Browsing daily archive

April 30, 2022

ଆଜିର ରାଶିଫଳ

ରବିବାର୨୦୨୨ ମସିହା ଅଦ୍ୟ ମେ ମାସ ୧ ତାରିଖ, ବୈଶାଖ ମାସ- ଶୁକ୍ଳପକ୍ଷ, ସୁର୍ୟୋଦୟ-ପ୍ରାତଃ ଘ୫/୨୧/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୩୮,ମେଷ ରାଶିରଘାତବାର,ମେଷ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣି କଖାରୁ ଭକ୍ଷଣ ନିଷେଧ,ଅମୃତ ବେଳା-ଦିବା ଘ୬/୮ ଗତେ ଘ୯/୨୦ ମଧ୍ୟେ ରାତ୍ରୀ ଘ୭/୪୨ ଗତେ ଘ୯/୧୮ ମଧ୍ୟେ,ମାହେନ୍ଦ୍ର ବେଳା- ଦିବା ଘ୬/୮ ମଧ୍ୟେ ଘ୧୨/୩୨ ଗତେ ଘ୧/୨୦ ମଧ୍ୟେ ରାତ୍ରୀ ଘ୬/୫୪ ଗତେ ଘ୭/୪୨ ମଧ୍ୟେ ଘ୧୨/୩୦ ଗତେ ଘ୩/୪୨ ମଧ୍ୟେ। 🐏ମେଷ👉 ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ […]

ଦିନମଜୁରିଆଙ୍କ ବଢିଲା ପାରିଶ୍ରମିକ

ଭୁୁବନେଶ୍ୱର,୩୦/୪(ଏସଏସନିଉଜ)ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ଶ୍ରମିକ ଦିବସରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ରୁ ୪୧୬କୁ ବୃଦ୍ଧି ।ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ରୁ ୪୭୬କୁ ବୃଦ୍ଧି ହୋଇଛି।

ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଟକ, ୩୦/୪(ଏସଏସନିଉଜ) କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଉଭୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦର ଥାନାକୁ ଜଣାଇବାପରେ ପୋଲିସ ଗଟଣାସ୍ଥଳରେ ଆସି […]

ସାଂଘାତିକ ଅଭିଯୋଗ ଆଣିଲେ ବିଡିଓ

ଦେବଗଡ଼, ୩୦/୪(ଏସଏସନିଉଜ) ବିଧାୟକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତିଲେଇବଣି ବିଡିଓକୃଷ୍ଣଚନ୍ଦ୍ର ଦଳପତି । ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କୁ ଆକ୍ରମଣ କରିଥିବାନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଅନ୍ୟ ବ୍ଲକପ୍ରଶାସନିକ ଅଧିକାରୀ,ମାନଙ୍କ ସହ ବିଡିଓ ଯାଇଥିଲେ ।ଏହି ସମୟରେ କିଛି ଲୋକ ବାରମ୍ବାର ଫୋନ କରି ବିଧାୟକଙ୍କୁ ଭେଟିବାକୁ କହିଥିଲେ ।କିନ୍ତୁ ବ୍ୟସ୍ଥଥିବାରୁ ପରେ ଦେଖାକରିବେ ବୋଲି […]

ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟ୍

ରାୟଗଡ଼ା , ୩୦/୪(ଏସଏସନିଉଜ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ସର୍ବଶ୍ବର ରାଓ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ନିଜ ବୋଲେରୋ ଗାଡ଼ିରେ ରଖି ଉମା ଶଙ୍କର ଟକିଜ୍ ନିକଟରେ ରହି ତାଙ୍କ ବନ୍ଧୁଙ୍କ ସହ କଥାହେଉଥିଲେ ।ଏହିସମୟରେ ପଛିା କରୁଥିବା ଦୁର୍ବୁତ ପାଖରେ ପହଁଚି ବୋଲେରୋରୁ ତେଲ ଲିକ୍ ହେଉଥିବା କହିବାରୁ ସର୍ବେଶ୍ବର ଗାଡି ସମ୍ମୁଖକୁ ଯାଇ ଯାଞ୍ଚ କରିଥିଲେ ।ଏହିସମୟରେ ଦୁର୍ବୁତ ଗାଡିଭିତରେ ରହିଥିବା ଟଙ୍କା ବ୍ୟାଗକୁ ନେଇ ଫେରାର […]

