Browsing daily archive

April 7, 2022

ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକ୍ ଗିରଫ

କଟକ,୭/୪(ଏସଏସନିଉଜ) ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ନାଁ ଥିବା ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ କଟକ ରେଲୱେ ଷ୍ଟେସନରୁ ଧରାପଡିଛି । ଆରପିଏଫ୍ ପକ୍ଷରୁ କଟକ ରେଲୱେ ଷ୍ଟେସନରୁ ଯାଞ୍ଚ ବେଳେ ଧରାପଡିଥିଲା ଉମର ଫାରୁକ । ଉମର ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବାର ଜଣାପଡିଥିବାବେଳେ ଅନ୍ୟ ରାଜ୍ୟକୁ ଯାଉଥିବା ସମୟରେ ଧରାପଡିଥିଲା

ଅଙ୍ଗନୱାଡିରେ ମହୁମାଛି ଦଂଶନରେ ୧୦ ଗୁରୁତର

ବୌଦ୍ଧ,୭/୪(ଏସଏସନିଉଜ)କଣ୍ଟାମାଳ ବ୍ଲକ ଡପଲା ପଞ୍ଚାୟତ ବଉଳସିଂହାରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ଅଙ୍ଗନୱାଡି ୱାର୍କର ଓ ହେଲପର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଶିଶୁମାନଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଅଘଟଣରେ ୧୦ଜଣ ଗୁରୁତର ହୋଇଥିବାର ଜଣାପଡିଛି ।