Browsing daily archive

January 22, 2022

ବାରଙ୍ଗରୁ ୯ଜଣଙ୍କର କଟିଲା ପାର୍ଥୀପତ୍ର

ବାରଙ୍ଗ,୨୨/୧(ଏସଏସନିଉଜ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନପାଇଁ ଶୁକ୍ରବାରଥିଲା ପାର୍ଥୀପତ୍ର ଦାଖଲର ଶେଷଦିନ ।ଶେଷଦିନରେ ବାରଙ୍ଗବ୍ଲକର ୧୬ଗୋଟି ପଂଚାୟତରେ ସରପଂଚପାଇଁ ୬୮ଜଣ,ସମିତିସଭ୍ୟପାଇଁ ୬୪ଓ ୱାର୍ଡମେମ୍ବରପାଇଁ ୪୦୧ଜଣଙ୍କୁନେଇ ସମୁଦାୟ ୫୩୩ଜଣ ପାର୍ଥୀପତ୍ର ଦାଖଲ କରିଥିଲେ ।ଶନିବାର ଯାଂଚ ପରେ ସେମାନଙ୍କ ମଧ୍ୟରୁ ୱାର୍ଡମେମ୍ବର୮ଜଣ ଓ ସମିତିସଭ୍ୟଜଣେଙ୍କୁ ମିଶାଇ ୯ଜଣ କଟିବାପରେ ୫୨୪ଜଣଙ୍କର ପାର୍ଥିପତ୍ର କାଏମ ରହିଥିବାର ବିଡିଓ ପ୍ରଭାକର ପଣ୍ଡା ସୁଚନା ଦେଇଛନ୍ତି ।

ନୃଶଂସ ଭାବେ ହତ୍ୟା କଲା ନାତି

କନ୍ଧମାଳ ,୨୨/୧(ଏସଏସନିଉଜ) କନ୍ଧମାଳ ଜିଲ୍ଲା ରାଇକିଆ କାମ୍ବାଗୁଡା ଗାଁରେ ଜେଜେ ମାଁଙ୍କୁ ତଣ୍ଟି ଚିପି ହତ୍ୟା କରିଲା ନାତି । ୮୦ ବର୍ଷର ବୃଦ୍ଧା ସୋରଜିନି ପ୍ରଧାନ ତାଙ୍କ ମାନସିକ ବିକାରଗ୍ରସ୍ତ ନାତି ସହ ରହୁଥିଲେ । ଗତକାଲି ରାତିରେ ନାତି ମନୋଜ ପ୍ରଧାନ ଜେଜେମାଙ୍କୁ ଅତି ନୃଶଂସଭାବେ ହତ୍ୟା କରିଥିବା ବିଷୟରେ ଗାଁଲୋକଙ୍କଠାରୁ ଖବରପାଇ ଆଜି ପୋଲିସ ପହଞ୍ଚି ଶବକୁ ଜବତ କରି ମନୋଜ କୁ ଗିରଫ କରିଛି ।

ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

  ଭୁବନେଶ୍ୱର,୨୨/୧(ଏସ ଏସ ନିଉଜ) ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ […]