Browsing daily archive

May 11, 2022

ଘଣ୍ଟାଏରୁ ଦେଢଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଅସାନି

ଭୁବନେଶ୍ୱର,୧୧/୫(ଏସଏସନିଉଜ) ବାତ୍ୟା ଅସାନି ଦୁର୍ବଳ ହୋଇ ସାମୁଦ୍ରିକ ଝଡ ଭାବେ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିଛି । ଆନ୍ଧ୍ରର କାକିନାଡା-ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ ।ଘଣ୍ଟାଏରୁ ଦେଢ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।ସ୍ଥଳଭାଗ ଛୁଇଁ ଏହା ଡାହାଣକୁ ରିକର୍ଭ କରିବ ।ଏହାପରେ ଧୀର ଗତିରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ସମୁଦ୍ର ସହ ସମାନ୍ତରଳ ଭାବେ ଗତି କରିବ ବୋଲି ଏସଆରସି ପ୍ରଦୀପ ଜେନା ସୁଚନା ଦେଇଛନ୍ତି ।

ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ

ତେଲକୋଇ, ୧୧/୫(ଏସଏସନିଉଜ)କାଞ୍ଜିପାଣି ଘାଟି ନିପୋ ଛକରେ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ ହୋଇଥିବାବେଳେ ୪ ଗୁରୁତର ହୋଇଥିବାର ଜଣାପଡିଛି ।ବର୍ଷା ଯୋଗୁଁ ଟ୍ରାକ୍ଟର ଡାଲା ତଳେ ଆଶ୍ରୟ ନେଇଥିବାବେଳେ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟର ଡାଲା ତଳେ ଥିଲା ବେଳେ ପଛରୁ ଟ୍ରକ୍ ପିଟି ଦେଇଥିଲା ।ତେବେ ଦୁର୍ଘଟଣାରେ ଗୁରୁତର ୪ ଜଣ କେନ୍ଦୁଝର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।  

ନେତାଜୀ ସୁଭାଷ ସେତୁ ଉପରେ ଦୁର୍ଘଟଣା

କଟକ,୧୧/୫(ଏସଏସନିଉଜ) ନେତାଜୀ ସୁଭାଷ ସେତୁ ଉପରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ବାଇକ ଚାଳକଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି ।ଯାହାଫଳରେ ସେତୁ ଉପରେ ଲୋକଙ୍କ ଭୀଡ ଲାଗିରହିବା ସହ ଯାତାୟତରେ ଅସୁବଧା ସୃଷ୍ଟି ହୋଇଛି ।  

ବିଷ ପିଇଲେ ମହିଳା ଓକିଲ

ବାଲେଶ୍ୱର,୧୧/୫(ଏସଏସନିଉଜ) ମହିଳା ଓକିଲ ଫ୍ୟାମିଲି କୋର୍ଟ ରୁମ୍‌ରେ ବିଷ ପିଇଛନ୍ତି ।ଛାଡ଼ପତ୍ର ମାମଲାରେ ଜେରା ବେଳେ ଜଜ୍‌ଙ୍କ ସାମ୍ନାରେ ବିଷ ପିଇଦେଇଥିବାର ଜଣାପଡିଛ ।ଫ୍ୟାମିଲି କୋର୍ଟରେ ଦୀର୍ଘଦିନ ମାମଲା ଚାଲିବାରୁ ଅତିଷ୍ଠ ହୋଇ ଏପରି କରିଥିବାର ଅନୁମାନ କରାଯାଉଛି ।ତେବେ ଘଟଣାପରେ ଅନ୍ୟସାଥିମାନେ ତାଙ୍କୁ ଚିକିସ୍‌ା ପାଇଁ ବାଲେଶ୍ୱର ହସ୍ପିଟାଲକୁ ନେଇଯାଇଛନ୍ତି ।

ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର, ୧୧/୫(ଏସଏସନିଉଜ) ଭୁବନେଶ୍ୱର ରେଳଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛନ୍ତି ଜଣେ ମହିଳା ରେଳ ଧାରଣାକୁ ଖସିଯିବା ବେଳେ ଉଦ୍ଧାର କଲେ ଉପସ୍ଥିତ ଆରପିଏଫ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା ।

ଜୟଦେବ ବିହାରରୁ ନନ୍ଦନକାନନ ହେବ ଫ୍ଲାଏଓଭର

ବାରଙ୍ଗ,୧୦/୫ (ଏସଏସ ନିଉଜ) ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଫ୍ଲାଏଓଭର ।ନଚେତ ନାଲ୍‌କୋ ଛକ, ପଟିଆ ଓ କିଟ ଛକରେ ହେବ ତିନଟି ଫ୍ଲାଏଓଭର ।ଏଥିପାଇଁ ଭୁୂବନେଶ୍ୱର ଉତର ବିଧାୟକ ସୁଶାନ୍ତୁ କୁମାର ରାଉତ ରାଜ୍ୟସରକାରଙ୍କୁ ପ୍ରସ୍ଥାବ ଦେଇଛନ୍ତି ।ଗୋଟେପଟେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଶେଷକରି କିଟ ଛକ,ପଟିଆ ଓ ନାଲକୋ ଛକରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ଅଂଟାଭିଡିଛନ୍ତି ବିଧାୟକ ।ମଙ୍ଗଳବାରଦିନ ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ମୁଖ୍ୟ ସମସ୍ୟା […]