Browsing daily archive

May 5, 2022

ଚିଲିକାରେ ବୁଡ଼ିଲା ଡଙ୍ଗା

ବାଲୁଗାଁ,୫/୫(ଏସ ଏସ ନିଉଜ)ଗୁରୁବାର ସନ୍ଧ୍ୟା ସମୟରେ ମା କାଳିଜାଇ ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ କାଳ ବୈଶାଖୀ ଝଡ଼ ସାଜିଥିଲା ଡ଼ଙ୍ଗା ପାଇଁ ଜାଲ।ଡ଼ଙ୍ଗାରେ ଥିବା ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଫସିଥିଲେ ।ଡଙ୍ଗା ବୁଡ଼ିଯିବାରୁ ୧୧ ଜଣ ଗୁରୁତର ହୋଇପଡ଼ିଛନ୍ତି ।୧୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।ଲାଇଫ୍ ଜ୍ୟାକେଟ ପିନ୍ଧିଥିବାରୁ ପର୍ଯ୍ୟଟକମାନେ ବର୍ତ୍ତି ଯାଇଥିବାବେଳେ ଜଣେ ନିଖୋଜ ରହିଛନ୍ତି ।

କାଲି ସବୁ ଏସ୍‌ପି ଅଫିସ ଆଗରେ ଧାରଣା ଦେବ ବିଜେପି

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଆସନ୍ତାକାଲି ସବୁ ଏସ୍‌ପି ଅଫିସ ଆଗରେ ବିଜେପିଧାରଣା ଦେବା ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ସୂଚନା ଦେଇଛନ୍ତି।ଏହାସହ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ଦଳ ଆସନ୍ତାକାଲି ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ କହିଛନ୍ତି।

ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ପୁରୀ,୫/୫(ଏସ ଏସ ନିଉଜ)ଚଳିତବର୍ଷ ଭକ୍ତଙ୍କ ଗ୍ରହଣରେ ହେବ ରଥଯାତ୍ରା । ଏନେଇରଥଯାତ୍ରା ପ୍ରସ୍ତୁତି ବୈଠକରେ ସବୁଜ ସଙ୍କେତ ମିଳିଛି ।ଯଦି କୋଭିଡ ସ୍ଥିତି ବଢେ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ ବୋଲି ନିସ୍ପତି ହୋଇଥିବାର ଜଣାପଡିଛି ।ତେବେ ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । କୋଭିଡ ସ୍ଥିତିକୁ ଦେଖି ୨ପ୍ରକାର ବ୍ୟବସ୍ଥା କରାଯାଇଛି ।ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ସେବାୟତଙ୍କ […]

ଜନ୍ମଦିନରେ ରକ୍ତଦାନ ଶିବିର

ବାରଙ୍ଗ,୫/୫(ଏସ ଏସ ନିିିଉଜ)ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିବାପାଇ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ।ପ୍ରତି ବର୍ଷ ଜନ୍ମଦିନରେ ଏହିଭଳି ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାର ଉଦ୍ୟମ କରିବାକୁ ଯୁବକମାନେ ନିଷ୍ପତ୍ତି ନେଇଥିଲେ ।ଗୁରୁବାରଦିନ ନବଗଠିତ ଇଂଜଣା ଗ୍ରାମ ପଂଚାୟତର ଦେବାଶିଷ ପତି ନାମକ ଯୁବକ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି ।ଜନ୍ମଦିନରେ ଗ୍ରାମର ଯୁବକମାନଙ୍କୁ ଏକାଠି କରି ଗାଁ ଦୁଲାଦେଇ ମନ୍ଦିର ପରିସରରେ ରକ୍ତଦାନ କରାଇଛନ୍ତି ।ବିଶେଷ କରି ସବୁ ସମୟରେ ଥାଲା […]

କୋଟିପତି ଏଲ ଆଇ କୁ ଧରିଲା ଭିଜିଲାନ୍ସ

ବାରଙ୍ଗ ୫/୫(ଏସଏସ ନିିିଜଜ)ଭିଜିଲାନସ ଜାଲରେ ପଡିଛନ୍ତି କୋଟିପତି ଏଲଆଇ ଜଗନ୍ନାଥ ରାଉତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଳାରାହଙ୍ଗପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଗୁରୁବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଏହି ଚଢଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । କଟକ ଭିଜିଲାନ୍ସର […]

