Browsing monthly archive

March 2022

କାନ୍ଥ ଭୁଶୁଡ଼ି ୧ମୃତ, ୨ ଆହତ

ଢେଙ୍କାନାଳ, ୧୪/୩(ଏସଏସନିଉଜ) ଟାଉନ ଥାନା ଅନ୍ତର୍ଗତ ଜବାହାରଚୌକ ଛକ ନିକଟରେ ଘର ନିର୍ମାଣ କାମ କରୁଥିବା ବେଳେ ପୁରୁଣା ଘରର କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରୁଣାକର ବେହେରା ଓ ଅଭିନ୍ନ ନାଏକ ନାମକ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଲାଣ୍ଡମାଇନ୍ ବିସ୍ଫୋରଣରେ ଏଏସ୍ଆଇ ସହିଦ୍, ଯବାନ ଗୁରୁତର

ମାଲକାନଗିରି, ୧୪/୩(ଏସଏସନିଉଜ) ନକ୍ସଲଙ୍କ ଲାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବାବେଳେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ସୋନପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ସକାଳେ ୫୩ ବ୍ୟାଟାଲିୟନର ଆଇଟିବିପି ଯବାନମାନେ କମ୍ବିଂ ଅପରେସନ୍ କରୁଥିବାର ଜାଣି ନକ୍ସଲମାନେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଫଳରେ ରାଜେନ୍ଦ୍ର ସିଂ ନାମକ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବାବେଳେ ଗୁରୁତର ହୋଇଥିବା ଯବାନ ମହେଶ କୁମାରଙ୍କୁ ଉଦ୍ଧାର କରାଯାଇ ନାରାୟଣପୁର ଜିଲ୍ଲା ମୁଖ୍ୟ […]

ଛାତ୍ରାବାସର ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ଜଟଣୀ, ୧୪/୩(ଏସଏସନିଉଜ) ନାଇଜର କଲେଜ କ୍ୟାମ୍ପସରେ ଥିବା ଛାତ୍ରାବାସର ଛାତରୁ ଡେଇଁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଛତିଶଗଡ଼ର ପୂଜା ଜେଠୱାନୀ ଓ ସେ ପଦାର୍ଥ ବିଜ୍ଞାନ ବିଭାଗ ପଞ୍ଚମ ବର୍ଷର ଛାତ୍ରୀ ଅଟନ୍ତି । ଆଜି ସକାଳେ ହଷ୍ଟେଲ ଛାତ ଉପରୁ ଯାଇ ତଳକୁ ଡେଇଁପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଖବର ପାଇ […]

ଟ୍ରକ୍‌-ଟାଟା ଏସ୍‌ଇ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଚୌଦ୍ୱାର, ୧୪/୩(ଏସଏସନିଉଜ) ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଖଡି ଗ୍ରାମର ସୁରେନ୍ଦ୍ର ସାହୁଙ୍କ ପୁଅ କାର୍ତିକ ସାହୁ ମୃତ୍ୟୁବରଣ କରିଛନ୍ତି । କାର୍ତିକ ନଂ.ଓଡି-୦୫- ଏପି-୫୩୭୪ ଟାଟାଏସି ନେଇ ସମ୍ବଲପୁରରୁ ଫେରୁଥିବା ବେଳେ କଖଡି ନିକଟରେ ଏକ ମାଲବୋଝେଇ ଟ୍ରକ ଏମ୍‌ଏଚ୍‌-୪୦-ବିଏଲ୍‌- ୮୦୪୫ ସହ ମୁହଁମୁହିଁ ଧକ୍କା ହୋଇଥିଲା ।ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଁଚି କାର୍ତିକ ଓ ହେଲପରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ ପଠାଇଥିବାବେଳେ ସେଠାରେ […]

ପଲସରରେ ଆସି ଲୁଟି ନେଲେ ୮ ଲକ୍ଷ ଟଙ୍କା

ରାଉରକେଲା, ୧୪/୩(ଏସଏସନିଉଜ) ରାଉରକେଲାର ସେକ୍ଟର-୧୯ ଥାନା ନିକଟରେ ଘରକୁ ଫେରୁଥିବା ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।। ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ହଠାତ କର୍ମଚାରୀଙ୍କୁ ଆକ୍ରମଣ କରି ତାଙ୍କ ନିକଟରୁ ପ୍ରାୟ ୮ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ

ଭୁବନେଶ୍ୱର,୧୪/୩(ଏସ ଏସ ନିଉଜ)ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅଜୟମିଶ୍ରଙ୍କ ଘରେ ସୋମବାର ଭିଜିଲାନ୍ସ ରେଡ୍‌ କରିଛି।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟ  ମିଶ୍ରଙ୍କ ଘର ସମେତ ଅଳସୁଆ ତରାଣୀ ନଗର, ରଘୁନାଥପୁରରେ ତିନିମହଲାକୋଠା,ଢେଙ୍କାନାଳ ,ତାଙ୍କ କାର୍ଯ୍ୟାଳୟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ୍ ଚାଲିଛି ।ଏଥିରେ ୫ଜଣ ଡିଏସ୍‌ପି ଓ ୧୧ଜଣ ଇନସ୍‌ପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି ।

