Browsing yearly archive

2022

ଆଜିର ରାଶିଫଳ

ଜାନୁଆରୀ ମାସ ୦୧ ତାରିଖ ୨୦୨୩ ମସିହା(ରବିବାର) ଇଂରାଜୀ ନୂତନ ବର୍ଷ ୨୦୨୩ ମସିହା ଆରମ୍ଭ.ପୌଷମାସ-ଶୁକ୍ଳପକ୍ଷ ,ତିଥି- ଦଶମୀ ରାତ୍ରି ଘ୦୭/୨୫ଗତେ ଏକାଦଶୀ ,ଶାମ୍ବ ଦଶମୀ ଓ ଇଂରାଜୀ ନବବର୍ଷ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୩୭ ,ମେଷ ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୩ ଗତେ ଘ୦୯/୩୮ ମଧ୍ୟେ ଓ ଘ୦୧/୧୨ ଗତେ ଘ୦୪/୦୩ ମଧ୍ୟେ ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା […]

ଦିନଦ୍ବିପହରେ ମୁଖ୍ୟରାସ୍ତା କଡରୁ କାଟୁଛନ୍ତି ଗଛ

ବାରଙ୍ଗ,୩୧ା୧୨(ଏସଏସନିଉଜ)ପରିବେଶକୁ ସୁରକ୍ଷାଦେବା ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟବରାଦକରି ରାସ୍ତା କଡ଼ରେ ଗଛ ଲଗାଉଛନ୍ତି।ଆଗାମୀ ପିଢିଙ୍କ ସୁରକ୍ଷା ଓ ଆବଶ୍ୟକତା ପାଇଁ ସଚେତନ ମଧ୍ୟ କରାଉଛନ୍ତି।କିନ୍ତୁ ଏହାକୁ ବେଖାତିର କରି ନିଜ ସ୍ୱାର୍ଥପାଇଁ ବାରଙ୍ଗ ଅଞ୍ଚଳରେ ଗଛ କଟାଯାଉଥିବାର ଦେଖିବାକୁ ମିଳିଛି।ବାରଙ୍ଗ-ବାଙ୍କୀ ମୁଖ୍ୟରାସ୍ତାକଡରେ ଲଗାଯାଇଥିବା ଗଛ ଏବେ ପ୍ରାୟ ଆଉ ଦେଖିବାକୁ ମିଳୁନାହିଁ ।ଶନିବାରଦିନ ସକାଳେ ପାଟପୁର ଗାଁ ମୁଣ୍ଡଠାରୁ ଅଳ୍ପଦୁର ବାରଙ୍ଗ ମୁଖ୍ୟରାସ୍ତା କଡ଼ରେ ଥୁବା ଏକ ଆମ୍ବଗଛକୁ କାଟିବା ଆରମ୍ଭ କରାଯାଇଛି।ଗଛର ଗୋଟିଏ ଡାଳକୁ […]

ଇଗ୍ନୋରେ ୨୦୨୩ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ୨୦୨୩ ଶିକ୍ଷାବର୍ଷ ପାଇଁ ନାମଲେଖାପାଇଁ ଘୋଷଣାକରାଯାଇଛି କୌଣସିକାରଣରୁ ଅଧାରୁ ପାଠଛାଡିଥିବା କିମ୍ବା ଉଚ୍ଚଶିକ୍ଷାପାଇବାରୁ ବଞ୍ଚତ୍ତ ହୋଇଥିବା ଯେକୌଣସି ବୟସର ବ୍ୟକ୍ତି ଇଗ୍ନୋରେ ସମସ୍ତବିଭାଗରେ ନାମଲେଖାଇପାରିବେ।ଏହା ଜାନୁୟାରୀ ୩୧ପର୍ଯ୍ୟନ୍ତ ନାମଲେଖାଚାଲିବ।ଇଚ୍ଛୁକପ୍ରାର୍ଥୀମାନେ ଇଗ୍ନୋ ଓ୍ବେବ୍ ସାଇଟ୍ www.ignou.ac.in ଏବଂ ଲିଙ୍କ୍ https://ignouadmission.samarth.edu.inକୁଅନୁସରଣ କରିପାରିବେ କିମ୍ବା ଇଗ୍ନୋ ଆଞ୍ଚଳିକକେନ୍ଦ୍ର ଭୁବନେଶ୍ୱରକୁ ମେଲ୍ କରିପାରିବେ ।ସବିଶେଷ ବିବରଣୀ ପାଇଁ ଫୋନ୍ ନଂ.୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି  

ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା ହୋଇଛି ।ଦିନିକିଆ କ୍ରିକେଟ୍ରେ ଶ୍ରେୟସ ଆୟର ଶ୍ରେଷ୍ଠ ବ୍ୟାଟସମ୍ୟାନ ଏବଂ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ଭାବେ ହେଲା ଘୋଷଣା ହୋଇଛିାଶ୍ରେୟସ ଆୟର ୧୭ଟି ମ୍ୟାଚ୍ ଖେଳି ୫୫.୬୯ ଆଭ୍ରେଜ୍ରେ ସର୍ବାଧିକ ୭୨୪ ରନ୍ କରିଛନ୍ତି ।ସେହିପରି ଦିନିକିଆ ବୋଲିଂ ବିଭାଗରେ ଟପ୍ରେ ରହିଛନ୍ତି ମହମ୍ମଦ ସିରାଜ । ସେ ୧୫ଟି ମ୍ୟାଚ୍ ଖେଳି ୨୪ ଟି ଓ୍ୱିକେଟ୍ ନେଇଛନ୍ତି ।ସେହିପରି ଟେଷ୍ଟ କ୍ରିକେଟ୍ରେ ଶ୍ରେଷ୍ଠ […]

ଦୁଇବର୍ଷପରେ ପ୍ରସିଦ୍ଧ ଓଳାଶୁଣୀ ମେଳା

ଯାଜପୁର ,୩୧ା୧୨(ଏସଏସନିଉଜ)ଦୁଇବର୍ଷପରେ ଚଳିତବର୍ଷ ଯାଜପୁରଜିଲ୍ଲାର ପ୍ରସିଦ୍ଧ ଓଳାଶୁଣୀମେଳା ଅନୁଷ୍ଠିତ ହେବାକୁଯାଉଛି ।ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତିବୈଠକରେ ସୂଚନାଦିଆଯାଇଛି କ୍ଷମହାପୁରୁଷ ସନ୍ଥ ଅରକ୍ଷିତଦାସଙ୍କ ବ୍ରହ୍ମଲୀନ ଦିବସରେ ମାଘ ମାସ କୃଷ୍ଣପକ୍ଷ ଏକାଦଶତିଥିରେ ଏହିମେଳା ଆରମ୍ଭ ହୋଇଥାଏ ।୧୦ଦିନଧରି ଅନୁଷ୍ଠିତ ହେଉଥିବା ଏହିମେଳା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।

ନୁଆବର୍ଷରେ ସକାଳ ୮ରୁ ସଂନ୍ଧ୍ୟା୭

ଭଞ୍ଜନଗର,୩୧ା୧୨(ଏସଏସନିଉଜ)ଆସୁଛି ନୁଆବର୍ଷ ।ଏହାକୁ ଧୁମଧାମରସହ ପାଳିବାକୁ ସମସ୍ତେ ବ୍ୟସ୍ତ ।କିଏ ବଣଭୋଜି କରିବାପାଇଁ ଚିନ୍ତା କରିଛି ତ କିଏ ପରିଭ୍ରମଣରେ ନୁଆବର୍ଷର ମଜା ନେବାକୁ ଯୋଜନା କରିଛି ।ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆର୍କଷଣର କେନ୍ଦ୍ର ପାଲଟିଥିବା ଭଞ୍ଜନଗରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଜାନୁଆରି ୧ ତାରିଖ ଦିନ ସକାଳ ୮ ଟାରୁ ସଂନ୍ଧ୍ୟା ୭ଟାପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରଖିବାକୁ କର୍ତ୍ତୁପକ୍ଷ ନିଷ୍ପତି ନେଇଥିବା ଜଣାପଡିଛି। ୨୫ ଏକର ପରିମିତ ଅଞ୍ଚଳରେ ମ୍ୟୁଜିକାଲା […]

ଓଲଟିଲା ଡଙ୍ଗା

ଢେଙ୍କାନାଳ , ୩୧ା୧୨(ଏସଏସନିଉଜ)ପର୍ଜଙ୍ଗଥାନା ଅନ୍ତର୍ଗତ ରୋଡ଼ଗାଁରେ ଶୁକ୍ରବାର ଦିନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳି ୧୫ରୁ ଅଧିକ ଖେଳାଳି ଏକ ଡଙ୍ଗାରେ ବ୍ରାହ୍ମଣୀ ନଦୀ ପାର୍ ହୋଇ ନିଜ ଗାଁକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା ସ୍ୱଭାଗ୍ୟବଶତ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ହଠାତ ଡଙ୍ଗାଟି ଓଲଟିପଡିଥିଲା । ସମସ୍ତ ଖେଳାଳି ପହଁରି ପହଁରି କୂଳକୁ ଚାଲି ଆସିବାରୁ ଏକ ବଡ଼ଧରଣର ଅଘଟଣରୁ ସମସ୍ତେ ବର୍ତିଯାଇଥିଲେ ।

