟେ ଡବଲ ଡୋଜ୍ ଟିକା ନେଇଥିବା […]

୨୧ ଯାଏଁ ପ୍ରବଳ ବର୍ଷିବ?

ଈୁବନେଶ୍ୱର,୧୮/୯(ଏସଏସନିୟୁଜ) ୧୮ ତାରିଖରୁ ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୨ଟିଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହି ଜିଲ୍ଲାଗୁଡିକ ହେଲା ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ।

ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

କଟକ,୧୮/୯(ଏସଏସନିୟୁଜ)ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଣେ ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା […]

ଭାର୍ଗବୀ ନଦୀ ସୁଅମୁହଁରୁ ଉଦ୍ଧାର ହେଲେ ବୃଦ୍ଧା

ସାକ୍ଷୀଗୋପାଳ,୧୮/୯(ଏସଏସନିୟୁଜ) ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବା କନକ ଵେହେରା ନାମକ ବୃଦ୍ଧାଙ୍କୁ ନାଉରିଆମାନେ ଉଦ୍ଧାର କରିଛନ୍ତି ।ବୃଦ୍ଧା ଜଣଙ୍କ ସାକ୍ଷୀଗୋପାଳରେ ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବାବେଳେ ନଦୀବନ୍ଧରେ ଥିବା କିଛି ଯୁବକ ଏହାଦେଖି ପାଟିକରିଥିଲେ । ବଳପୁର ଘାଟରେ ଥିବା ଧବଳେଶ୍ୱର ବେହେରା ଓ ବ୍ରଜକିଶୋର ବେହେରା ନାମକ ନାଉରିଆ ଯୁୁବକମାନଙ୍କ ପାଟିଶୁଣି ଡଙ୍ଗାନେଇ ଭସି୍‌ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ।ପରେ ସ୍ଥାନୀୟଯୁବକମାନେ ବୃଦ୍ଧାଙ୍କୁ ୁ ଚିକିସ୍‌ାପାଇଁ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନା କୁ ପଠାଇ ଥିଲେ […]

ଜାଳେଣୀ କାଠ ସଂଗ୍ରହ ସାଜିଲା କାଳ, ବୈତରଣୀରେ ଦୁଇ ନିଖୋଜ,ଜଣେ ଉଦ୍ଧାର

ଆନନ୍ଦପୁର, ୧୮/୯(ଏସଏସନିଉଜ) ବୈତରଣୀ ନଦୀରୁ ଜାଳେଣୀକାଠ ସଂଗ୍ରହ ସାଜିଲା କାଳ ।ଜାଳକାଠ ସଂଗ୍ରହ କରି ଫେରୁଥିବାବେଳେ ଭାସିଗଲେ ତିନିଜଣ ।ସୈାଭାଗ୍ୟବଶତ ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବାବେଳେ ଅନ୍ୟଦୁଇଜଣଙ୍କର ପତା ମିଳିପାରିନାହିଁ ।ଏହି ଘଟଣା ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ୍ ନିକଟରେ ଘଟିଛି । କୁମୁଣିଆ ଗ୍ରାମର ଜଗବନ୍ଧୁ ନାଇକ,କ୍ଷୀରୋଦ ନାଇକ ଓ ମାୟାଧର ନାଇକ ଏକ ଟ୍ୟୁବ୍ ଯୋଗେ ସକାଳେ ବୈତରଣୀ ନଦୀ ଭିତରକୁ ଜାଳକାଠ ସଂଗ୍ରହ ପାଇଁ ଯାଇଥିଲେ। କିଛି ଘଂଟାପରେ କାଠ ଭେଳାକୁ […]

ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

କାକଟପୁର, ୧୮/୯(ଏସଏସନିଉଜ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲ ।ଏହିଭଳି ଘଟଣା ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅଂଚଳରେ ଘଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ପାଟସୁନ୍ଦରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲମୁତୁଣିଆ ଗ୍ରାମର କ୍ଷୀରୋଦ କୁମାର ଦଳାଇଙ୍କଠାରୁ ଏକ ହୋଟେଲ ନିକଟରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ପୁର୍ବପ୍ରସ୍ତୁତ ଅନୁଯାୟୀ […]

ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ବର, ୧୮/୯(ଏସଏସନିଉଜ) ମୁଣ୍ଡୁଳି ଓ ନରାଜ ଠାରେ ମହାନଦୀରେ ବିପଦ ସଙ୍କେତ ତଳେ ଜଳସ୍ତର ରହିଛି।ଅନ୍ୟପଟେ ହୀରାକୁଦ ଡ୍ୟାମ୍‌ରେ ବି ମଧ୍ୟ ଜଳସ୍ତର ହ୍ରାସ ପାଉଛିା ହୀରାକୁଦରେ ଆଗରୁ ୨୮ଟି ଗେଟ୍ ଖୋଲାଯାଇଥିବାବେଳେ ୧୦ଟି ବନ୍ଦ ହୋଇ ଏବେ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରିରହିଛି ।ଯାହାଫଳରେ ମହାନଦୀରେ ହେବାକୁଥିବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି । ବନ୍ୟା ପରିସ୍ଥିତି ନାହିଁ। ଅବଶ୍ୟ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଅଟିକିଛି ବୋଲି ଜଳସମ୍ପଦ […]