Browsing daily archive

April 12, 2022

ଆଜିର ରାଶିଫଳ

ବୃହସ୍ପତି ଚଳନ ଓ ବର୍ଷ ଶେଷ,ବୁଧବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୩ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ଦ୍ବାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୫/୩୪/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୧,ମକର ରାଶିର ଘାତବାର,କର୍କଟ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଭକ୍ଷଣ ନିଷେଧ 🐏ମେଷ👉ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ […]

ମହାଙ୍ଗାରେ ଗଣହତ୍ୟା

କଟକ,୧୨/୪(ଏସଏସନିଉଜ)ଏକ ଅଭାବନୀୟ ଘଟଣା କ୍ରମେ କଟକ ଜିଲ୍ଲା ମହଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମ ରେ ଗୋଟିଏ ପରିବାରର ସମସ୍ତ ପାଞ୍ଚ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି।ମିଳିଥିବା ସୂଚନାରୁ ଜଣାପଡିଛି ଯେ,ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ବାଦ ବିବାଦ ଲାଗି ରହିଥିଲା।ହତ୍ୟାକାଣ୍ଡ ର ପୂର୍ବରୁ ହତ୍ୟାକାରୀ ସାନ ଭାଇ ଶିବ ସାହୁ କୁ ବଡ ଭାଇ ଅଲେଖ ସାହୁ ଓ ତାର ପରିବାର ମିଳିମିଶି ମାଡ଼ ମାରିଥିଲେ।ଏଥିରେ ପ୍ରତିଶୋଧ ପରାୟଣ […]

ବର୍ଷେ ପୁରିବାକୁ ଦେଲେନି ନେଇଗଲେ ବିବେକର ଜୀବନ

ବାରଙ୍ଗ,୧୨/୪(ଏସଏସନିୟୁଜ)ଚାଲିଗଲା ବିବେକର ଜୀବନ ।ଆଉ ଗୋଟିଏ ଦିନ ପରେ ତାକୁ ବର୍ଷେ ଚାଲିଥାନ୍ତା ।କିନ୍ତୁ ବର୍ଷେ ନପୁରୁଣୁ ମଙ୍ଗଳବାର ଅପରାହ୍ନରେ ବିବେକ ନାମକ ସାଧାରଣବାଘଛୁଆର ମୃତ୍ୟୁ ଘଟିଛି ।ବିବେକ ହେଉଛି ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଧରାଣରଙ୍ଗର ବାଘ ଛୁଆ ।ମା ମେଘା ଓ ବାପା ନନ୍ଦନ ଔରଷରୁ ଗତ ୧୪ଅପ୍ରିଲ୨୦୨୧ରେ ଜନ୍ମଗ୍ରହଣ କରି ୩୧ନଂ ଏନ୍‌କ୍ଲୋଜରରେ ରହିଥିଲା ।ଗତ ତିନିଦିନ ତଳେ ଛୋଟେଇଛୋଟେଇ ଚାଲୁଥିବାର ଦାୟିତ୍ୱରେ ଥିବା କର୍ମଚାରୀ ଆସି ଡାକ୍ତରମାନଙ୍କୁ ସୁଚନା ଦେଇଥିଲେ ।ସୁଚନା ପାଇ […]

ଜାଗା ଦେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର,୧୨/୪(ଏସଏସନିଉଜ)ରାଜଧାନୀର ଭୁବନେଶ୍ୱରର ପଳାଶୁଣିରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଜାଗା ପରିଦର୍ଶନ କରିବାସହ ଜାତୀୟ ରାଜପଥ ପ୍ରାଥିକରଣ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାୟ ୨ କୋଟି ଟଙ୍କା ବ୍ୟୟବରାଦରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ ।ପ୍ରାୟ ଦୁର୍ଗାପୁଜାବେଳକୁ ଫୁଟ୍ ଓଭରବ୍ରିଜ କାର୍ଯ୍ୟ ସରିଯାଇଥିବାବେଲି ଜଣାପଡିଛି ।

ପୁଣି ଓମ୍‌ଫେଡର ଛଟେଇ କର୍ମଚାରୀଙ୍କ ଧାରଣା

ବାରଙ୍ଗ,୧୨/୪(ଏସଏସନିଉଜ) ଗତ କିଛି ମାସ ଧରି ବାରଙ୍ଗ ବ୍ଲକ୍ ରାମଦାସପୁର ପଂଚାୟତର ଅରିଲୋ ଗ୍ରାମ ନିକଟରେ ହୋଇଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ।ନୁଆକରି ହୋଇଥିବା ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଭୂବନେଶ୍ୱର ସ୍ଥିତ ଓମ୍‌ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀ ଓ ଏମାନଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ ଯୁବତୀ ମାନଙ୍କୁ ଏଠାରେ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ପରବର୍ତୀ ସମୟରେ କେତେକ ଯୁବକ […]

