Browsing daily archive

April 6, 2022

ଆଜିର ରାଶିଫଳ

ଅପ୍ରେଲ ମାସ ୦୭ ତାରିଖ ୨୦୨୨ ମସିହା(ଗୁରୁବାର) ଚୈତ୍ର-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୪୯, କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ତାଳ ଭକ୍ଷଣ ନିଷେଧ। ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ […]

ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ

ପୁରୀ,୬/୪(ଏସଏସନିଉଜ)ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ଘର ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବାବେଳେ ବୟସ ୩୦ ବର୍ଷ ବୋଲି ଜଣପଡିଛି । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୁଲିସ ପ୍ରକାଶ କରିନାହିଁ ।ତେବେ ସିସିଟିଭି ଆଧାରରେ ଗିରଫ ହୋଇଥିବା ଅଭିଯୁକ୍ତ  ଙ୍କୁ ଖୋର୍ଦ୍ଧାରୁ କାଲି ଗିରଫ କରାଯାଇଥିଲା । ମନ୍ଦିର ବୁଲିବା ପରେ ଭଲ […]

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ବେଗୁନିଆ, ୬/୪(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ହୀରାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରସନ୍ନ ଶତପଥୀ ଏବଂ ନିରଞ୍ଜନ ଶତପଥୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ଜିନିଷ ପତ୍ର ଲୁଟି ନେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରର ପଛପଟ ଝରକା ଗ୍ରୀଲ ଏବଂ କବାଟ ତାଡି ଦୁର୍ବୃତ୍ତ ମାନେ ଘରେ ପଶି ଆଲମିରାରେ ଥିବା ୧୨ ଲକ୍ଷ ଟଙ୍କାର ସୁନା ଗହଣା ,ନଗଦ୧ ଲକ୍ଷ ଟଙ୍କା, କିଛି […]

ଧରାପଡ଼ିଲେ ୫ ମୂର୍ତ୍ତି ଚୋର

ଜଟଣୀ୬/୪(ଏସଏସନିଉଜ) ମନ୍ଦ୍‌ିରରୁ ମୁର୍ତୀଚୋରୀକରୁଥିବା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଗ୍ୟାଙ୍ଗର ୪ ସଦସ୍ୟ ହେଲେ ଜଟଣୀ ବାଲିଛକ ମୁଣ୍ଡିଆସାହି ଅଞ୍ଚଳରେ ରହୁଥିବା ରମେଶ ଜେନା.ବାଲିଛକ ମୁଣ୍ଡିଆ ସାହି ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତରତୁଆ ମୁସଲିମ ସାହିର ମାଜିଦ୍ ଖାନ୍ , ନାଇଜର ପଛ ପଦନପୁର ଅଞ୍ଚଳରେ ରହୁଥିବା ବାଜପୁର ଗ୍ରାମର ପଦ୍ମଲୋଚନ ବେହେରା . ମଧୁସୂଦନ ନଗର ତାରିଣୀ ମନ୍ଦିର ନିକଟରେ ରହୁଥିବା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର […]

ଛାତ୍ରୀଙ୍କ ଅତ୍ମହତ୍ୟା,ସୁଇସାଇଡ ନୋଟ ଜବତକଲା ପୋଲିସ

କଟକ,୬/୪(ଏସଏସନିଉଜ)ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷ ଛାତ୍ରୀ ସୁରଭି ପଞ୍ଚପାଲ ଆତ୍ମହତ୍ୟା କରିଥିବାବେଳେ ତାଙ୍କର ସୁଇସାଇଡ୍ ନୋଟ୍ ସିଡିଏ ଫେଜ୍-୨ ଥାନା ପୁଲିସ ଜବତ କରିଛି। ୨୦ ବର୍ଷୀୟା ଝିଅ ସୁରଭି ହରିୟାଣା ପାନିପଥ ଜିଲ୍ଲା ଦହର ରିଫାଇନାରି ଟାଉନସିପ୍‌‌ର ହିରାସିଂହ ପଞ୍ଚପାଲଙ୍କର ଝିଅ । ଦେଢ଼ ସପ୍ତାହ ହେବ ହରିୟାଣାରୁ ବିଶ୍ବବିଦ୍ୟାଳୟକୁ ଆସିଥିବା ସହ ଲେଡିଜ୍ ହଷ୍ଟେଲର ତୃତୀୟ ମହଲାରେ ଗୋଟିଏ ରୁମରେ ଏକୁଟିଆ ରହୁଥିଲେ। ସୋମବାର ସନ୍ଧ୍ୟାରେ ରହୁଥିବା ରୁମ ଭିତର ପଟୁ […]

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର, ୬/୪(ଏସଏସନିଉଜ) ଆଜି ଭିଜିଲାନ୍ସ ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉତଙ୍କ ଘରେ ଚଢ଼ାଉ ଜାରି ରହିଛି ।ଭଞ୍ଜନଗରରେ ଥିବା ସରକାରୀ କ୍ଵାଟର ସହ, କାର‌୍ୟ୍ୟାଳୟ, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ତୁଷ୍ଟି ଆପାର୍ଟମେଣ୍ଟ, ଭୁବନେଶ୍ୱରର କସମପୋଲି ରେସିଡେନ୍ସି, ଜାଗମରାରେ ଥିବା ତିନି ମହଲା କୋଠା ଏବଂ ଗଞ୍ଜାମର ଲଙ୍ଗଳେଶ୍ୱରରେ ଥିବା ପୈତୃକ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ ଜାରି ରହିଛି ।  

୯ରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ଭୁବନେଶ୍ୱର, ୬/୪(ଏସଏସନିଉଜ) ଏପ୍ରିଲ ୯ରେ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ।ଏଥିପାଇଁ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସହ ସମନ୍ୱୟ ବୈଠକରେ ମଙ୍ଗଳବାରଦିନ ରଥାଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ୯ ତାରିଖ ଦିନ ୧୨ଟା ୩୦ ରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ,ଅପରାହ୍ନ ୩ଟା ୩୦ ରୁ ରଥଟଣା ଆରମ୍ଭ ଓ ୧୩ରେ ବାହୁଡ଼ା ଯାତ୍ରା ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।  

ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବାଲେଶ୍ବର ,୬/୪(ଏସଏସନିଉଜ) ଆଜି ସକାଳୁ ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଭୂଷଣ୍ଡେଶ୍ବର ରାସ୍ତାର ଜୟରାମପୁର ଗ୍ରାମ ନିକଟରେ ଆଜି ସକାଳୁ ମୁସଦପୁର ଗ୍ରାମର ଶିବା ଜେନାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ଗତକାଲିରାତିରୁ ସାଙ୍ଗମାନେ ଡାକିବାପରେ ଶିବା ଘରୁ ଆସି ଆଉ ଫେରିନଥିଲେ ।ଆଜି ସକାଳେ ତାଙ୍କର ମୃତଦେହ ରାସ୍ତାକଡ଼ରେ ପଡିଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ତେବେ ଦୁର୍ଘଟଣା ନୁହେଁ, ଶିବାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ […]