Browsing daily archive

April 27, 2022

ଶୀତଳ ଷଷ୍ଠୀ ଯାତ୍ରା ଲାଗି ଲଗ୍ନ ଧାର୍ଯ୍ୟ

ବରଗଡ, ୨୭/୪(ଏସଏସନିଉଜ) ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ଏଥିନିମନ୍ତେ ଆସନ୍ତା ମେ ୩ରେ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ହେବାକୁ ନିଷ୍ପତି ହୋଇଛି । ଏହାସ ମେ ୩୧ରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି । ଚଳିତ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣ ଓ ଲୋକାଭିମୁଖୀ କରିବା ସହ ଚଳିତ ବର୍ଷ […]

ଚାଉଳ ବୋଝେଇ ପିକଅପ ଓଲଟି ୧୫ ଆହତ

ରାଉରକେଲା, ୨୭/୪(ଏସଏସନିଉଜ)ଭୁତୁଡ଼ା ପଞ୍ଚାୟତରୁ ସରେଇକଲା ଗାଁକୁ ଚାଉଳ ନେଇ ଯାଉଥିବା ପିକଅପ ଭ୍ୟାନ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହେବାସହ ପାଞ୍ଚ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିସ୍‌ପାଇଁ ଲହୁଣୀପଡ଼ା ଡାକ୍ତରଖାନା ଓ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।ଖବରପାଇ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି ।

ଅପରାଜିତାଙ୍କୁ ଅଟକାଇଲା ପୁଲିସ

ପୁରୀ,୨୭/୪(ଏସଏସନିଉଜ)ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା ।ଏହାପରେ ଭୁବନେଶ୍ଵର ସାଂସଦ ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାଇଥିଲେ । ମୁଁ ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି ।କାହାର ଅନୁମତିର ଆବଶ୍ୟକତା ନାହିଁ । ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି ବୋଲି ସାଂସଦ କହିଥିଲେ । ଗୋଟିଏ ଗାଡ଼ିରେ ଅପରାଜିତାଙ୍କୁ ନେଇ ଗୋଟିଏ […]