ଛଅ କଏଦୀ ମୁକ୍ତ

ବାରଙ୍ଗ,୫/୫(ଏସ ଏସ ନିଉଜ)ଜାମୁଝରି ସ୍ଥିତ ବିଜୁ ପଟନାୟକ ମୁକ୍ତାକାଶ କରାଶ୍ରମରୁ ଗୁରୁବାରଦିନ ୬ଜଣ କଏଦୀ ମୁକ୍ତ ହୋଇଛନ୍ତି।ସେମାନେ ହେଲେ ଆଜୀବନ କାରାଦଣ୍ଡ ଭୋଗୁଥବା ୨୦୧୯ରେ ଅନୁଗୁଳ ଜିଲ୍ଲା ରୁ ଏଠାକୁ ଆସିଥିବା ନାରୁ ରାଉଳ,ଭୁବନେଶ୍ୱର ସ୍ୱତନ୍ତ୍ର କରାଗରରୁ ୨୦୧୦ରେ ଏଠାକୁ ଆସିଥିବା ଗୁମାନି ନାୟକ,୨୦୦୯ରେ ସମ୍ବଲପୁରରୁ ଏଠାକୁ ଆସିଥିବା ରବିନ୍ଦ୍ର ପ୍ରଧାନ,ଫୁଲବାଣୀ ଜିଲା ଜରାଗରରୁ ୨୦୧୨ରେଏଠାକୁ ଆସିଥିବା ରଞ୍ଜନ ପ୍ରଧାନ,୨୦୧୯ରେ ଭଦ୍ରକ ଜେଲ ରୁ ଏଠାକୁ ଆସିଥିବା କାଶୀନାଥ ମହାନ୍ତି ଓ ସ୍ୱତନ୍ତ୍ର ଛୁଟିରେ ଯାଇଥିବା ୨୦୧୩ରେ […]

ରାଜଧାନୀରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ସାଲିଆସାହିର ଆଦିବାସୀ ସାହିରେ ଚଢ଼ାଉ କରି ଅବକାରୀ ବିଭାଗ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।ଏହାର କିଙ୍ଗପିନ୍ କୁ ମଧ୍ୟ ଗିରଫ କରିଥିବାର ଜଣାପଡିଛି ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ସୂଚନା ମିଳିଛି ।

ବହିସ୍କୃତ ହେଲେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି

ଜୟପୁର,୫/୫(ଏସ ଏସ ନିଉଜ)କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶିବରାଜ ଖଣ୍ଡପାନ ବିଜେଡିରୁ ବହିସ୍କୃତ । ଶିବରାଜ ଖଣ୍ଡପାନଙ୍କ ନାମରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶିବରାଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

୩୬ ଇଞ୍ଚର ବରକୁ ୩୪ ଇଞ୍ଚର କନ୍ୟା

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ବରର ଉଚ୍ଚତା ୩୬ ଇଞ୍ଚ ଓ କନ୍ୟାର ଉଚ୍ଚତା୩୪ ଇଞ୍ଚ ।କନ୍ୟାର ବୟସ ୨୪ ଓ ନା ମମତା କୁମାରୀ ହୋଇଥିବା ବେଳେ ବରର ବୟସ ୨୬ ଓ ନାଁ ମୁନ୍ନା ।ଏହି ଦୁଇଜଣଙ୍କର ବିବାହ ହୋଇ ଯାଇଛି ।ବିହାରର ଭାଗଲପୁରରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ସମ୍ଭାବ୍ୟ ବାତ୍ୟା ନେଇ ଅଗ୍ନିଶମ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଛୁଟିରେ ନ ଯିବାକୁ କି ହେଡକ୍ବାଟର ନ ଛାଡିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି ।ଏହାସହ ସମସ୍ତ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବାକୁ କୁହାଯାଇଛି ।