Browsing daily archive

January 11, 2022

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ

ଭୁବନେଶ୍ୱର,୧୧/୧(ଏସ ଏସ ନିଉଜ)ପଞ୍ଚାୟତ ନିର୍ବାଚନ ନେଇ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ .ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ,ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ,ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ, ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ ରେ ଘୋଷଣା କରିଛନ୍ତି ।ସବୁ ବ୍ଲକସ୍ତରରେ ଭୋଟ ଗଣତି ହେବ ।ଏହାସହ ସକାଳ ୭ଟାରୁ ଦିନ […]

ସତ୍ୟବାଦୀରେ ୬ଟି ଯାଗାରେ ଦିଆଯିବ ବୁଷ୍ଟର ଡୋଜ

ସାକ୍ଷୀଗୋପାଳ, ୧୧/୧(ଏସଏସନିୟୁଜ)ସତ୍ୟବାଦୀରେ କରୋନା ପଜେଟିଭିଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ପକ୍ଷରୁ ସତ୍ୟବାଦୀରେ ୬ଟି ସ୍ଥାନରେ ପ୍ରଥମଡୋଜ ଓ ଦୁତୀୟ ଡୋଜ ସହିତ ବୁଷ୍ଟର ଡୋଜ ଦିଆଯିବାର ବ୍ୟବସ୍ଥା ହୋଇଛି । କାଦୁଆ ଗ୍ରାମ ପଞ୍ଚାୟତର ଭଟପୁର ,ଦାସବିଦ୍ୟାଧରପୁର ପଞ୍ଚାୟତର ସୁଆଣ୍ଡୋ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କେତକୀପାଟଣା ପଞ୍ଚାୟତର ବଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜୟପୁର ଗ୍ରାମ ପଞ୍ଚାୟତର ନୂଆଗାଁ ସିଡି ଗଣେଶ କ୍ଳବ ପରିସର. ଅଙ୍ଗନୱାଡି କେନ୍ଦ୍ର ପରିସର, , ଶୁକଳ ଗ୍ରାମ […]

ମା’ ସମଲେଶ୍ୱରୀ ମନ୍ଦିର ବି ବନ୍ଦ ହେଲା

ଭୁବନେଶ୍ୱର,୧୧/୧(ଏସଏସନିୟୁଜ) କୋଭିଡ ପାଇଁ ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ଆଜିଠାରୁ ବନ୍ଦ ରହିବା ସହ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହାଭିତରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବା ସହ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାନେଇ ମନ୍ଦିର ଟ୍ରଷ୍ଟି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ହେବ ତାରିଖ ଘୋଷଣା

ଭୁବନେଶ୍ୱର,୧୧/୧(ଏସଏସନିୟୁଜ) ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ ଆୟୋଗର ପ୍ରେସମିଟ୍ ଡାକିଛନ୍ତି ।

୭ ହଜାର ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର,୧୧/୧(ଏସଏସନିୟୁଜ)ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ହଜାର ୭୧ ହଜାର ୭୧ ନୂଆ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୧୨୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୯୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଏମାନଙ୍କମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୦୭ ଜଣ ରହିଛନ୍ତି ।