ବାସି ପଖାଳ ଖାଇ ୨୪ ଅସୁସ୍ଥ

ଭଦ୍ରକ ,୩୦/୪(ଏସଏସନିଉଜ) ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ବାସି ପଖାଳ ଖାଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ ୨୪ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାମନବମୀରେ ଠାକୁର ଭସାଣି ପାଇଁ ଦୀପବାଡ଼ି ଗ୍ରାମରେ ହୋଇଥିବା ଅନ୍ନପ୍ରସାଦ ଗ୍ରାମବାସୀ ମାନେ ଖାଇସାରିବାପରେ କିଛି ପ୍ରସାଦ ବଂଚିଯାଇଥିଲା । ପ୍ରସାଦକୁ ପଖାଳ କରି ଗ୍ରାମର କେତେକ […]

ରାତିକରେ ନେଇଗଲେ ୨ ମନ୍ଦିରରୁ ୧୮ ମୂର୍ତ୍ତି

ବାଲିଅନ୍ତା, ୩୦/୪(ଏସଏସନିଉଜ) ଗତରାତିରେ ପୁଣି ଦୁଇଟି ମନ୍ଦିରରୁ ୧୮ଟି ମୂର୍ତ୍ତି ଚୋରି ହୋଇଛି। ୧୮ଟି ମୂର୍ତ୍ତି ମଧ୍ୟରେ ରହିଛି ୧୫ଟି ଅଷ୍ଟଧାତୁର ବହୁମୂଲ୍ୟ ମୂର୍ତ୍ତି। ମୂର୍ତ୍ତିଗୁଡ଼ିକର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ‌ହେବ ବୋଲି ଆକଳନ କରାଯାଇଛି। ଗଜପତି ପ୍ରତାପରୁଦ୍ର ଦେବଙ୍କ ଅମଳର ପ୍ରତାପରୁଦ୍ରପୁରସ୍ଥିତ ପ୍ରାଚୀନ ଆଖଣ୍ଡଳେଶ୍ବର ମନ୍ଦିରରୁ ୧ଫୁଟ୍ ଉଚ୍ଚତାର ପ୍ରଭୁ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା, ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୩ଟି ମା’ ପାର୍ବତୀଙ୍କ ବିଗ୍ରହ ଓ ୪ ଇଞ୍ଚ୍ ଉଚ୍ଚତାର ଆଣ୍ଠୁଆ […]

ତାତି ପାଇଁ ବଦଳିଲା ସ୍କୁଲ ସମୟ

ଭୁବନେଶ୍ୱର, ୩୦/୪(ଏସଏସନିଉଜ)ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମେ’ ୨ ତାରିଖଠାରୁ ସ୍କୁଲଗୁଡ଼ିକରେ ସକାଳ ୬ଟାରୁ ୯ଟା ପର‌୍ୟ୍ୟନ୍ତ ପାଠପଢ଼ା ହେବ। ୩ୟ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଆସିବେ । ଏଥିସହ ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ […]

ଗୁଳିକାଣ୍ଡରେ ଯୁବକ ଆହତ

ମହାକାଳପଡା,୩୦/୪(ଏସଏସନିଉଜ) ମହାକାଳପଡା-ତେରଗାଁ ଘାଟ ରାସ୍ତାର ଏକ ହୋଟେଲ ନିକଟରେ ଆଜି ଅପରାହ୍ନରେ ଗୁଳିକାଣ୍ତ ଘଟିଛି ।ଏଥିରେ ମାର୍ଶାଘାଇ ବ୍ଲକ ନେମ୍ବରା ଗ୍ରାମର ଲକ୍ଷ୍ମଣ ମଳିକ (୩୨) ଆହତ ହେବାସହ ତାଙ୍କର ଡାହାଣ ଗୋଡ଼ ପାଦରେ ଆଘାତ ଲାଗିଛି। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀ ୮ ଜଣ ଯୁବକ ହୋଟେଲରେ ଖାଇ ବାହାରେ ଠିଆ ହୋଇଥିବାବେଳେ ବାଇକରେ ୬ ଜଣ ଯୁବକ ଆସି ଗାଳିଗୁଲଜ କରିଥିଲେ। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀମାନେ ପ୍ରତିବାଦ କରିବାରୁ ଆସିଥିବା ଯୁବକମାନଙ୍କ ମଧ୍ୟରୁଜଣେ […]

ମେ ୧୦ରେ ବାତ୍ୟା !

ଭୁବନେଶ୍ୱର, ୩୦/୪(ଏସ ଏସ ନିଉଜ) ଦାନା ବାନ୍ଧୁଛି ବାତ୍ୟା । ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା ମେ’ ୧୦ ତାରିଖବେଳକୁ ଆସିପାରେ ।ସମ୍ଭାବ୍ୟ ବାତ୍ୟା ସିଭିୟର ରୂପ ନେଇପାରେ ବୋଲି ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି।୧୦/୧୧ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ବୋଲି ପୂର୍ବାନୁମାନ କରିଛି ବିଭିର୍ଣ ସଂସ୍ଥା ।