Browsing daily archive

January 4, 2022

ନାଇଜରରେ ୩୧ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ଖୋର୍ଦ୍ଧା,୪/୧(ଏସଏସନିୟୁଜ) କରୋନା ତାର ଧିରେଧିରେ କାୟା ବିସ୍ତାର କରିଚାଲିଛି । ବାଣୀବିହାର ସ୍ଥିତ ଡିସିପି କାର‌୍ୟ୍ୟାଳୟ ପରେ ଏବେ ନାଇଜରରେ ୩୧ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ସୂଚନା ଦେଇଛନ୍ତି ।ଏହାଫଳରେ ଉକ୍ତ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା ସହ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସଙ୍ଗରୋଧରେ ରଖାଯାଇଥିବା ଜଣାପଡିଛି ।

ପୂରୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ପୂରୀ, ୪/୧(ଏସଏସନିୟୁଜ) ୧୧ ନମ୍ବର ୱାର୍ଡରେ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କର।ଯାଇଛି । ହୋଟେଲର ଜଣେ କର୍ମଚାରୀ ଓ ଦୁଇଜଣ ପର୍ଯ୍ୟଟକ କ ଓମିକ୍ରନ ପଜିଟିଭଜ ଚିହ୍ନଟ ହେବାପରେ ହୋଟେଲ ସଂଲଗ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଯାହାଫଳରେ ଏହି ଅଞ୍ଚଳକୁ ଯାତାୟାତ ଠପ୍ କରାଯାଇଛି ।

ଏମ୍‌କେସିଜି ଅଧୀକ୍ଷକ ପରେ ପତ୍ନୀ କରୋନା ପଜିଟିଭ ଚିହ୍ନଟ

ଗଞ୍ଜାମ,୪/୧(ଏସଏସନିୟୁଜ) ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ ମିଶ୍ରଙ୍କର ଶୁକ୍ରବାର କୋଭିଡ୍ ସଂକ୍ରମିତ ହୋଇଥିବାବେଳେ ସୋମବାର ତାଙ୍କ ସ୍ତ୍ରୀ ମଧ୍ୟ ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।ଉଭୟ ଏମ୍‌କେସିଜି ଡିସିଏଚ୍‌୧ରେ ଚିକିସ୍‌ାଧିନ ରହିଥିବାବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ଜଣାପଡିଛି । ଅନ୍ୟପଟେ ମେଡିସିନ୍ ବିଭାଗରେ ୪ଜଣ ନର୍ସ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଡିସିପି କାର୍ଯ୍ୟାଳୟ ସିଲ୍‍

ଭୁବନେଶ୍ୱର, ୪/୧(ଏସଏସନିୟୁଜ) ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ବାଣୀବିହାର ସ୍ଥିତ ଡିସିପି କାର୍ଯ୍ୟାଳୟ ସିଲ୍‍ କରିଛି ବିଏମସି ।୪ ଓ ୫ ତାରିଖ ଦୁଇ ଦିନ ପାଇଁ ଡିସିପି କାର୍ଯ୍ୟାଳୟ କୁ ସିଲ୍‍ କରାଯିବାସହ କାର୍ଯ୍ୟାଳୟ କୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିଥିବାନେଇ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି।

ବାରହା ଫାସରେ ପଡ଼ି ବାଘର ମୃତ୍ୟୁ

କଟକ, ୪/୧(ଏସଏସନିୟୁଜ) ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାସରେ ପଡ଼ି ଏକ କଲରପତରିଆ ବାଘର ମୃତ୍ୟୁ ହୋଇଥିବାର ଜଣାପଡିଛି । ଗତକାଲି ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଆଜି ଭୋରରୁ ମରିଥିବାର ବନବିଭାଗ ପ୍ରକାଶ କରିବାସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଭିରୁଡ଼ା ଜଙ୍ଗଲରେ କେହି ଜଣେ ଶିକାରୀ ବାରହା, ହରିଣଙ୍କ ଶିକାର କରିବା ପାଇଁ ଜାଲ ବିଛାଇଥିଲା । ହେଲେ ଉକ୍ତ ଜାଲରେ […]

ପୁଣି ଧରାପଡ଼ିଲା ନକଲି ସିମେଣ୍ଟ କଂପାନି

କଟକ, ୪/୧(ଏସଏସନିୟୁଜ)ପୁଣି ନକଲି ସିମେଣ୍ଟ କାରବାରର ପର୍ଦ୍ଦାଫାସ କରିଛି ଜଗତପୁର ଥାନା ପୁଲିସ। ଏହାସହ ନକଲି ସିମେଣ୍ଟ ବୋଝେଇ ଟ୍ରକକୁ ଜବତ କରିବା ସହିତ ଗୋଦାମକୁ ସିଲ୍ କରିଛି ।ଏହି ଘଟଣା ଘଟିଛି ଜଗତପୁର ପୀରବଜାର ଅଞ୍ଚଳରେ । ଜଗତପୁର ପୀରବଜାର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଚମ୍ପତି ଗ୍ରାମରେ ମା’ ତାରିଣୀ କନଷ୍ଟ୍ରକସନ କମ୍ପାନି ନାମରେ ଦୀର୍ଘବର୍ଷ ଧରି ଚାଲି ଆସୁଥିବା ନକଲି କାରଖାନା ଉପରେ ପୋଲିସ ଚଢାଉ କରିଥିଲା ।ସୋମବାରଦିନ ଏସିପି ଅମରେନ୍ଦ୍ର ପଣ୍ଡା ଓ ଜଗତପୁର […]

କରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୪/୧(ଏସଏସନିୟୁଜ) କରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କରୋନାର ସାମାନ୍ୟ ଲକ୍ଷଣ ଦେଖାଉଥିବା ସହ ଘରେ ନିଜକୁ ସଙ୍ଗରୋଧ କରିଥିବା ଟୁଇଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ ବା ସଂଶ୍ପର୍ଷରେ ଆସିଥିଲେ, ଦୟାକରି ନିଜକୁ ସଙ୍ଗରୋଧ କରନ୍ତୁ ଏବଂ ନିଜର ପରୀକ୍ଷା କରାଇନିଅନ୍ତୁ ବୋଲି କହିଛନ୍ତି । ତେବେ ଗତକାଲି ଗୋଟିଏ ଦିନରେ ଦିଲ୍ଲୀରୁ ୪ ହଜାରରୁ ଅଧିକ କୋଭିଡ୍ […]

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

ଭୁବନେଶ୍ବର,୪/୧(ଏସଏସନିୟୁଜ) ଚିଲିକା ନଳବଣରେପକ୍ଷୀ ଗଣନା ଆରମ୍ଭ ହୋଇଛି । ୨୧ଟିମ ନିୟୋଜିତ ହୋଇସାତପଡ଼ା, ଟାଙ୍ଗୀ, ବାଲୁଗାଁ, ଚିଲିକା , ନୂଆପଡ଼ା ଓ ରମ୍ଭା ଆଦି ୫ଟି ରେଞ୍ଜରେ ରେ ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି ।ସକାଳ ୬ରୁ ଆରମ୍ଭ ହୋଇଥିବା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଟିମ୍‌ରେ ୫ଜଣ ଲେଖାଏଁ ସଦସ୍ୟ ଅଛନ୍ତ । ଏବର୍ଷ ଶୀତର ପ୍ରକୋପ ଅଧିକ ଥିବାରୁ ବିଦେଶାଗତ ପକ୍ଷୀ ସଂଖ୍ୟା ବଢ଼ିବା ଆଶାରଖାଯାଇଛି । ଗଣନା କାର୍ଯ୍ୟରେ ଗତବର୍ଷ ଭଳି […]

ଶିକ୍ଷକଙ୍କଠାରୁ ୫୦ହଜାର ଟଙ୍କା ଲୁଟ

ଆଠଗଡ, ୪/୧(ଏସଏସନିୟୁଜ)ଶିକ୍ଷକଙ୍କଠାରୁ ୫୦ହଜାର ଟଙ୍କା ଲୁଟ ହୋଇଛି । ଶିକ୍ଷକ ବିଜୟ କୁମାର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ୩ଜଣ ଦୁର୍ବୁତ ଦୁଇଟି ବାଇକରେ ଆସି ସାଇକଲ ହାଣ୍ଡେଲରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ ।ଏନେଇ ପଣ୍ଡା ଆଠଗଡ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକାସ ଯେ, ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ୫୦ହଜାର ଟଙ୍କା ଉଠାଇ ସାଇକେଲରେ ବାଣୀକଣ୍ଠନଗରକୁ ବିଜୟ କୁମାର […]

କେନ୍ଦ୍ରକୁ ମଗାଯିବ ସ୍ବତନ୍ତ୍ର ମାର୍ଗଦର୍ଶିକା

ଭୁବନେଶ୍ୱର,୪/୧(ଏସଏସନିୟୁଜ) ଓମିକ୍ରନ ଏବେ ଧିରେଧିରେ ତାର କାୟାବିସ୍ତାର କରିବା ଆରମ୍ଭ କରିବାକୁ ଲାଗିଲାଣି ।ଏହାକୁ ରୋକିବା ପାଇଁ ରାଜ୍ୟସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପଡୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏବେ ଏହାର ହାର କମ୍ ରହିଛି। ମାତ୍ର ଏହାକୁ ହାଲୁକା ଭାବେ ଗ୍ରହଣ କରିହେବନାହିଁ।ଏଥିନିମନ୍ତେ ଶଯ୍ୟା ସଂଖ୍ୟା ବୃଦ୍ଧି ଅମ୍ଳଜାନ ସଂରକ୍ଷଣ ସହ ଆନୁଷଙ୍ଗିକ […]