Browsing daily archive

April 23, 2022

ଆଜିର ରାଶିଫଳ

ରବିବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୨୪ତାରିଖ, ବୈଶାଖ ମାସ- କୃଷ୍ଣପକ୍ଷ,ତିଥି- ନବମୀ, ସୁର୍ୟୋଦୟ-ପ୍ରାତଃ ଘ୫/୨୬/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୧୦,ମେଷର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ଶ୍ରାଦ୍ଧ,ଲାଉ ଭକ୍ଷଣ ନିଷେଧ,ଅମୃତ ବେଳା-ଦିବା ଘ୬/୧୪ ଗତେ ଘ୯/୨୬ ମଧ୍ୟେ ରାତ୍ରୀ ଘ୭/୪୦ ଗତେ ଘ୯/୧୬ ମଧ୍ୟେ,ମାହେନ୍ଦ୍ର ବେଳା-ଦିବା ଘ୬/୧୪ ମଧ୍ୟେ ଘ୧୨/୩୮ ଗତେ ଘ୧/୨୬ ମଧ୍ୟେ ରାତ୍ରୀ ଘ୬/୫୨ ଗତେ ଘ୭/୪୦ ମଧ୍ୟେ ଘ୧୨/୧୮ ଗତେ ଘ୩/୪୦ ମଧ୍ୟେ। 🐏ମେଷ👉ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ […]

ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା

କୋଣାର୍କ,୨୩/୪(ଏସ ଏସ ନିଉଜ)ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରେ ଟେଣ୍ଡ କପଡ଼ା ଚିରାକୁ କେନ୍ଦ୍ରକରି ନୃଶଂସ ହତ୍ୟାକାଣ୍ଡ ଘଟିଛି।ଡିଜେ ମାଲିକ ଟେଣ୍ଡ ମାଲିକଙ୍କୁ ପିଟିପିଟି ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିବାର ଅଭିଯୋଗ ହୋଇଛି । ଟେଣ୍ଟ ମାଲିକଙ୍କୁ ପିଟିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ ଡିଜେ ମାଲିକ । ଏହାକୁ ନେଇ ବାଲିକନ୍ଦଳ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସକୁ ଠେଲାପେଲା କରିଥିବା ଜଣାପଡିଛି । ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ […]

ମେ ମାସରେ ୧୩ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର,୨୩/୪(ଏସ ଏସ ନିଉଜ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ମେ’ ମାସରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ ।୧ ମେ’ ୨୦୧୧ – ଶ୍ରମ ଦିବସ, ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । […]

୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ୍

ଭୁବନେଶ୍ୱର ୨୩/୪(ଏସ ଏସ ନିଉଜ)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୮୭୯୮୦ ରେ ପହଂଚିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ୍‌ରୁ ରହିଛନ୍ତି।    

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

ସୁନ୍ଦରଗଡ଼,୨୩/୪(ଏସଏସନିଉଜ) ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ବରଯାତ୍ରୀ ନେଇ ଫେରୁଥିବା ବେଳେ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ କଟାଯାଇଛି । ସଦର ଥାନା କରମଡିହି ନିକଟରେ ପରିବହନ ବିଭାଗ ପକ୍ଷରୁ କରାଯାଉଥିବା ଚେକିଂ ବେଳେ ବସଟି ଧରାପଡଥିଲା ।କାଗଜପତ୍ର ଯାଂଚ ବେଳେ ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ,ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ଜରିମାନା ଲାଗିଥିବା ଜଣାପଡିଛି । ୩.୭୦ ଲକ୍ଷ ଫାଇନ୍ କାଟିବା ସହ ବସଟିକୁ ଅଟକ ରଖିଛି ପରିବହନ ବିଭାଗ ।  

ଭୋଜି ଖାଇ ୨୪ ଅସୁସ୍ଥ

ଭୁବନେଶ୍ୱର,୨୩/୪(ଏସଏସନିଉଜ) ନବାଦ ଜିଲ୍ଲାର ଔରୈନା ଗ୍ରାମର ଜଣେ ଯୁବତୀଙ୍କ ବାହାଘରରେ ବରପକ୍ଷର ଲୋକମାନେ ଭୋଜି ଖାଇବା ପରେ ହଠାତ୍ ଆକ୍ରାନ୍ତ ହେବାକୁ ଲାଗିଥିଲେ ।ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏହି ଘଟଣାରେ ପାଖାପାଖି ୨୪ ଜଣଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ । ସଙ୍ଗେସଙ୍ଗେ ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ବେଡର ଅଭାବ ଥିବାରୁ ଛୋଟ ପିଲାଙ୍କୁ ବାହାରେ ଶୁଆଇ ଚିକିତ୍ସା କରାଯାଇଥିଲା […]

ଆଜିଠୁ ଆଦିବାସୀ ମେଳା

ଭୁବନେଶ୍ୱର,୨୩/୪(ଏସ ଏସ ନିଉଜ)ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରିବେ ।ଏହି ମେଳାରେ ୧୦୦ଟି ଷ୍ଟଲ ହେବ ।ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ ।ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ।ଏହି ୧୦ଦିନିଆ ମେଳାରେ ପ୍ରତ୍ୟେକ ସଂଧ୍ୟାରେ […]