Browsing daily archive

April 22, 2022

ମାଲକାନଗିରି ଅଭିମୁଖେ ରେଳମନ୍ତ୍ରୀ

ମାଲକାନଗିରି,୨୨/୪(ଏସ ଏସ ନିଉଜ) କୋରାପୁଟ ଷ୍ଟେସନରେ ପହଞ୍ଚି ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଜୟପୁର ଓ ମାଲକାନଗିରି ରେଳ ପଥର କାର୍ଯ୍ୟକାରିତା ନେଇ କରିବେ ଆଲୋଚନା । ଏଥିସହିତ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଉଦ୍‌ଘାଟନ କରିବେ।ନବରଙ୍ଗପୁରରୁ ଜୁନାଗଡ଼ ଯାଏଁ ରେଳ ସଂଯୋଗୀକରଣ ହେବା ନେଇ ମାଲକାନଗିରିରେ ସମୀକ୍ଷା ପରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଖରା ଛୁଟି ନେଇ କଣ କହିଲେ ମନ୍ତ୍ରୀ ଜାଣନ୍ତୁ?

ଭୁବନେଶ୍ୱର,୨୨/୪(ଏସ ଏସ ନିଉଜ) ଖରା ଛୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ଜୁନ ୧ ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ ।ସ୍କୁଲ ଓ ଗଣଶିକ୍ଷା ବିଭାଗ ୬ ରୁ ୧୬ ତାରିଖ ଦିନ ଧାର୍ଯ୍ୟ କରିଛି ।ଆଗକୁ ଖରା ସ୍ଥିତି ଦେଖି ପରବର୍ତୀ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୁନା ଦେକାନୀଙ୍କଠାରୁ ଲୁଟ୍

ଭୁବନେଶ୍ୱର,୨୨/୪(ଏସ ଏସ ନିଉଜ)ରାଜଧାନୀରେ ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ସୁନା ଦୋକାନୀଙ୍କ ଠାରୁ ୫ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଛି ।ଗୋଟିଏ ପଲସରରେ ୩ଲୁଟେରା ଆସି ଏହି ଲୁଟ୍ କରିଛନ୍ତି। ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିବାସହ ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛି ।

ଦଶମ ଶ୍ରେଣୀ ଛାତ୍ରୀଙ୍କ ଆମ୍‌ହତ୍ୟା

ରାଜନଗର,୨୨/୪(ଏସଏସନିଉଜ)ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁବାର ମଧ୍ୟାହ୍ନରେ ଘର ଭିତରେ ଫାଶୀ ଦେଇ ଆମ୍‌ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।ମୃତକ ହେଉଛନ୍ତି ମହେନ୍ଦ୍ର ସେଠୀଙ୍କ ଝିଅ ଯଶୋଦା । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ […]

ଶିକାରୀ ଗୁଳିମାଡ଼ରେ ବନ କର୍ମଚାରୀ ଗୁରୁତର

ବାରିପଦା, ୨୨/୪(ଏସଏସନିଉଜ)ଶିମିଳିପାଳ ଜଙ୍ଗଲରେ ଶିକାରୀ ଗୁଳିମାଡ଼ରେ ସୁନାରାମ ସିଂହ ନାମକବନ କର୍ମଚାରୀ ଗୁରୁତର ଆହତ ହୋଇ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖୁଣ୍ଟା ଓ ଉଦଳା ଥାନା ଅଞ୍ଚଳର କିଛି ଶିକାରୀ ବନ୍ଧୁକ ଓ ଧନୁତୀର ଧରି ପଶୁ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟର ଡୁକୁରା ରେଞ୍ଜରେ ପଶିଥିବାର ଖବର ମିଳିଥିଲା ।ଖବର ପାଇ ବନ କର୍ମଚାରୀ ଓ ସବୁଜ ବାହିନୀ କର୍ମଚାରୀଙ୍କୁ ନେଇ ଗଠିତ ୬ଜଣିଆ […]

ସାମାନ୍ୟ ବଚସା ନେଲା ୨ ଯୁବକଙ୍କ ଜୀବନ

କୋରାପୁଟ, ୨୨/୪(ଏସଏସନିଉଜ) ସାମାନ୍ୟ ବଚସାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଚୈତ୍ର ପର୍ବ ଚାଲିଥିବା ବେଳେ ଏହିଭଳି ଅଭାବନୀୟ ଘଟଣା ଦାମନଯୋଡ଼ି ଥାନା ସିନ୍ଧିପାର ଗାଁରେ ଘଟିଛି। ସିନ୍ଧିପାର ଗାଁରେ ଚୈତ୍ର ପର୍ବ ପାଳନ ଚାଲିଥିବାବେଳେ ଝଡିଗୁଡା ଗ୍ରାମର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗ୍ରାମର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଏହି ଘଟଣାରେ ଅନ୍ୟଜଣେ ଗୁରୁତର […]

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ୩ ଦିନ ଧରି ଗଣଦୁଷ୍କର୍ମ!

ସୁବର୍ଣ୍ଣପୁର , ୨୨/୪(ଏସଏସନିଉଜ) ଜଣେ ଅଷ୍ଟମ ଶ୍ରେଣୀ ନାବାଳିକାକୁ ୩ ଜଣ ଯୁବକ ୩ ଦିନ ଧରି ବାରମ୍ବାର ଗଣଦୁଷ୍କର୍ମ କରିଚାଲିଛନ୍ତି ।ଏହିଭଳି ଅଭିଯୋଗ ରାମପୁର ଥାନାରେ ହୋଇଛି । ସାରସମାଲ ଗ୍ରାମର ୩ଜଣ ଯୁବକ ଏପରି କରିଥିବାର ଅଭିଯେଗ ପାଇବାପରେ ପୋଲିସ ଏହି ତିନିଜଣଙ୍କୁ ଆଣି ଟକ ରଖି ପଚରାଉଚରା ଚଳାଇଛି ।