Browsing daily archive

May 4, 2022

ଆଜିର ରାଶିଫଳ

ମଇ ମାସ ୦୫ ତାରିଖ ୨୦୨୨ ମସିହା(ଗୁରୁବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୫୯,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ପଞ୍ଚମୀର ପାର୍ବଣ ଶ୍ରାଦ୍ଧ,ମୂଳା ଦିବା ଘ ୦୯/୫୯ ପର୍ଯ୍ୟନ୍ତ ତଦନ୍ତେ ବେଲ ଭକ୍ଷଣ ନିଷେଧ। ମେଷ👉: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ👉: ଆପଣଙ୍କ […]

ନନ୍ଦନକାନନକୁ ଆସିଲା ୩ ଅସୁସ୍ଥ ଜନ୍ତୁ

ବାରଙ୍ଗ,୪/୫(ଏସ ଏସ ନିଉଜ)ବୁଧବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ କୁ ୩ଟି ବିରଳ ଜୀବଜନ୍ତୁ ଉନ୍ନତମାନର ଚିକିସ୍ଚା ପାଇଁ ଆସିଛି । ଜୟପୁର ଡିଭିଜନ ରୁ ଉଦ୍ଧାର ହୋଇ ଓୟୁଏଟି ରେ ଚିକିତ୍ସା ହେଉଥିବା ଦେଶୀ ଭାଲୁ , ଚିଲିକାରୁ ଉଦ୍ଧାର ହୋଇଥିବା ଚିତ୍ରାହରିଣ ଓ ବଣେଇ ଡିଭିଜନ ରୁ ହାଡଗିଳା ପକ୍ଷୀ । ସୂଚନାଥାଉକି , ଭାଲୁ ଟି ର ପିଠିରୁ ଗୁଳି ବାହାରିଥିବା ବେଳେ ପଛ ୨ଟି ଗୋଡ ଛୋଟେଇ ଚାଲୁଛି । ଜଙ୍ଗଲରେ ବିଚରଣ […]

ଆସୁଛି ବାତ୍ୟା ‘ଆସାନି’

ଭୁବନେଶ୍ୱର,୪/୫(ଏସ ଏସ ନିଉଜ)ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି।ଆସନ୍ତା ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ପ୍ରଭାବରେ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏବେ ଏହା ପୁରୀଠାରୁ ୩୯୦ କିଲୋମିଟର ଓ ଗୋପାଳପୁର ଠାରୁ ୩୨୦ କିଲୋମିଟର ଦୂରରେ ରହିଛି।

ଆରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ

ପୁରୀ,୪/୫(ଏସ ଏସ ନିଉଜ)ରଥଖଳାରେ ଆଜିଠାରୁ ବିଧିବଦ୍ଧ ଭାବେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରଥଖଳାର ଚାରିପଟେ ଧଳାକନା ଗୁଡ଼ାଯାଇ ରଥନିର୍ମାଣ କାମ ଜାରୀ ରହିଛି । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନିରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କରାଯାଇଛି । ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ବିଶ୍ବକର୍ମା ମହାରଣା ଓ କରତି ସେବାୟତ ।

ଭାଙ୍ଗିଲା ଘର

ଡେଲାଙ୍ଗ,୪/୫(ଏସ ଏସ ନିଉଜ) ସତ୍ୟବାଦୀର ବିଭିର୍ଣ ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଲିଛି। ମଙ୍ଗଳବାର ରାତିରେ ପବନ ସହ ବର୍ଷା ହୋଇଥିଲା ।ଅଧିକାଂଶ ଜାଗାରେ ନଡ଼ିଆ ଗଛ ସହ ଗଛର ଡାଳ ଭାଙ୍ଗି ଚାଳଘର ଭାଙ୍ଗିଯାଇଛି।ପନି ପରିବା ସହ ବିରି,ମୁଗ ଫସଲ ଅମଳ ପାଇଁ ଅଦିନିଆ ବର୍ଷା ପାଇଁ କାଳ ସାଜିଛି।ସାକ୍ଷୀଗୋପୀନାଥ ଦେବଙ୍କ ଚନ୍ଦନ ଛାମୁଣ୍ଡିଆ ଆଂଶିକ କ୍ଷତି ହୋଇଛି ।

ବନ୍ଧୁକ ମୁନରେ ଲୁଟ୍

ଢେଙ୍କାନାଳ,୪/୫(ଏସ ଏସ ନିଉଜ)ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ପାଖ ଘୋଡାଡିଆଁ ଛକରେ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ଲୁଟିନେଇଛନ୍ତି ଲୁଟେରା ।ଏଥିରେ ବ୍ୟବସାୟୀ ଅଭିମନ୍ୟୁ ସାହୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଆହତ ହୋଇଥିବାବେଳେ ଜିନିଷ ପତ୍ର ଆଣିବା ପାଇଁ ପିକଅପ୍‌ ଭ୍ୟାନ୍‌ରେ କଟକଯାଉଥିବା ବେଳେ ଏହି ଘଟଣା ଘଟିଛି ।

ଟଳିପଡିଲେ ରୋଗୀ

ବଲାଙ୍ଗିର,୪/୫(ଏସ ଏସ ନିଉଜ)ବଲାଙ୍ଗିର ଭୀମଭୋଇ ମେଡିକାଲ ଓପିଡି ସମ୍ମୁଖରେ ଟଳିପଡିଲେ ରୋଗୀ । ଚିକିତ୍ସା ପାଇଁ ଧାଡିରେ ଛିଡା ହୋଇଥିବାବେଳେ ଟଳିପଡିଲେ ରୋଗୀ। ଘଟଣାସ୍ଥଳରେ ହିଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକ ହେଲେ ଲୋଇସିଂହା ବ୍ଲକ ଯୋଗୀସର୍ଡା ଗାଁର ଚିତ୍ତରଞ୍ଜନ ମିଶ୍ର। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ଆସିଥିଲେ ।

ପୁରୀରେ 5ଟି ସଚିବ

ପୁରୀ,୪/୫(ଏସ ଏସ ନିଉଜ) 5T ସଚିବ ଭି କେ ପାଣ୍ଡିଆନ୍ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଚନ୍ଦନ ଯାତ୍ରା ନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ ଓ ଏସ୍ପିଙ୍କ ସହ 5T ସଚିବଙ୍କ ଆଲୋଚନା କରିଥିବାର ଜଣାପଡିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୪/୫(ଏସ ଏସ ନିଉଜ)ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରତିକ୍ରିୟା ।ଏ ପର୍ଯ୍ୟନ୍ତ ବାତ୍ୟା ନେଇ ସଠିକ୍ ଆକଳନ ହୋଇପାରିନି ।୨-୩ ଦିନ ପରେ ବାତ୍ୟା ସମ୍ପର୍କରେ ରୂପରେଖ ସ୍ପଷ୍ଟ ହେବ।ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।ଏଥତ୍ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି।

ଟ୍ରକ୍ ଆଗକୁ ଡେଇଁଲେ ମହିଳା

ନୟାଗଡ଼,୪/୫(ଏସ ଏସ ନିଉଜ)ନୟାଗଡ଼ ଟ୍ରାଫିକ ଛକରେ ଟ୍ରକ୍ ଆଗକୁ ଡେଇଁଲେ ମହିଳା।ଟ୍ରକ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା କରିଥିବାର ଅଭିଯୋଗ ଭଳି ଅଭାବନୀୟ ଘଟଣା ଘଟିଛି।ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ବରଣ କରିଥିବାବେଳେ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ଟାଉନ ଥାନା ପୋଲିସ ଟ୍ରକ୍‌ କୁ ଜବତ କରିଛି ।