Browsing daily archive

January 6, 2022

ସୁରତରେ କେମିକାଲ୍ ଟ୍ୟାଙ୍କର୍ ଲିକ୍‌‌, ୬ ମୃତ ଓ ୨୦ ଚିକିତ୍ସାଧୀନ

ଭୁବନେଶ୍ୱର,୬/୧(ଏସଏସନିୟୁଜ) ସୁରତ ଅନ୍ତର୍ଗତ ସଚିନ ‘ଜିଆଇଡିସି’ ଶିଳ୍ପାଞ୍ଚଳ ଅଞ୍ଚଳରେ ଗୋଟିଏ ଟ୍ୟାଙ୍କର୍‌ରୁ ରାସାୟନିକ ପଦାର୍ଥ ଲିକ୍ ହେବାରୁ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୨୦ଜଣ ଅସୁସ୍ଥ ହୋଇପଡ଼ିଥିବାରୁ ଚିକିତ୍ସା ପାଇଁ ସୁରତ ସିଭିଲ୍ ହସ୍ପିଟାଲ୍‌କୁ ନିଆଯାଇଛି। ଏହି ଘଟଣାଟି ରାତି ପ୍ରାୟ ୪ଟା ସମୟରେ ଘଟିଛି। ଗୋଟାଏ ଡ୍ରେନ୍‌ରେ ‘ଜେରି’ ନାମକ ରାସାୟନିକ ଆବର୍ଜନା ଢାଳିବାକୁ ଟ୍ୟାଙ୍କର୍‌ର ଚାଳକ ଉଦ୍ୟମ କରୁଥିବା ବେଳେ ରାସାୟନିକ ପଦାର୍ଥ ବାୟୁ ସଂସ୍ପର୍ଶରେ ଆସି ଅଘଟଣ ଘଟାଇଲା। ପ୍ରାଣ […]

କରୋନାରେ ଆକ୍ରାନ୍ତ ହେଲେ ୫୩ ଜଣ ଛାତ୍ରଛତ୍ରୀ

ସୁନ୍ଦରଗଡ଼,୬/୧(ଏସଏସନିୟୁଜ) ଜିଂକନଗର ଜବାହାର ନବୋଦୟ ବିଦ୍ୟାଳୟରେ ମଙ୍ଗଳବାର ୩୬ ସଂକ୍ରମିତ ହୋଇଥିବା ବେଳେ ଵୁଧବାର ପୁଣି ୫୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି।ଯାହାଫଳରେ ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧିପାଇ ୮୯ରେ ପହଞ୍ଚିଛି।ଏହାପରେ ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ପାଠପଢ଼ା ବନ୍ଦ ରଖାଯାଇ ସଂକ୍ରମିତ ପିଲାଙ୍କୁ ସଂଗରୋଧରେ ରଖାଯାଇଛି।ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ୪ ତାରିଖ ସକାଳେ ସାମାନ୍ୟ ଲକ୍ଷଣ ଥିବା ୧୫ ଜଣ ପିଲା ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କୋଭିଡ ପରୀକ୍ଷା […]

ସୌରଭ ଗାଙ୍ଗୁଲିଙ୍କ ପରିବାରରେ କୋଭିଡ୍

ଭୁବନେଶ୍ୱର,୬/୧(ଏସଏସନିୟୁଜ) ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲଙ୍କ ଝିଅ ସନା ଗାଙ୍ଗୁଲି୮୍‌କ ସମେତ ପରିବାରର ୪ ସଦସ୍ୟଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏବେ ସେମାନେ ଘରେ ଆଇସୋଲେସନ୍ ରେ ରହିଛନ୍ତି । ପୂର୍ବରୁ ସୌରଭ ଗାଙ୍ଗୁଲି କୋଭିଡ୍ ପଜିଟିଭ୍ ଚିହ୍ନଟ ହବାପରେ ଚିକିସ୍‌ାପାଇଁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଡିସେମ୍ବର ୩୧ ତାରିଖରେ ଡିସଚାର୍ଜ ହୋଇଥିଲେ ।

