ପନିଅର ଖାଇବାକୁ ଦେବାବେଳେ କାମୁଡିଲା ଭାଲୁ
ବାରଙ୍ଗ,୨୭/୧୦(ଏସଏସନିୟୁଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁରିଷ୍ଟ ଗାଇଡ୍ଙ୍କୁ ଆକ୍ରମଣକରିଛି ଅଣ୍ଡିରା ଭାଲୁ। ପର୍ଯ୍ୟଟକଙ୍କୁ ବୁଲାଇ ଆଣୁଥିବା ବେଳେ ଗାଇଡ୍ଙ୍କୁ ଭାଲୁ ଆକ୍ରମଣ କରିଥିଲା। ବସ୍ ଝରକାରେ ବାହାର କରି ଭାଲୁକୁ ଖଇବାକୁ ଦେବାକାଳ ସାଜିଲା । ଗାଇଡ୍ଙ୍କ ହାତକୁ ଝୁଣି ପକାଇଥିଲା ଭାଲୁ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।ଆଜି ଅପରାହ୍ନ ପ୍ରାୟ ସାଢେ୪ଟା ସୁଦ୍ଦା ୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍ ଭାଲୁ ସଫାରୀ ଭିତରେ ପ୍ରବେଶ […]