ଜଙ୍ଗଲରେ ଏଏନଏମଙ୍କୁ ଦୁଷ୍କର୍ମ ଅଭିଯୋଗ

କୁଚିଣ୍ଡ. ୩୧ା୧୨(ଏସଏସନିଉଜ)ହାଡିପାଲିପଞ୍ଚାୟତ ପାନପାଲିଜଙ୍ଗଲରେ ଜଣେ ଏଏନଏମଙ୍କୁ ଦୁଷ୍କର୍ମ ହୋଇଥିବା କୁଚିଣ୍ଡାଥାନାରେ ଅଭିଯୋଗ ହୋଇଛି।ହାଡିପାଲି ପଞ୍ଚାୟତର ଜଣେ ଯୁବକ ଏଏନ୍ଏମ ସହିତ ଫାଶିମାଲ ଆସି ଫେରିବାବେଳେ ରାତି ହୋଇଯାଇଥିଲା। ବାଟରେ ପାନପାଲି ଜଙ୍ଗଲ ନିକଟ ନିଛାଟିଆ ରାସ୍ତାରେ ଯୁବକ ଜଣକ  ଏଏନଏମଙ୍କୁ  ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଖବର ପାଇ କୁଚିଣ୍ଡା ପୁଲିସ ଏଏନଏମଙ୍କୁ  ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରାଇବାସହ ଏକମାମଲା ରୁଜୁକରି ତଦନ୍ତଆରମ୍ଭ କରିଛି ।

ଗୋପପୁରରେ କୃଷ୍ଣଲୀଳା

ଗୋପପୁର, ୩୧ା୧୨(ଏସଏସନିଉଜ)ଗୋପପୁରରେ ଚାଲିଛି କୃଷ୍ନଲୀଳା । ସମସ୍ତେ କୃଷ୍ଣଲୀଳାରେ ବିଭୋର ହୋଇଯାଇଛନ୍ତି ।ଗୋପପୁରବାସୀ ଫେରି ଯାଇଛନ୍ତି ଦ୍ବାପର ଯୁଗକୁ। ଘରେଘରେ ପୂର୍ଣ୍ଣକୁମ୍ଭ ସହ ମୁରୁଜ ଧୂପ, ଦୀପ, ନୈବଦ୍ୟ ଧରି ଅପେକ୍ଷା କରିଛନ୍ତି କେତେବେଳେ କୃଷ୍ଣ-ବଳରାମଙ୍କ ଆଗମନ ହେବ ଆଉ ପାଦଧୋଇ ପୂଜାର୍ଚ୍ଚନା କରିବେ।ଏହା ସହିତ କୃଷ୍ଣ-ବଳରାମ ଗୋପାଳ ପୁଅଙ୍କ ସହିତ ନୃତ୍ୟଗୀତରେ ଗୋପପୁର ପରିକ୍ରମା କରିଛନ୍ତିା

ପୁରୀରେ ଅସମ୍ଭାଳ ଭିଡ

ପୁରୀ, ୩୧ା୧୨(ଏସଏସନିଉଜ)ଆଜିହେଉଛି ୨୦୨୨ର ଶେଷଦିନା ଆସୁଛି ନୂଆ ବର୍ଷ ।ନୂତନବର୍ଷ ୨୦୨୩କୁ ସ୍ୱାଗତପାଇଁ ପୁରୀ ଲୋକାରଣ୍ୟ ହୋଇଛି। ରାଜ୍ୟ ଓ ରାଜ୍ୟବାହାରୁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡଲାଗିରହିଛି । ଶ୍ରୀଜିଉ ଦର୍ଶନପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଚି । ଏଠାକୁ ଗତ ଦୁଇଦିନଧରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ଆଜିସୁଦ୍ଧା ଶ୍ରୀଜିଉଙ୍କ ଦର୍ଶନପାଇଁ ଲକ୍ଷାଧିକଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ଆଜିସକାଳୁ ପୁରୀ ବଡ଼ଦାଣ୍ଡ, ସମୁଦ୍ରକୂଳ ସମେତ ଅଧିକାଂଶସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ସ୍ଥିତି […]