Browsing daily archive

May 8, 2022

ଆଜିର ରାଶିଫଳ

ମଇ ମାସ ୯ ତାରିଖ ୨୦୨୨ ମସିହା,ସୋମବାର, ବୈଶାଖ-ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ , ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୧୯,ମିଥୁନ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର, ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ ସଂ ଘ ୦୬/୪୮ ପର୍ଯ୍ୟନ୍ତ ତଦନ୍ତେ ଲାଉ ଭକ୍ଷଣ ନିଷେଧ। ମେଷ:-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ […]

ପରଲୋକରେ ରଜତ କର,ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୫(ଏସଏସନିଉଜ) ମାହାଙ୍ଗା ର ଆଉଜଣେ ବରପୁତ୍ର ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ରଜତ କରଙ୍କର ପରଲୋକ ହୋଇଛି। ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ରଜତକରଙ୍କର ୮୮ ବୟସ ରେ ଆଜି ସନ୍ଧ୍ୟାରେ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି । ସ୍ବର୍ଗତ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି . ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି […]

ଉଦ୍‌ଯାପିତ ହେଲା ମହିଳା ବିଜ୍‌ନେସ୍ ମେଳା -୨୦୨୨

ଭୁବନେଶ୍ୱର,୮/୩(ଏସଏସନିଉଜ)ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜ୍‌ନେସ ମେଳା-୨୦୨୨ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଥିଲେଯେ, ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା । ଏହି ସବୁର ମିଳନରେ ହିଁ ମେଳାର ସୃଷ୍ଟି । କାର୍ଯ୍ୟକ୍ରମରେ ରାଜ୍ୟପାଳ ମହିଳାଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ମହିଳାମାନେ ହିଁ […]

କାଜୁଆଲିଟି ଆଗରେ ଅପେକ୍ଷା କରିଛି ପୁଅ

କଟକ,୮/୫(ଏସ ଏସ ନିଉଜ)୬ଦିନ ହେବ ଡେଷ୍ଟିଚ୍ୟୁଟ୍ ଓ୍ଵାର୍ଡରୁ ନିଖୋଜ ମା”କୁ ଖୋଜିଖୋଜି କରି ନିରାଶ ହୋଇ କଟକ SCB ମେଡ଼ିକାଲ କାଜୁଆଲିଟି ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ପୁଅ ।ତେବେ ଚିକିତ୍ସା ପାଇଁ ଆସି ମା ନିଖୋଜ ହୋଇଛନ୍ତି ।ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମାଆଙ୍କର ପିତା ପାଇପାରିନାହିଁ ପୁଅ ।

ଗନ୍ଦିଆ ଉଣ୍ଣକୋଟେଶ୍ୱର ଘାଟରେ ଅଘଟଣ

ଢ଼େଙ୍କାନାଳ,୮/୫(ଏସ ଏସ ନିଉଜ) ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇଥିବାବେଳେ ତିନିଛାତ୍ର ଭାସିଯାଇଛନ୍ତି । । ଗ୍ରାମବାସୀ ମାନଙ୍କ ଦ୍ଵାରା ଦୁଇ ଜଣ ଛାତ୍ର ଉଦ୍ଧାର କରାଯାଇ ଥିବାବେଳେ ଜଣେ ନିଖୋଜ ରହିଥିବାର ଜଣାପଡିଛି ।ଗନ୍ଦିଆ ଉଣ୍ଣକୋଟେଶ୍ୱର ଘାଟରେ ଏହି ଅଘଟଣ ଘଟିଛି ।

ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଭୁବନେଶ୍ୱର,୮/୫(ଏସ ଏସ ନିଉଜ) IPL2022 ର ୫୪ ତମ ମ୍ୟାଚରେ ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଲେ ଅଧିନାୟକ ଫାପ୍‌ ଡୁପ୍ଲେସିସ୍।

ମାଙ୍କୁ ସମ୍ମାନ ଜଣାଇ ବାଲୁକା କଳା

ପୁରୀ ୮/୫(ଏସ ଏସ ନିଉଜ) ବିଶ୍ୱ ମାତୃ ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବାର ବାର୍ତ୍ତା ଦେଇଛନ୍ତି ।

ପଞ୍ଜାବ ପୁଲିସକୁ ବଡ଼ ସଫଳତା

ଭୁବନେଶ୍ୱର,୮/୫(ଏସ ଏସ ନିଉଜ)ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି ।ଭାରତ- ପାକିସ୍ତାନ ନିକଟରୁ ସାଢେ ୩ କିଲୋ ଆରଡିଏକ୍ସ ଜବତ କରିଛି ପୁଲିସ୍ । ପଞ୍ଜାବକୁ ଦୋହଲାଇବା ପାଇଁ ହୋଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ଜଣାପଡିଛି ।

ତହସିଲଦାର,ଆରଆଇଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ଗଞ୍ଜାମ,୮/୫(ଏସଏସନିୟୁଜ) ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କ ସହ ୩ ଜଣ ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲି ମାଫିଆମାନେ ଲୁହା ରଡ଼ରେ ପିଟିଥିବା ଜଣାପଡିଛି । ମାଳିଜଗନ୍ନାଥପୁର ଗାଁ ରୁଷିକୁଲ୍ୟା ମୁହାଣରୁ ବେଆଇନ୍ ଚୋରା ଚାଲାଣ ବେଳେ ରେଡ୍ କରାଯାଇଥିôବାବେଳେ ଏହି ଘଟଣା ଘଟିଥିବାର ଜଣପଡିଛି ।ଆହତମାନେ ଗଞ୍ଜାମ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିବାର ଜଣାପଡିଛି ।ପୋଲିସ ଏହି ଘଟଣାରେ ୩ ଜଣଙ୍କୁ […]

ମାରିଲା ହାତୀ

ତେଲକୋଇ, ୮/୫(ଏସଏସନିୟୁଜ)କାଜୁ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ହାତୀ ।ତେଲକୋଇ ରେଞ୍ଜ୍ ବନବିହାରୀପୁର ନୂଆଗାଁ ମୁଣ୍ଡାସାହିରେ ଏହି ଅଘଟଣ ଘଟିଥିବାବେଳେ ମୁଣ୍ଡାସାହି ନିକଟ ଜଙ୍ଗଲରେ କାଜୁ ତୋଳିବା ବେଳେ ଦଳି ମାରିଲା ହାତୀ ।