ମେଣ୍ଢାଶାଳରେ ମହିଳା ସମ୍ମିଳନୀ

ବାରଙ୍ଗ,୫/୧(ଏସ ଏସ ନିଉଜ)ମେଣ୍ଢାଶାଳ ଗ୍ରାମପଂଚାୟତ ସଭାଗୃହରେ ଭୁବନେଶ୍ୱର ଜିଲ୍ଲାଶିଳ୍ପକେନ୍ଦ୍ର ମାଧ୍ୟମରେ ଖଦୀ ଓ ଗ୍ରାମୋଦ୍ୟଗ ବୋର୍ଡ ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀସଦସ୍ୟ ମାନଙ୍କର ଏକ ସମ୍ମିଳନିୀ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମାଚଂଳରେ ମହିଳାଗୋଷ୍ଠୀମାନଙ୍କଦ୍ୱାରା କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ପ୍ରତିଷ୍ଠା କରାଯାଇ ମହିଳାମାନେ ଆତ୍ମନିଯୁକ୍ତି ପାଇ ରୋଜଗାର କ୍ଷମ କିପରି ହୋଇପରିବେ ସେ ବିଷୟରେ ଆଲୋଚନା କରିଥିଲେ ।ଆଂଚଳିକଟ୍ରଷ୍ଟର ଅଧକ୍ଷ ରମେଶଚନ୍ଦ୍ରସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ମହିଳାସମ୍ମିଳନୀରେ ଜିଲ୍ଲାଶିଳ୍ପଉନ୍ନୟନଅଧିକାରୀ ବନ୍ଦନା ପରିଡା, ମେଣ୍ଢାଶାଳ ଗ୍ରାମପଂଚାୟତର ସରପଂଚ ମମତାବେହେରା ଯୋଗଦେଇ […]

ଜବରଦସ୍ତ ରାସ୍ତାକରି ଗିରଫହେଲେ ତିନି

ବାରଙ୍ଗ,୫/୧(ଏସ ଏସ ନିଉଜ)ଗତ୨୭ତାରିଖରେ ଏକ ଜମିରେ ଜବରଦସ୍ତ ମୋରମପକାଇ ଦଖଲ କରିବାକୁ ଉଦ୍ୟମକରିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ବୁଧବାରଦିନ ମଧୁବନ ଗ୍ରାମର ତିନିଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ମଧୁବନ ଗ୍ରାମର ଜଗନ୍ନାଥ ରାଉଳ, ଜିତେନ୍ଦ୍ର ମାଝୀ. ବୁଲୁପ୍ରଧାନ ।ଏହି ତିନିଜଣ ଏହି ଗ୍ରାମର କୁନ୍ତିଦାସନାମକ ମହିଳାଙ୍କ ଚାଷଜମିରେ ଏକ ବିଲ୍ଡରକୁ ଦେବା ଉଦ୍ଦେଶ୍ୟରେ ଜବରଦସ୍ତ ମୋରମ ପକାଇ ରାସ୍ତାକରି ଦଖଲ କରିବାପାଇଁ ଉଦ୍ୟମ କରିଥିଲେ ।ଏହାକୁ କୁନ୍ତି ବିରୋଧ କରିବାପରେ ତାଙ୍କୁ ମାରିଦେବାକୁ ଧମକଦେଇଥିବାର […]

ପୁରୀମେନକେନାଲରୁ ମିଳିଲା ବିରଳ ମାଛ

ବାରଙ୍ଗ,୫/୧(ଡି ଏନ ଏ)ବାରଙ୍ଗ ବ୍ଲକ ଅନ୍ତର୍ଗତ ସାନ ମୁଣ୍ଡଳୀ ଗ୍ରାମ ନିକଟରେ ଥିବା ପୁରୀ ମେନ କେନାଲ ରୁ ୫କେଜି ର ଗୋଲଡେନ ଫିସ ଉଦ୍ଧାର ହୋଇଛି।   ଆଜି ସକାଳ ସମୟରେ ସାନ ମୁଣ୍ଡଳୀ ଗ୍ରାମର ମା ବନ୍ଦ ବାସେଳି ଦଳେଈ ସାହି ର ରବି ଦଳେଇ ନାମ ଜଣେ ଧୀବର ପୁରୀ ମେନ କେନାଲ ରୁ ମାଛ ମାରୁଥିବା ସମୟରେ ଏକ ପାଞ୍ଚ କେଜିର ଗୋଲଡେନ ଫିସ ଜାଲରେ ପଡିଥିଲା ତେବେ ଏହି ବିରଳ ମାଛ […]