କଟୁରି ଚୋଟ ପକାଇ ବନ୍ଧା ହେଲେ ଯୁବକ

ମେଣ୍ଢାଶାଳ,୧୩/୩(ଏସଏସନିଉଜ)ଗୁଣିଗାରେଡିକୁ କେନ୍ଦ୍ରକରି ଧାରୁଆ କଟୁରିରେ ଆକ୍ରମଣ ହୋଇଛି ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ବାରାପିଟା ଗ୍ରାମରେ । ନାଜିର ପିଙ୍ଗୁଆଙ୍କ ଧାରୁଆ କଟୁରୀ ଚୋଟରେ ସେହି ଗ୍ରାମର ପ୍ରଧାନ ସମାଡ଼ ନାମକ ବ୍ୟକ୍ତି ଗରୁତର ଆହତ ହୋଇ ପ୍ରଥମେ ମେଣ୍ଢାଶାଳ ସ୍ୱାସ୍ତ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଆହତଙ୍କ ପରିବାର ଠାରୁ ଅଭିଯୋଗ ପାଇଁ ମେଣ୍ଢାଶାଳ ଫାଣ୍ଡି ପୋଲିସ ପହଂଚି ନାଜିରକୁ ଗିରଫକରି କୋର୍ଟ ଚାଲାଣ କରିବା ସହ କଟୁରିକୁ […]

ବାସୁଦେବଙ୍କ ପୀଠରେ ବ୍ଲକ ଅଧକ୍ଷ

ମେଣ୍ଢାଶାଳ,୧୩/୩(ଏସଏସନିଉଜ) ନବନିର୍ବାଚିତ ଭୁବନେଶ୍ୱର ବ୍ଲକ ଅଧକ୍ଷ ନିରୂପମା ସାହୁ ଶନିବାର ବିଳମ୍ବିତ ରାତିରେ ମେଣ୍ଢାଶାଲ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ଦର୍ଶନ ପାଇଁ ଆସିଥିଲେ । ମନ୍ଦିରରେ ପହଂଚି ବାସୁଦେବଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା ମଧ୍ୟ କରିଥିଲେ ।ତାଙ୍କ ସହ କିଛି ନବନିର୍ବାଚିତ ପଂଚୟତ ପ୍ରତିନିଧି ମଧ୍ୟ ସାଙ୍ଗରେ ରହିଥିଲେ ।ଭୁବନେଶ୍ୱର ବ୍ଲକର ସମସ୍ତ ଗ୍ରାମପଂଚାୟତରେ ନିରପେକ୍ଷ କାର୍ଯ୍ୟ କରି ଜନସାଧାରଣଙ୍କୁ ସଠିକ ସେବା ସୁଚାରୁପେ କରିବାପାଇଁ ଠାକୁର(୍‌କ ଆଶ୍ରିର୍ବାଦ ନେଇଥିବାର ଦେଖିବାକୁ ମିଳିଥିଲା […]

୩ ସହରରେ ଲାଗିଲା ଲକଡାଉନ

  ଭୁବନେଶ୍ୱର, ୧୩/୩(ଏସ ଏସ ନିଉଜ)କରୋନା ପୁଣି ତାର କରାଳ ରୂପ ଚୀନ୍‌ରେ ଦେଖାଇଛି ।ଦକ୍ଷିଣ ଚୀନର ବୈଷୟିକ ହବ ଭାବେ ବେଶ ପରିଚିତ ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି ।ଏହାସହ ଶାଂଡୋଙ୍ଗ ପ୍ରାନ୍ତର ଚୁଚେଙ୍ଗ ଏବେ ଲକଡାଉନରେ ରହିଛି।ଫଳରେ ସହରରେ ବସବାସ କରୁଥିବା ପାଖାପାଖି ୧କୋଟି ୭୦ ଲକ୍ଷ ଲୋକେ ଘରେ କବାଟ କିଳି ରହିବାକୁ ବାଧ୍ୟ ହୋଇଛନ୍ତି। ସେପଟେ ଚୀନ୍‌ର ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି। […]

ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଦୁଇ ଯୁବକ

ଖୁଣ୍ଟୁଣୀ, ୧୩/୩ ( ଏସ ଏସ ନିଉଜ) ଶନିବାର ରାତିରେ ଜଣେ ବିବାହିତ ମହିଳା ଘରେ ଏକୁଟିଆ ଥିବାବେଳେ ଦୁଇ ଯୁବକ ଘରେ ପଶି ବଳାତ୍କାର ଉଦ୍ୟମ କରିଥିବାର ଅଭିଯୋଗ ଗୁରୁଡ଼ିଝାଟିଆ ଥାନାରେ ହୋଇଥିଲା। ଏହି ଘଟଣା କୋଲଥପଙ୍ଗି ଗ୍ରାମରେ ଘଟିଥିଲା ।ମହିଳାଙ୍କ ସ୍ୱାମୀ ନିକଟସ୍ଥ ଏକ କାରଖାନାରେ କାର୍ଯ୍ୟ କରୁଥିବାରୁ ସେ କୋଲଥପଙ୍ଗି ଗ୍ରାମରେ ଭଡାରେ ରହୁଛନ୍ତି । ଶନିବାର ତାଙ୍କ ସ୍ୱାମୀ କାରଖାନାକୁ ଯାଇଥିବା ବେଳେ ଯୁବକ ଦୁଇଜଣ ମହିଳାଙ୍କୁ ଏକାକୀ ଦେଖି ତା […]