ଡାକ୍ତରଖାନା ସଫାକଲେ ଲୋକପ୍ରତିନିଧି

ବାରଙ୍ଗ,୧୨/୪(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚୟତର ସରମ୍ପଚ କୌଶଲ୍ୟା ବଳିଆରସିଂହ ଙ୍କ ନେତୃତ୍ୱରେ ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛିା ସ୍ୱାସ୍ତ୍ୟକେନ୍ଦ୍ର କୁ ପରିସ୍କାର ପରିଛନ ରଖିବାପାଇଁ ଏହି ସଚେତନତା ସୃଷ୍ଟି କରାଯାଇଥିଲା ।ମୁଖ୍ୟ ଚିକିତ୍ସା ଅଧିକାରୀ ମୋହନ ହେମ୍ରମ ,ବିପିଓ ମନଦର୍ଶନୀ ମିଶ୍ର,ଗିରିଜାପ୍ରସାଦସାହୁ, ବିଶ୍ୱଜିତଦାଶ ,ବସୁଦେବସାହୁ,ବିଜୟବେହେରା,ନଳିନୀ ନାୟକଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ମାନେ ଯୋଗଦେଇ ସଫେଇ କରିଥିଲେ। ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସରମ୍ପଚ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ।ଡାକ୍ତରଖାନା ତରଫରୁ […]

ମାଡିଗଲା ଟ୍ରେନ

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ବଥୁୱା ନିକଟରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀକାକୁଲମ ବଟୁୱା ରେଲୱ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଲୋକଙ୍କ ଉପରେ ମାଡି ଯାଇଥିଲା ।ଏଥିରେ ଅନେକ ଆହତ ହୋଇଥିବା ବେଳେ ଦୁର୍ଘଟଣାରେ ୫ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଛି ।୨ ଜଣ ଆସାମର ହୋଇଥିବା ବେଳେ ଓ ଜଣେ ଓଡ଼ିଶାର ଗଂଜାମ ଅନ୍ତର୍ଗତ […]

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୧୨/୪(ଏସ ଏସ ନିଉଜ)କୋରୁକୋଣ୍ଡା – ପେଦାବାଇଲୁ ଏରିଆ କମିଟି ସଦସ୍ୟ ତଥା ଦୁର୍ଦ୍ଦାନ୍ତ ମାଓବାଦୀ ସାଗର ଓରଫ ଭନ୍ତାଲା ରାଜୁ ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ ବହୁ ହିଂସାକାଣ୍ଡ ଘଟାଇଥିଲା ସାଗର ଓରଫ ଭନ୍ତାଲା । ସାଗରଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିବା ସହ ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ତାଙ୍କୁ […]

ଜିଲ୍ଲାପାଳ ପଢ଼ାଇଲେ ପାଠ

ମାଲକାନଗିରି,୧୨/୪(ଏସ ଏସ ନିଉଜ)ସ୍ବାଭିମାନ ଅଞ୍ଚଳରେ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ।ଜିଲ୍ଲାପାଳ ଯନ୍ତାପାଇ, ଟୋଟାଗୁଡ଼ା, ବିଦରପକନା ଓ ହନ୍ତାଳଗୁଡ଼ାକୁ ଗସ୍ତ ସମୟରେ ଅଙ୍ଗନବାଡ଼ିର ସ୍ଥିତି ପରଖିଥିଲେ।ଏହିସମୟରେ  ପିଲାଙ୍କ ଖାଦ୍ୟ ଓ ପାଠପଢ଼ାର ସ୍ଥିତି ଜିଲ୍ଲାପାଳ ପରଖିଥିଲେ।

ତାରାତାରିଣୀପୀଠରେ5Tସଚିବ

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ)ଚୈତ୍ର ଶେଷ ମଙ୍ଗଳବାର ରେ ତାରାତାରିଣୀ ପୀଠରେ ଚାଲିଛି ଚୈତ୍ରଯାତ୍ରା ।ଏହାକୁ ଦେଖିବା ପାଇଁ ବହୁ ଭକ୍ତମାନଙ୍କର ସମାଗମ ହୋଇଛି ।ଏହାରି ଭିତରେ ଚୈତ୍ର ଶେଷ ମଙ୍ଗଳବାରରେ ଗଞ୍ଜାମର ମା ତାରାତାରିଣୀ ପୀଠରେ ଦର୍ଶନ କଲେ ୫ଟି ସଚିବ ଭି.କେ ପଣ୍ଡିଆନ୍ ।ଏହାସହ ମନ୍ଦିରର ଉନ୍ନୟନମୂଳକ କାମର ମଧ୍ୟ ସ୍ଥିତି ବୁଲି ଦେଖିଥିଲେ ।