Browsing daily archive

September 22, 2021

ବାଟରୁ ଟେକିନେଲା ଭିଜିଲାନ୍ସ

ମାଲକାନଗିର.୨୨/୯(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । ମୋଟୁରୁ କଟକ ଫୁଲନଖରା ନିଜ ଘର କୁ ଆସୁଥିବାବେଳେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି ।ଏହାସହ ତାଙ୍କପାଖରେ ଥିବା ୨ ଲକ୍ଷ ୮୦ ହଜାର ଟଙ୍କାକୁ ଜବତକରିଛି । ଜବତ ଟଙ୍କାର ସନ୍ତୋଷଜନକ ଉତ୍ତର ଆଇଆଇସି ଦେଇ ପାରିନଥିବାବେଳେ କଟକରେ ଥିବା ତାଙ୍କ ର ଦୁଇଟି ଘର ସମେତ ମୋଟୁ ଥାନାରେ ଚଢାଉ କରିଛି ଭିଜିଲାନ୍ସ ।

ଧରାହେଲେ ଆଉ ଜଣେ ଆଂଜେଲ ପ୍ରିୟା

ଭୁବନେଶ୍ୱର,୨୨/୯(ଏସ ଏସ ନିୟୁଜ)ଫେସ୍ ବୁକରେ ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇବା ଓ ବହୁ ପରିଣାମ ର ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ୍ ଜଣେ ଯୁବତୀ ଗିରଫ କରିଛି।ଗିରଫ ବହୁରୂପୀ ମହିଳାଙ୍କ ନାମ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ ଓ ଘର କଲିକତାରେ । ଟଙ୍କା ରୋଜଗାର ପାଇଁ ସେ ଫେସ୍ ବୁକରେ ନିଜର ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲା ଏବଂ ବିପୁଳ […]

ପୋଲିସ ହାତରେ ଧରାପଡିଲା ବନ୍ଧୁକବେପାରୀ

ଭୁବନେଶ୍ବର,୨୨/୯(ଏସଏସନିୟୁଜ) ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ନାମକ ଯୁବକକୁ ପୋଲିସ ଗିରଫ କରିବାସହ ତାଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ଭାବଗ୍ରାହୀ ।ଭାବ ବ୍‌ାରଉନସୁଗାର ବିକ୍ରି କରିବାକୁ ଆସୁଥିବାର ପୁର୍ବ ସୁଚନାପାଇ ପୋଲିସ ପ୍ରସ୍ତୁତିମୁତାବକ ଜଗି ରହିଥିଲା ।ଭାବଗ୍ରାହୀ ଆସିବାପରେ ତାକୁ ଧରିବାରେ ସ୩ମ ହୋଇଥିଲା ପୋଲିସ ।

ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ

ମାଲକାନଗିରି, ୨୨/୯(ଏସଏସନିୟୁଜ) ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ ।ଛୋଟଛୋଟ ପିଲା,ଯାହାଙ୍କର ବୟସ ୧୨ବର୍ଷ ଭିତରେ ହେବ ସେମାନେ ଘୋଡାରେ ବସି ଦୈାଡ ପ୍ରତିଯୋଗୀତା କରୁଛନ୍ତି ।ଏହି ଭିଡିଓ ଏବେ ଭାଇରାଲ ହେଉଥିବାର ଜଣାପଡିଛି ।ପିଲାମାନେ ଘୋଡାଉପରେ ବସି କ୍ଷୀପ୍ର ଗତିରେ ଘୋଡ଼ାଙ୍କୁ ଦୌଡାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ବିନାପ୍ରଶିକ୍ଷଣରେ କିନ୍ତୁ ପିଲାଟି ଦିନରୁ ଘୋଡା ପିଠିରେ ବସିବା ଏବଂ ସେମାନଙ୍କୁ ନିଜ ଆୟତ୍ତକୁ ଆଣିବାର କଳାକୌଶଳ ନିଜେ ନିଜେ ଶିକ୍ଷାଲାଭ କରିଛନ୍ତି। ବିଛିନ୍ନାଞ୍ଚଳ ନକ୍ସଲଙ୍କର ଗଡ […]

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୯(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର‌୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ସାଢେ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୨ ତାରିଖ ୨୦୨୧ ମସିହା(ବୁଧବାର)ଅଶ୍ଵିନମାସ-କୃଷ୍ଣପକ୍ଷ,ତିଥି- ପ୍ରତିପଦ ,ନକ୍ଷତ୍ର- ଉତ୍ତରଭାଦ୍ର,ଧନୁ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଦ୍ଵିତୀୟାର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବୋଇତିକଖାରୁ ଭକ୍ଷଣ ନିଷେଧ । ମେଷ :-ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ବୃଷ :-ଆଜି ଆପଣ […]

ଆଜିର ଅନୁଚିନ୍ତା

🦋ପ୍ରକୃତ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ସହିତ ବୁଦ୍ଧି ବିକାଶ କରିବା ପୂର୍ଣ୍ଣ ଏକାଗ୍ରତା ସହିତ ଚିନ୍ତା କରିବାର କ୍ଷମତା ହେଉଛି ଶିକ୍ଷାର କାର୍ଯ୍ୟ । ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ବ୍ୟବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟହୀନ । 🦋ମାଂସପେଶୀୟ ବଳ ଅଧିକ ଥିଲେ ଜଣେ ବଳୁଆ ହୋଇପାରେ କିନ୍ତୁ ତା ଦ୍ୱାରା ଯେ ସେ ସର୍ବଦା ଜିତିପାରିବ ତା ନୁହଁ,କିନ୍ତୁ ମନୋବିଜ୍ଞାନର ବଳ ଥିଲେ ଜଣେ ଖାଲି […]