Browsing daily archive

April 9, 2022

ଆଜିର ରାଶିଫଳ

ଶ୍ରୀ ରାମ ନବମୀ ଓ ବାସନ୍ତିକ ଶ୍ରୀ ଦୁର୍ଗାଦେବ୍ୟା ମହାନବମୀ, ରବିବାର୨୦୨୨ ମସିହା ଏପ୍ରିଲ ମାସ ୧୦ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷତିଥି- ନବମୀ ,ମେଷ ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଲାଉଭକ୍ଷଣ ନିଷେଧ। 🐏ମେଷ👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ […]

ବିଏମସିର ଡେପୁଟି ମେୟର ହେଲେ ମଞ୍ଜୁଲତା

ଭୁବନେଶ୍ୱର,୯/୪(ଏସଏସନିଉଜ)ବିଏମସିର ଡେପୁଟି ମେୟର ହେଲେ ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା ।ତେବେ ଏକମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇନଥିଲା । ଶେଷରେ ମଞ୍ଜୁଲତା ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଥିଲେ

ଅଟକିଲା ରୁକୁଣା ରଥ

ଭୁବନେଶ୍ୱର,୯/୪(ଏସଏସନିଉଜ) ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରୁକୁଣା ରଥଟଣା ଆରମ୍ଭ ହୋଇଥିଲା । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକ ନିକଟରେ ଅଟକିଛି । ସୂର‌୍ୟ୍ୟାସ୍ତ ହୋଇଯିବାରୁ ରଥ ଟଣା ବନ୍ଦ ରଖାଯାଇଛି । ରବିବାର ସକାଳେ ନୀତିକାନ୍ତି ପରେ ପୁଣି ଥରେ ରଥ ଟଣାଯିବ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ  ଆୟୋଜିତ ରୁକୁଣା ରଥଯାତ୍ରା ପାଇଁ କମିଶନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା ।      

ଉଦ୍ଧାର ହେଲା ନରକଙ୍କାଳ

ପୋଲସରା, ୯/୪(ଏସଏସନିଉଜ) ବୁଗୁଡ଼ା ଥାନା ଚଢ଼ିଆପଲ୍ଲୀ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ନରକଙ୍କାଳ ଓ ଖପୁରୀ ଉଦ୍ଧାର ହୋଇଛି ।ଏହା ସହିତ କୂଅ ପାଖରେ ଥିôବା ଏକ ଗଛ ମୂଳରୁ ମହିଳାଙ୍କ ବ୍ୟବହୃତ ସାମଗ୍ରୀ ଏବଂ ପର୍ସ ଉଦ୍ଧାର କରିଛି ପୋଲିସ ।ମୃତଦେହକୁ ଜବତ କରି ପୋଲିସ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇବାସହ ତଦନ୍ତ ଆରମ୍ଭ କରିଛି ।

ଭାଇକୁ ହାଣିଲା ଭାଇ

ପୁରୀ , ୯/୪(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଳଙ୍ଗା ଥାନା ଦାସପାଟଣା ଗ୍ରାମରେ ବଡ଼ବାପା ପୁଅ ଭାଇକୁ ଦାଦା ପୁଅ ଗୋଡ଼େଇ ଗୋଡ଼େଇ କଟୁରୀରେ ହାଣିଛି । ଦୟାନିଧି ଭୂୟାଁ ଘରେ ବସି ଖାଉଥିବା ବେଳେ ତାଙ୍କର ଦାଦା ପୁଅ ମାଗା ଭୂୟାଁ ପୂର୍ବ ବିବାଦ କାରଣରୁ ଘରେ ଭିତରେ ପଶି କଟୁରୀରେ ଆକ୍ରମଣ କରିଥିଲା । ସ୍ୱାମୀଙ୍କୁ ରକ୍ଷା କରିବାକୁ ଆସି ପତ୍ନୀ କସ୍ତୁରୀକୁ ମଧ୍ୟ ଉଲଗ୍ନ କରି ଗାଁ ଦାଣ୍ଡରେ ଘୋଷାଡ଼ିଥିଲେ । […]

ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ବର,୯/୪(ଏସ ଏସ ନିଉଜ) ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭଇଜାଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କାଜବତ କରିଛି ଭିଜିଲାନ୍ସ ।ତଦନ୍ତ ସମୟରେ କଳ୍ପନାଭଉଣୀ ଘରେ ଟଙ୍କା ଥିବାର ମାନିଥିଲେ ।ବର୍ତ୍ତମାନ ସୁଦ୍ଧା ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି ।

ଆଜି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୯/୪(ଏସ ଏସ ନିଉଜ) ଆଜି ପବିତ୍ର ଅଶୋକାଷ୍ଟମୀ ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ।ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ ।ଦିନ ୩ ଟା ୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ୫ ଦିନ ଧରି ହେବାକୁ ଥିବା ରୁକୁଣା ରଥଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି ।